September 22, 2026

ଉମରକୋଟ ଠାରେ ଓମଫେଡର ଚାଷୀ ମାରଣ ନୀତି,ନବରଙ୍ଗପୁର ଜିଲ୍ଲାର କ୍ଷୀର ନେଉନୀ ଓମଫେଡ………….

IMG-20260530-WA0002
Share

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ୨୫୦୦ ଚାଷୀ ଚିନ୍ତାରେ ଚାଷୀ , ୪୦ ହଜାର ଲିଟର କ୍ଷୀର ଫିଙ୍ଗିଲେ ଚାଷୀ ଉମରକୋଟ -ଗୋ ପାଳନ ପାଇଁ ସରକାର ଯୋଜନା ଉପରେ ଯୋଜନା ତିଆରି କରି ଚାଲିଛନ୍ତି। କିନ୍ତୁ ଚାଷୀଙ୍କ ଉତ୍ପାଦିତ କ୍ଷୀର ମାସେ ହେଲା ରାଜ୍ୟ ସରକାର ଙ୍କ ଓମଫେଡ କିଣୁ ନ ଥିବାରୁ ଆଜି ଚାଷୀ ମାନେ ୪୦ ହଜାର ଲିଟର କ୍ଷୀରକୁ ଫିଙ୍ଗି ଦେଇଛନ୍ତି। ମିଳିଥିବା ସୂଚନା ନୁଯାୟୀ ମାସ ହେଲାଣି ନବରଙ୍ଗପୁର ଜିଲ୍ଲାର କ୍ଷୀରକୁ ଜୟପୁରରେ ଥିବା ଓମ୍ଫେଡ ବିଭିନ୍ନ ଆଳ ଦେଖାଇ କୃଆ କରୁନି। ଆଜିକୁ ୩ ଦିନ ହେଲା ନବରଙ୍ଗପୁର ଜିଲ୍ଲାର କ୍ଷୀରକୁ ଓମ ଫେଡ ମୋଟେ ଗ୍ରହଣ କରୁନି। ସମଗ୍ର ନବରଙ୍ଗପୁର ଜିଲ୍ଲାରେ ୧୧ ଟା ଚିଲିଂ ପ୍ଲାଣ୍ଟ ରହିଛି ଯେଉଁଠି କି ୫୩ ହଜାର ଲିଟର କ୍ଷୀର ଚିଳିଂ କରା ଯାଇପାରିବ। ସମଗ୍ର ନବରଙ୍ଗପୁର ଜିଲ୍ଲାରୁ କ୍ଷୀର ଚାଷୀ ଙ୍କ ଠାରୁ ସଂଗ୍ରହ ହେବ। ପରେ ଉମରକୋଟ ଚିଲିଙ୍ଗ ପ୍ଲାଣ୍ଟକୁ ଆସିଥାଏ। ଓ ଏଠାରୁ ଜୟପୁର ପ୍ଲାଣ୍ଟ କୁ ଯାଇଥାଏ। ତେବେ ନବରଙ୍ଗପୁର ଜିଲ୍ଲାର କ୍ଷୀର ନିମ୍ନ ମାନର ଓ କ୍ଷୀରରେ ଅପ ମିଶ୍ରଣ ହେଇ ଆସୁଛି ବୋଲି ଆଳ ଦେଖାଇ କ୍ଷୀର ଗ୍ରହଣ କରୁନାହିଁ। ଅପର ପକ୍ଷରେ ଚାଷୀ ଙ୍କ କହିବା ହେଲା କ୍ଷୀର ବିକ୍ରି ବିକ୍ରି ପାଇଁ ଓମ ଫେଡ ଯେଉଁ ମାନଦଣ୍ଡ ପ୍ରସ୍ତୁତ କରିଛି ସେହି ଅନୁସାରେ ଆମେ କ୍ଷୀର ସସାଇଟି କୁ ଦେଉଛୁ ବୋଲି କହିଛନ୍ତି ଚାଷୀ। ତେବେ ଆଜି ଓମ ଫେଡ କ୍ଷୀର ଟ୍ରକ୍ କୁ ଫେରାଇ ଦେବା ପରେ ଉତ୍ୟକ୍ତ ଚାଷୀ ଉମରକୋଟ ସହର ନିକଟସ୍ଥ ମେନ୍ଦ।ବେଡ଼।

ଠାରେ ଥିବା ଚିଲଙ୍ଗ ପ୍ଲାଣ୍ଟ ରେ ପ୍ରାୟ ୪୦ ହଜାର ଲିଟର କ୍ଷୀରକୁ ତଳେ ଢାଳି ଦେଇଛନ୍ତି। ବର୍ତ୍ତମାନ ଓମଫେଡ ଚାଷୀ ଙ୍କ ଠାରୁ କ୍ଷୀର ନେବା ବନ୍ଦ କରିଦେବା ପରେ ଚିନ୍ତାରେ ପଡ଼ିଛି ଚାଷୀ। ବ୍ୟାଙ୍କ ଋଣ କରି ଗାଈ କିଣି ଗାଈ ଚାଷୀ ମାନେ ଋଣ ଶୁଝିବା ନେଇ ଚିନ୍ତାରେ ପଡ଼ିଛି ଚାଷୀ। ଆଜି ଚାଷୀ ଯେଉଁ ୪୦ ହଜାର ଲିଟର କ୍ଷୀର ଫିଙ୍ଗି ଦେଇଛି ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧୩ ଲକ୍ଷ ଟଙ୍କା ହେଇଥିବା ବେଳେ ଓମ ଫେଡ ଏହି ଟଙ୍କା ଚାଷୀ ଙ୍କୁ ପୈଠ ଶୀଘ୍ର କରିବା ପାଇଁ ଦୁଗ୍ଧ ଚାଷୀ ଦାବି କରିଛନ୍ତି। କ୍ଷୀର ବିକ୍ରି ଟଙ୍କା ନ ମିଳିଲେ ରାସ୍ତା ରୋକ୍ କରି ଆନ୍ଦୋଳନ କରିବୁ ବୋଲି ଧମକ ଦେଇଛନ୍ତି ଚାଷୀ। ତେବେ ମିଳିଥିବା ସୂଚନା ଅନୁଯାୟୀ ଜୟପୁର ରେ ଥିବା ଓମଫେଡ ପ୍ଲାଣ୍ଟ ର କେପାସିଟି ନ ଥିବା ଓ କ୍ଷୀର ଓ ଅନ୍ୟ ଦୁଗ୍ଧ ରୁ ପ୍ରସ୍ତୁତ ସାମଗ୍ରୀ ବିକ୍ରି କରି ପାରୁ ନ ଥିବାରୁ କ୍ଷୀର ର ମାନ ନିମ୍ନ ମାନର କହି ଗ୍ରହଣ କରୁନି। ତେବେ ଜୟପୁର ଓମ୍ ଫେଡ ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କ୍ଷୀର ଗ୍ରହଣ କରୁଥିବା ବେଳେ କେଉଁ ମନ୍ଦ୍ ଉଦ୍ଦେଶ୍ୟ ରଖି ନବରଙ୍ଗପୁର ଜିଲ୍ଲାର ଚାଷୀଙ୍କ କ୍ଷୀର ଗ୍ରହଣ କରୁନି ଏଥି ନେଇ ବିଭିନ୍ନ ଚର୍ଚ୍ଚା ହେଉଛି। ଚାଷୀ ଙ୍କ କ୍ଷୀର ବିକ୍ରି ଅର୍ଥ ଯେପରି ଚାଷୀ ପାଇବ ସେଥି ନେଇ ଓମ ଫେଡ

ତୁରନ୍ତ ପଦକ୍ଷେପ ନେବା ପାଇଁ ଚାଷୀ ମାନେ ଦାବି କରିଛନ୍ତି। ଚାଷୀଙ୍କ ସୋସାଈଟି ଜୟ ପୁର ଓମ୍ଫେଡ ନବରଙ୍ଗପୁର ଜିଲ୍ଲାର କ୍ଷୀର ଗ୍ରହଣ କରୁନି ବୋଲି ଆଜି ସକାଳରୁ ପଶୁ ସମ୍ପଦ ମନ୍ତ୍ରୀ ଓ ଓମ୍ଫେଡ ର ଭୁବନେଶ୍ୱର ଠାରେ ଥିବା ସମସ୍ତ ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ଘଟଣା ର ଅବଗତ କରାଯାଇଥିବା ସତ୍ତ୍ୱେ କୌଣସି ଉତ୍ତର ନ ମିଳିବାରୁ ଚାଷୀ ସନ୍ଧ୍ୟାରେ କ୍ଷୀର ଫିଙ୍ଗିବ। ପାଇଁ ବାଧ୍ୟ ହେଲୂ ବୋଲି କହିଛନ୍ତି ଚାଷୀ ମାନେ।

You may have missed