ହାଇକୋର୍ଟରେ ନିଃସର୍ଭ କ୍ଷମା ଯାଚନା କଲେ ଭେଡେନ ବିଇଓ
ସୁରେନ୍ଦ୍ର କଠାର,ବରଗଡ
ବରଗଡ଼ ଜିଲାର ଆଉ ଜଣେ
ବିଇଓ ହାଇକୋର୍ଟ ଅବମାନନା କରି ନିଃସର୍ଭ କ୍ଷମା ଯାଚନା
କରିଥିବା ଜଣାପଡ଼ିଛି । ଭେଡେନ ବ୍ଲକର ତେନ୍ତୁଳିଟିକ୍ରା
ପ୍ରାଇମେରୀ ସ୍କୁଲରେ ଶିକ୍ଷକ ଥିବା ପଦ୍ମଚରଣ ସାହୁଙ୍କୁ ଗତ
ଅକ୍ଟୋବର ୨୦୨୪ ରୁ ବିଦ୍ୟାଳୟକୁ ଆସିବାକୁ ବାରଣ କରିବା
ଓ ତାଙ୍କ ଦରମା ବନ୍ଦ କରିସେବା ପାଇଁ ଭେଡେନ୍ ବିଇଓ
ମଛିନ୍ଦ୍ର ମଲିକ ଆଦେଶ ଦେଇଥିଲେ। ଏହି ଆଦେଶକୁ
ଚ୍ୟାଲେଞ୍ଜ କରି ଶ୍ରୀ ସାହୁ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ।
ଗତ ତା ୧୬୫୨୦୨୫ ରେ ବିଇଓ ସଂପୃକ୍ତ ଶିକ୍ଷକଙ୍କୁ
ନିଲମ୍ବନ କରାଯାଇ ନଥିବା ଲିଖିତ ଭାବେ ହାଇକୋର୍ଟରେ
ସତ୍ୟପାଠ କରିଥିଲେ। ବିଇଓଙ୍କ ମନମୁଖୀ କାମକୁ ନାପସନ୍ଦ
କରି ହାଇକୋର୍ଟ ବିଇଓଙ୍କୁ ଭତ୍ସନା କରିବା ସହ ଶିକ୍ଷକଙ୍କୁ
ଚାକିରି ଦେବା ଓ ସମସ୍ତ ଦରମା ତୁରନ୍ତ ଦେବା ପାଇଁ ନିର୍ଦେଶ
ଦେଇଥିଲେ । ମାତ୍ର ବିଇଓ ଶ୍ରୀ ମଲିକ ଏହା କରି ନଥିବାରୁ ଓ
କୌଣସି ଯୁକ୍ତିଯୁକ୍ତ କଥା କହିପାରି ନଥିବାରୁ ହାଇକୋର୍ଟ
ତା.୨୦୮୨୦୨୫ ରେ ଏହାକୁ ଅଦାଲତ ଅବମାନନା ବିଚାର
କରି ମାମଲା ରୁଜୁ ପାଇଁ ନୋଟିସ ଜାରି କରିଥିଲେ । ଏହା
ପରେ ବିଇଓ ମଛିନ୍ଦ୍ର ମଲିକ ହାଇକୋର୍ଟରେ ବ୍ୟକ୍ତିଗତ ଭାବେ
ହାଜର ହୋଇ ଅବମାନନା ମାମଲାରୁ ମୁକ୍ତି କରିବା ପାଇଁ
ହାଇକୋର୍ଟଙ୍କ ପାଖରେ କ୍ଷମା ପ୍ରାର୍ଥନା କରିଥିଲେ। ସଂପୃକ୍ତ
ଶିକ୍ଷକଙ୍କୁ ପୁନଃ ସ୍କୁଲରେ ଅବସ୍ଥାପିତ କରିବା ସହିତ ସମସ୍ତ
ବାକିଆ ପାଉଣା ଦିଆଯାଇଥିବା ତଥ୍ୟ ଉପସ୍ଥାପନ କରିବା
ପରେ ହାଇକୋର୍ଟ ଶ୍ରୀ ମଲିକଙ୍କ ବିରୋଧରେ ମାମଲାକୁ ବନ୍ଦ
କରିବା ପାଇଁ ନିର୍ଦେଶ ଦେଇଥିଲେ। ଏହି ମାମଲା
ଆଇନଜୀବୀ ସରୋଜ କୁମାର ପାଢ଼ୀ, ଘନଶ୍ୟାମ ବାଂଜି,
ରାଚରାମ କେଡିଆ, ଶ୍ରୀତି ଦାସ ପରିଚାଳନା କରୁଥିଲେ
