April 30, 2026

ଅସହାୟ ବିକଳାଙ୍ଗ ଅଶୋକ ଙ୍କ ପାଇଁ ଅଞ୍ଚଳ ବାସୀଙ୍କ ନିବେଦନ ..

IMG-20250823-WA0000
Share

 

ମୟୂରଭଞ୍ଜ(ବିଭୂତି ରାଉତ)

ଦୀର୍ଘ ୬୫ ବର୍ଷ ହେଲା ବିକଳାଙ୍ଗ ଅଶୋକ ଜରି ପଲିଥିନ୍ ବୋତଲ ଗୋଟାଇ ସେ ନିଜେ ଚଳନ୍ତି।ଆଜକୁ ଏକ ମାସ ହେଲା ତାଙ୍କର ଦେହ ଅସୁସ୍ଥ ହେବାରୁ ସେ କୌଣସି ପ୍ରକାରେ ଜରି ପଲିଥିନ୍ ବୋତଲ ଗୋଟାଇ ପାରୁନାହାନ୍ତି ଓ ଏକ ମାସ ହେଲା ତାଙ୍କର ପେଟକୁ ଖାଦ୍ୟ ମଧ୍ୟ ଯାଇ ନାହିଁ।ଭାତ କହିଲେ ତାଙ୍କୁ ସପନ ହୋଇ ଯାଇଛି।ଭାତ କି ରୁଟି ଆଜକୁ ଏକ ମାସ ହେଲା ଖାଈ ନାହାନ୍ତି ବୋଲି କହିଛନ୍ତି।କେବଳ ଶୁଖିଲା ଖାଦ୍ୟ ଯେମିତି କି ବିସ୍କୁଟ ଖାଈ ବଞ୍ଚିଛନ୍ତି।ତାଙ୍କର ଏହି ଭଳି ପରିସ୍ଥିତି ଦେଖି ସ୍ୱାଧୀନତା ସଂଗ୍ରାମୀଙ୍କ ନାତି ଓ ସମାଜସେବୀ ଦିପ୍ତି ରଞ୍ଜନ ମହାନ୍ତି ତାଙ୍କୁ କିଛି ଶୁଖିଲା ଖାଦ୍ୟ ଦେଇଛନ୍ତି ଓ ମୋରଡା ର ଏକ ଦୋକାନୀ ସୁଜିତ୍ କୁମାର ବେହେରା ତାଙ୍କ ପାଇଁ ଔଷଧ ଓ ଖାଦ୍ୟ ଦେଇ ନିଜ ପାଖରେ ରଖିଛନ୍ତି।ଏହି ପରି ପରିସ୍ଥିତି ରେ କୌଣସି ସହୃଦୟ ବ୍ୟକ୍ତି ତାଙ୍କୁ ଯଦି ଗୋଟାଏ ବ୍ୟାଟେରୀ ଚାଳିତ ସାଇକେଲ ଦେଲେ ସେ ତାଙ୍କ ଗୁଜୁରାଣ ପାଇଁ ଆହାର ଯୋଗାଡ଼ କରିପାରିବେ ବୋଲି ନିଜେ ବିକଳାଙ୍ଗ ଅଶୋକ ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି।ଏହି ଭଳି ପରିସ୍ଥିତି ରେ ତାଙ୍କୁ ସରକାର ଓ ସ୍ଥାନୀୟ ବିଧାୟକ ତଥା ନଗର

ଉନ୍ନୟନ ମନ୍ତ୍ରୀ ଗୋଟେ ସାଇକଲ ଯୋଗାଇ ଦେବା ପାଇଁ ଅଞ୍ଚଳ ବାସୀ ଆକୁଳ ନିବେଦନ କରିଛନ୍ତି।କେହି ଯଦି ସହୃଦୟ ବ୍ୟକ୍ତି ବିକଳାଙ୍ଗ ଅଶୋକ ଙ୍କୁ ସାହାର୍ଯ୍ୟ କରିବା ପାଇଁ ଚାହାନ୍ତି ତାହା ହେଲେ ଫୋନ୍ ପେ ମାଧ୍ୟମ ରେ ପଠାଇ ପାରିବେ। ଯେଉଁ ସହୃଦୟ ବ୍ୟକ୍ତି ସାହାଯ୍ୟ ପଠାଇବାକୁ ଚାହାଁନ୍ତି ନିମ୍ନଲିଖିତ ଫୋନ୍ ପେ ନମ୍ବର ରେ ପଠାଇ ପାରିବେ। ଫୋନ୍ ପେ ନମ୍ବର ହେଲା -(୬୩୭୧୭୦୭୩୯୬)।