ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ରେ ବାଜି ମାରିଲା ବିଜେଡି…………

IMG-20240823-WA0003
Share

      ନବରଙ୍ଗପୁର:-(ଏମ.ଦିନା°ଶୁ ଆଚାରୀ) ରାଇଘର ବ୍ଲକ ଅଧକ୍ଷ ନର୍ବାଚନରେ ବାଜି ମାରିଲା ବିଜେଡି।ଅଧକ୍ଷ ପଦ ପାଇଁ ବିଜେଡି ଓ ବିଜେପି ପକ୍ଷରୁ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ବିଜେଡି ସମର୍ଥିତ ସମିତିସଭ୍ୟ ଗୁପ୍ତପ୍ରସାଦ ଝାଙ୍କର ଓ ବିଜେପି ସମର୍ଥିତ ସମିତିସଭ୍ୟ ତୃପ୍ତିରଞ୍ଜନ ମାଝୀ ନାମାଙ୍କନ ଦାଖଲ କରିଥିଲେ।ନିୟମ ଅନୁଯାଇ ୧୨.୩୦ ରୁ ୨.୦୦ ଯାଏଁ ଅଧକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ ସମୟ ପରେ ବିଜୟ ହୋଇଥିବା ପ୍ରାର୍ଥୀ ଙ୍କ ନାମ କୁ ନିର୍ବାଚନ ଅଧିକାରୀ ଘୋଷଣା କରିଥିଲେ। କୋଷକୋଙ୍ଗା ପଞ୍ଚାୟତ ସମିତିସଭ୍ୟ ତଥା ବିଜେଡି ସମର୍ଥିତ ପ୍ରାର୍ଥୀ ଗୁପ୍ତ ପ୍ରସାଦ ଝାଙ୍କର ରାଇଘର ବ୍ଲକର ନୂତନ ଅଧକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ବିଜେଡି ସମର୍ଥିତ ପ୍ରାର୍ଥୀ ବିଜୟୀ ଲାଭ କରିବା ପରେ ରାଇଘର ବ୍ଲକ ବିଜେଡି ମହଲରେ ଉତ୍ସାହ ଦେଖିବାକୁ ମିଳିଛି। ବିଜେଡି ସମର୍ଥିତ ପାର୍ଥି ଗୁପ୍ତ ପ୍ରସାଦ ଝାଙ୍କର ଙ୍କୁ – ୧୬ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ସମର୍ଥିତ ପାର୍ଥି ଙ୍କୁ – ୭ ଭୋଟ ମିଳିଛି ଏବଂ ଗୋଟିଏ ଭୋଟ ନାକଚ ହୋଇଛି ଉମରକୋଟ ନିର୍ବାଚନ ମଣ୍ଡଳୀର ରାଇଘର ବ୍ଲକ ଅଧକ୍ଷ ନିର୍ବାଚନ କୁ ନେଇ ବିଜେପି ପାଇଁ ଏକ ସାନମାନ ର ପ୍ରଶ୍ନ ରହିଥିଲା ଏବଂ ଏହି ବ୍ଲକଟି କ୍ୟାବିନେଟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ନିର୍ବାଚନ ମଣ୍ଡଳୀରେ ରହିଥିଲେ ମଧ୍ୟ ରାଇଘର ବ୍ଲକ ଅଧ୍ୟକ୍ଷ ଆସନ ଟିକୁ ବିଜେଡି ବାଜି ମାରି ନେଇ ଯାଇଛି।