April 30, 2026

ଉପାନ୍ତ ଅଞ୍ଚଳ ରେ ମହିଳା ମାନଙ୍କୁ ଶାଢ଼ୀ ବଣ୍ଟନ କଲେ ବିଜେପି କର୍ମକର୍ତ୍ତା…

IMG-20250823-WA0029
Share

 

 

ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ କୁ ଦୃଷ୍ଟିରେ ରଖି ସମାଜସେବା କ୍ଷେତ୍ରରେ ଧର୍ମଗଡ ଉପଖଣ୍ଡ ର ଅଗ୍ରଣୀ ସମାଜସେବି ଅନୁଷ୍ଠାନ ଜଗନ୍ନାଥ ସେବା ସମିତି ପକ୍ଷରୁ ଗରିବ ନିରାଶ୍ରୟ ମହିଳା ଙ୍କୁ ଶୁକ୍ରବାର କୋକସରା ବ୍ଲକ ଆମପାଣି ପଞ୍ଚାୟତ ର ଦୁର୍ଗମ ଓ ପାହାଡ଼ ଘେରା ଅଞ୍ଚଳ ରେ ରହିଥିବା ବିରିମୁହାଁଣ,ଆନ୍ଧି ଝରଣ, ଟିର୍ଲିଆମ,କାଦୋମଳି, ଛକପଡା, ଗାଈବନ୍ଧା ଓ ବରାଡ଼ଙ୍ଗା ପଞ୍ଚାୟତ ର ନୂଆଗାଁ, ପିଣ୍ଢା ପଦର,ଝୁଲେନବର ଗ୍ରାମରେ ଧର୍ମଗଡ ବିଧାୟକ ଙ୍କ କୋକସରା ବ୍ଲକ ପ୍ରତିନିଧି ତ୍ରିନାଥ ଶବର, ମଣ୍ଡଲ ସମ୍ପାଦକ ତୁଲାରାମ ନାଏକ, ଜିଲ୍ଲା ପ୍ରତିନିଧି ଅର୍ଜୁନ ଭାଟି, ସନ୍ତୋଷ ମାଝି, ଚକ୍ରଧର ବେଶ୍ରା ସମେତ ଜଗନ୍ନାଥ ସେବା ସମିତି ର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଶାଢ଼ୀ ବଣ୍ଟନ କରିଛନ୍ତି। ବିରିମୁହାଁଣ ଠାରେ ବିଜେପି ର କର୍ମକର୍ତ୍ତା ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଜଗନ୍ନାଥ ସେବା ସମିତି ର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ଙ୍କ ସହ ଭାଗୀତା ରେ ବିଜେପି କର୍ମକର୍ତ୍ତା ଙ୍କ ମିଳିତ ସହଯୋଗ ରେ ନୂଆଁଖାଇ ପୂର୍ବରୁ ନିରାଶ୍ରୟ ବୃଦ୍ଧ ମହିଳା ଙ୍କୁ ଏହି ଭେଟି ନିଶ୍ଚିତ ଭାବେ ମାନବିକତା ଓ ସମାଜସେବା ପାଇଁ ଏକ ଉଦାହରଣ ବୋଳି ଉପସ୍ଥିତ ନେତା ମାନେ ମତ ପ୍ରକାଶ କରିଛନ୍ତି।ପଶ୍ଚିମ ଓଡ଼ିଶାର ଗଣ ପର୍ବ ନୂଆଁଖାଇ ପୂର୍ବରୁ ଧର୍ମଗଡ ନିର୍ବାଚନ ମଣ୍ଡଳୀ ଅଞ୍ଚଳର ତିନି ହଜାର ରୁ ଉର୍ଦ୍ଧ୍ବ ଗରୀବ ମହିଳାଙ୍କୁ ମାଗଣାରେ ଶାଢୀ ବଣ୍ଟନ କରାଯିବା ପାଇଁ ଲକ୍ଷ୍ୟ ରଖା ଯାଇଛି ବୋଲି ଜଗନ୍ନାଥ ସେବା ସମିତି ର ଅଧ୍ୟକ୍ଷ ଵିଷ୍ଣୁ ପ୍ରସାଦ ଅଗ୍ରୱାଲ ସୂଚନା ଦେଇଛନ୍ତି।

(କୋକସରା ରୁ ଆମୋଜ ଧରୁଆ ଙ୍କ ରିପୋର୍ଟ)