ଷ୍ଟୁଡେଣ୍ଟ ପୋଲିସ୍ କ୍ଯାଡେଟ୍ ପକ୍ଷରୁ ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ
ଷ୍ଟୁଡେଣ୍ଟ ପୋଲିସ୍ କ୍ଯାଡେଟ୍ ପକ୍ଷରୁ ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ
ବୁଗୁଡା : ତା ୨୩/୦୮/୨୩ : ସ୍ଥାନୀୟ ବୁଦ୍ଧଗିରି ବିଦ୍ୟାପୀଠର ଛାତ୍ରଛାତ୍ରୀଙ୍କୁ ନେଇ ଷ୍ଟୁଡେଣ୍ଟ ପୋଲିସ କ୍ଯାଡେଟ୍ ପକ୍ଷରୁ ଆଜି ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ପୋଲିସ ପ୍ରଶାସନର ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ଅବସରରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟଠାରୁ ଟ୍ରାଫିକ୍ ସଚେତନତା ମୂଳକ ପ୍ଲାକାର୍ଡ଼ ଏବଂ ସ୍ଲୋଗାନ ପୂର୍ବକ ଏକ ଶୋଭାଯାତ୍ରାରେ ବାହାରି ବୁଗୁଡ଼ାର ବୁଦ୍ଧଖୋଲ ଛକରେ ପହଞ୍ଚିଥିଲେ । ସେଠାରେ ଛାତ୍ରଛାତ୍ରୀମାନେ ଏବଂ ପୋଲିସ ଯାନବାହାନ ଚାଳକଙ୍କୁ ହେଲମେଟ୍ ପରିଧାନ ଏବଂ ସିଟ୍ ବେଲ୍ଟ ବନ୍ଧନ ନିମନ୍ତେ ସଚେତନ କରିଥିଲେ। ଏ ଅବସରରେ ଛାତ୍ରଛାତ୍ରୀମାନେ ହେଲମେଟ୍ ପିନ୍ଧିଥିବା ବାଇକ୍ ଚାଳକଙ୍କୁ ଚକୋଲେଟ୍ ଦେଇ ସାଧୁବାଦ ଜଣାଇଥିବା ବେଳେ ନ ପିନ୍ଧିଥିବା ଚାଳକଙ୍କୁ ଚନ୍ଦନ ଟୀକା ଲଗାଇ ନିଜର ସୁରକ୍ଷା ପାଇଁ ହେଲମେଟ୍ ପିନ୍ଧିବାକୁ ନିବେଦନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ଯାଳୟର କ୍ରୀଡା ଶିକ୍ଷକ ବିନୋଦ ବେହେରା , ଶିକ୍ଷକ ଗଙ୍ଗାଧର ଦାଶ, ଶିକ୍ଷୟିତ୍ରୀ ବନିତା ଦେବୀ ଓ ଅନିତା ସାହୁ , ଏସ୍ଏମସି ସଭାପତି ଦିବ୍ଯ ଚରଣ ଦାଶଙ୍କ ସମେତ ପୋଲିସ୍ କର୍ମଚାରୀମାନେ ସହଯୋଗ କରିଥିଲେ । ଷ୍ଟୁଡେଣ୍ଟ୍ ପୋଲିସ୍ କ୍ଯାଡେଟର ଏହି ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ ସାଧାରଣରେ ପ୍ରଶଂସିତ ହୋଇଥିଲା ।