June 24, 2026

ଔଷଧ ବ୍ୟବସାୟୀ ସଂଘର ଜୋନ ସ୍ତରୀୟ ଇସି ସଦସ୍ୟ ଚୟନ,

IMG-20250823-WA0009
Share

ମୋରଡା(ବିଭୂତି ରାଉତ) ମୟୂରଭଞ୍ଜ ଜିଲ୍ଲା ଔଷଧ ବ୍ୟବସାୟୀ ସଂଘର ଜୋନ ସ୍ତରୀୟ ଇସି ସଦସ୍ୟ ଚୟନ ପ୍ରକିୟା ଶୁକ୍ରବାର ମୋରଡା ଏବଂ ଶୁଳିଆପଦା ବ୍ଲକର ଦୁଇଟି ଜୋନରେ ପୃଥକ ଭାବରେ ବିଧିବଦ୍ଧ ଭାବରେ ଅନୁଷ୍ଠିତ ହୋଇଯାଇଛି।ମୋରଡା ସ୍ଥିତ ସିଦ୍ଧି ବିନାୟକ କଲ୍ୟାଣ ମଣ୍ଡପ ଠାରେ ମୋରଡା ଏବଂ ରାସଗୋବିନ୍ଦପୁର ବ୍ଲକର ଔଷଧ ବ୍ୟବସାୟୀଙ୍କୁ ନେଇ ଗଠିତ ହୋଇଥିବା ମୋରଡା ଜୋନର ଇସି ସଦସ୍ୟ ଭାବରେ ମା ତାରିଣୀ ମେଡିସିନ ଷ୍ଟୋରର ମାଲିକ ସୈାରଭ ରଞ୍ଜନ ମହାନ୍ତି ସର୍ବସମ୍ମତିକ୍ରମେ ଚୟନ ହୋଇଥିବା ବେଳେ ଶୁଳିଆପଦା ଓ ଚାନ୍ଦୁଆ ଥାନାକୁ ନେଇ ଗଠିତ କୋଷ୍ଠା ଜୋନର ଇସି ସଦସ୍ୟ ଭାବରେ କୋଷ୍ଠା ଠାରେ ଆୟୋଜିତ ବାଘଡା ସ୍ଥିତ ଧୀର ମେଡିସିନ ଷ୍ଟୋରର ମାଲିକ ରଣଜିତ ଧୀର ଚୟନ ହୋଇଥିଲେ।ଔଷଧ ବ୍ୟବସାୟୀ ସଂଘର ଜିଲ୍ଲା ନିର୍ବାଚନ ଅଧିକାରୀ ଭାବରେ ଶିବ ଶଙ୍କର ଶାକୁନିଆ ଓ ଅମୀୟ କୁମାର ମହାପାତ୍ର ନିର୍ବାଚନ ପ୍ରକ୍ରିୟା ସୁପରିଚାଳନା କରିଥିବା ବେଳେ ଏଆଇଓସିଡି ସଦସ୍ୟ ସରୋଜ କୁମାର ସାହୁ ଉପସ୍ଥିତ ଥିଲେ।ଦୁଇଟି ଯାକ ଜୋନର ବହୁ ସଂଖ୍ୟାରେ ଔଷଧ ବ୍ୟବସାୟୀମାନେ ଉପସ୍ଥିତ ରହି ଏଥିରେ ସହଯୋଗ କରିଥିଲେ ଏବଂ ନବ ନିର୍ବାଚିତ ଇସି ସଦସ୍ୟଙ୍କୁ ଫୁଲତୋଳା ଦେଇ ଶୁଭେଚ୍ଛା ଜଣାଇଥିଲେ।