June 20, 2026

ଚଉପ୍ରହର ନାମ ସଂକୀର୍ତ୍ତନ ମହାଯଜ୍ଞ ଅନୁଷ୍ଠିତ..

IMG-20240823-WA0006
Share

ବୋଲଗଡ଼,(ଉପାନ୍ତ ଖବର) :ବୋଲଗଡ଼ ନିକଟସ୍ଥ ସାଗରଗୁଆଁ ଗ୍ରାମର ଦଧିବାମନ ଦେବ ଙ୍କ ପୀଠରେ ଗ୍ରାମବାସୀ ଙ୍କ ସହଯୋଗରେ ପ୍ରଥମ ବାର୍ଷିକ ଚଉପ୍ରହର ନାମ ସଂକୀର୍ତ୍ତନ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ମହନ୍ତ କୁଂଜବନ ମଠର ମଦନ ମୋହନ ଦାସ ଙ୍କ ଦ୍ଵାରା ପୂଜା ପାଠ ଓ ଅଧିବାସ କାର୍ଯ୍ୟ କରାଯାଇଥିଲା। ଏବଂ ଏହି ନାମ ସଂକୀର୍ତ୍ତନ ମହାଯଜ୍ଞ ରେସାଗରଗୁଆଁ,ହଳଦୀପଦା,କରଡାପଲି,ବେଗୁନିଆ(ଖଣ୍ଡପଡା),ସାଗରଗୁଆଁ(ପଟଣା),ମଦନ ମୋହନ ସାହି ସଂକୀର୍ତ୍ତନ ଦଳ ଯୋଗ ଦେଇଥିଲେ।ଏହି ମହାଯଜ୍ଞ ରେ ବହୁ ଶ୍ରଦ୍ଧାଳୁ ଭକ୍ତ ମାନେ ଯୋଗ ଦେବା ସହିତ ସରପଞ୍ଚ ରମାମଣୀ ଦେଇ ଏବଂ ଜିଲ୍ଲା ପରିଷଦ ସୁବାଷ ଚନ୍ଦ୍ର ରାୟଗୁରୁ ଯୋଗଦେଇ ଥିଲେ। ଶ୍ରଦ୍ଧାଳୁ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

You may have missed