April 30, 2026
ajiro khabar
Share

 

 

୧-ଭୁବନେଶ୍ୱର:ଆଜିଠାରୁ ଯୁକ୍ତ ତିନି ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ, ସେପ୍ଟେମ୍ବର ୩ ଯାଏଁ ଚାଲିବ,ଖାଲି ପଡ଼ିଛି ୯୯ ହଜାର ସିଟ୍।

 

୨-ଭୁବନେଶ୍ୱର:ପାର୍ବଣ ଋତୁରେ ବେଆଇନ ଚାନ୍ଦା ଆଦାୟ କଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ।

 

୩-ଗ୍ରାମ୍ଯ ଉନ୍ନୟନ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ,୫ ବର୍ଷରେ ୩୦ ହଜାର କିମି ରାସ୍ତା, ତିଆରି ହେବ ୫୦୦ ସେତୁ।

 

୪-ଆଇନ୍ ହେଲା ଅନଲାଇନ୍ ଗେମିଂ ବିଲ୍‌; ସଂସଦରେ ପାରିତ ପରେ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ନିୟମ ଭାଙ୍ଗିଲେ ୫ ବର୍ଷ ଜେଲ୍ ଦଣ୍ଡ।

 

୫-ବାଲିକୁଦା: ଅନଲାଇନ୍ ଆପରେ ସୁଭଦ୍ରା ଟଙ୍କା ଲଗାଇ ୩ ହଜାର ମହିଳା ସର୍ବସ୍ବାନ୍ତ।ଏହି ବ୍ଲକ୍ ରେ କୋଡ଼ିଏ କୋଟି ଟଙ୍କା ଠକେଇ ଅଭିଯୋଗ।

 

୬-ବିଡାନାସୀ ମୌଜାଠାରେ କଟକ ଜିଲ୍ଲାପାଳଙ୍କ ନୂତନ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ।

 

୭-ଛାତ୍ରୀ ଆତ୍ମହତ୍ୟା ବଢୁଛି, ଉଚ୍ଚ ଶିକ୍ଷା ଓ ଗଣଶିକ୍ଷା ବିଭାଗକୁ ରିପୋର୍ଟ ତଲବ କଲେ ରାଜ୍ୟ ମାନବିକ ଅଧିକାର ଆୟୋଗ।

 

୮-ଆଜି ପୁଣି ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ଜଳଭଣ୍ଡାରରେ ଜଳସ୍ତର ବଢୁଥିବାରୁ ଗେଟ୍ ଖୋଲିବାକୁ ନିଷ୍ପତ୍ତି, ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି ଜଳଭଣ୍ଡାର।

 

୯-ନବୀନ ନିବାସରେ ପ୍ରେମ ପଟ୍ଟନାୟକ; ସାନଭାଇର ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ଆସିଛନ୍ତି ବଡ଼ଭାଇ।

 

୧୦-୨୦୨୩ ଓସିଏସ୍ ଲିଖିତ ପରୀକ୍ଷା ଫଳ ପ୍ରକାଶ,ମୋଟ୍ ୮୦୬ ପରୀକ୍ଷାର୍ଥୀ କୃତକାର୍ଯ୍ୟ।

 

୧୧-ଆସୁଛି ଯୋଡା ଲଘୁଚାପ, ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି।

 

୧୨-ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ବଡ଼ ଘୋଷଣା, ସରକାରୀ ବସ୍‌ରେ ମାଗଣା ସ୍କୁଲ୍ ଯାଇପାରିବେ ଛାତ୍ରଛାତ୍ରୀ।

 

୧୩-ଯୁକ୍ତ ୨ ପାଠ୍ୟକ୍ରମରେ ପରିବର୍ତ୍ତନ, ବାଧ୍ୟତାମୂଳକ ଇଂରାଜୀରେ ରହିବ ‘ପରିବେଶ ଶିକ୍ଷା’ ୟୁନିଟ୍, MIL ବିଷୟରେ ଅନ୍ତର୍ଭୁକ୍ତ ହେଲା ‘ମୂଲ୍ୟବୋଧ ଶିକ୍ଷା’ ୟୁନିଟ୍, ୨୦୨୬ ବୋର୍ଡ ପରୀକ୍ଷାରେ ଉଭୟ ବିଷୟରେ ପ୍ରଶ୍ନ ଆସିବ।

 

୧୪-ଆଠଗଡ: ଆଠଗଡ ବନାଞ୍ଚଳକୁ ପ୍ରାୟ ୮ ମାସ ବ୍ୟବଧାନ ପରେ ଚନ୍ଦକା ଅଞ୍ଚଳରୁ ପୁଣି ଫେରିଛନ୍ତି ୨୩ଟିକିଆ ହାତୀପଲ।

 

୧୫-ଗରିବ, ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର, କମିବ GST,କମିବ ଦରଦାମ୍ …ଶସ୍ତା ହେବ ଅତ୍ୟାବଶକୀୟ ସାମଗ୍ରୀ !

 

୧୬-ନଖରା ନିକଟସ୍ଥ ଏକ ଘରୋଇ ଇଞ୍ଜିନିୟରିଂ କଲେଜକୁ ଛାଟ, ୨୯ ଛାତ୍ରଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଦେବ କ୍ଷତିପୂରଣ।

 

୧୭-ରାଜ୍ୟରେ ଜୋର ଧରିଲା ଏନ୍‌ଏସି ଦାବି : ଯାଜପୁର ଚଣ୍ଡିଖୋଲରେ ବିକ୍ଷୋଭ, ଖୋର୍ଦ୍ଧା ବେଗୁନିଆରେ ବନ୍ଦ ଡାକରା।

 

୧୮-ରାଜଧାନୀ ରାଜରାସ୍ତାରେ ଷ୍ଟଣ୍ଟ ମାରିବା ପଡିଲା ମହଙ୍ଗା, କଟିଲା ୧୦ ହଜାର ଟଙ୍କାର ଚାଲାଣ।

 

୧୯-ନିମ୍ନମାନର କାମ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ, ସତର୍କ କଲେ ମୁଖ୍ୟମନ୍ତ୍ରୀ : କଣ୍ଟ୍ରାକ୍ଟର ନେବେ ପ୍ରଶିକ୍ଷଣ।

 

୨୦-କଟକ:CDMO ଅଫିସ ସିନିୟର ଆସିଷ୍ଟାଣ୍ଟଙ୍କ ଘରେ ପଶିଲା ଭିଜିଲାନ୍ସ, ଅବସର ପୂର୍ବରୁ ପଡିଗଲେ ସ୍କାନରରେ।

 

୨୧-ମହିଳା ଏସିଆ କପ୍‌ ହକି ପାଇଁ ଭାରତୀୟ ଦଳ ଘୋଷିତ, ସଲିମା ଅଧିନାୟିକା, ଓଡ଼ିଶାରୁ କେବଳ ସୁନେଲିତା।

 

୨୨-ଗାଜାରେ ଦୁର୍ଭିକ୍ଷ ଘୋଷଣା କଲା ଜାତିସଂଘ,ଭୋକରେ ସଢ଼ୁଛନ୍ତି ୫ଲକ୍ଷ ଲୋକ।