May 10, 2026

ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ..

IMG-20250323-WA0008
Share

 

ପାଟପୁର(ବିଜୟ କୁମାର ପ୍ରଧାନ) ସ୍ଥାନୀୟ ବିଶ୍ୱାସ ରାୟ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରୀଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି।ସଂଯୋଜିକା

ଡ.ସାଲିନା କୁମାରୀ ବେହେରାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫୁଲ୍ଲ ଚନ୍ଦ୍ର ମହାରଣା ସଭାପତିତ୍ଵ କରିଥିବା ବେଳେ ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ଡ.କୈଳାଶ ଚନ୍ଦ୍ର ସ୍ୱାଇଁ

ମୁଖ୍ୟବକ୍ତା ଭାବେ ଯୋଗ ଦେଇ ସମାଜ ରେ ନାରୀ ଙ୍କ ବିକାଶ ଓ ସୁରକ୍ଷା ପାଇଁ ଆତ୍ମରକ୍ଷା କୌଶଳ ର ଭୂମିକା ଉପରେ ଆଲୋକପାତ କରିଥିଲେ।ସମ୍ମାନିତ ଅତିଥି ଭାବରେ ଆତ୍ମରକ୍ଷା ପ୍ରଶିକ୍ଷିକା ଉଷା ରାଣୀ ଦୋରା,ମହାବିଦ୍ୟାଳୟର ପ୍ରସାଶନିକ ଅଧିକାରୀ ଶ୍ରୀମତୀ ସୁଧାଂଶୁ ମୁଖୀ ପାଢ଼ୀ ଯୋଗ ଦେଇଥିଲେ।ଆଠ ଦିନ ବ୍ୟାପୀ ଅନୁଷ୍ଠିତ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ରେ ୧୦୪ ଛାତ୍ରୀ ଭାଗ ନେଇ ଥିବା ବେଳେ,ଏହା ମାର୍ଚ୍ଚ ୧୦ ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।ଉଦଯାପନୀ ଉତ୍ସବରେ ତାଲିମ ନେଇ ଥିବା ସମସ୍ତ ଛାତ୍ରୀ ଙ୍କୁ ମାନପତ୍ର ବିତରଣ କରାଯାଇଥିଲା ଏବଂ ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଏବଂ କର୍ମଚାରୀ ଉପସ୍ଥିତ ଥିଲେ।ପରିଶେଷରେ ସଂଯୋଜିକା ଡ.ସାଲିନା କୁମାରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।