April 29, 2026
ajiro khabar
Share

 

୧-ଭୁବନେଶ୍ୱର: ଶିଶୁ ବାଟିକା ପାଇଁ ହେବନି ଲିଖିତ ପରୀକ୍ଷା,ଦକ୍ଷତା ମାପିବେ ଶିକ୍ଷକ।

 

୨-ଭୁବନେଶ୍ୱର: ଦକ୍ଷିଣ -ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ,୮ ଜିଲ୍ଲାକୁ ବର୍ଷା ସମ୍ଭାବନା।

 

୩-ନବରଙ୍ଗପୁର:୨୧୧ ଗାଁରେ ପହଞ୍ଚି ନାହିଁ ପାନୀୟ ଜଳ। ଡାବୁଗାଁ ଓ ଝରିଗାଁ ବ୍ଲକ ବିଶେଷ ଭାବେ ପ୍ରଭାବିତ।

 

୪-ରାୟଗଡ଼ା ଜିଲ୍ଲାରେ ପ୍ରାଥମିକ ଶିକ୍ଷା ଅସଜଡ଼ା:୪୦୦ ବିଦ୍ୟାଳୟରେ ଜଣେ ଲେଖାଏଁ ଶିକ୍ଷକ।

 

୫-ଦୋଳ ପୂର୍ଣ୍ଣମୀରେ ଚନ୍ଦ୍ର ଗ୍ରହଣ। ସକାଳ ୬ଟାରୁ ହାଣ୍ଡି ଛାଡ଼। ଅପରାହ୍ନ ୩ଟା ୨୦ରେ ସ୍ପର୍ଶ। ସନ୍ଧ୍ୟା ୬ଟା ୪୭ରେ ସର୍ବମୋକ୍ଷ। ଶ୍ରୀମନ୍ଦିର ନୀତିକାନ୍ତି ପାଇଁ ମଙ୍ଗଳବାର ଛତିଶା ନିଯୋଗ ମିଟିଂ।

 

୬-ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ ହେଲା ରାଜକନିକା ଗଣଦୁଷ୍କର୍ମ ଘଟଣା, ମାମଲାଟି CAW ଟିମ୍ କୁ ହସ୍ତାନ୍ତର।

 

୭-ଝାରସୁଗୁଡ଼ା:ଦ୍ରୁତଗାମୀ ଟ୍ରଲର ଓ ପୋଲିସ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା,୫ ପୋଲିସ କର୍ମଚାରୀଙ୍କ ମୃତ୍ୟୁ।

 

୮-ଭୁଷୁଡୁଛି ଲାଲଗଡ଼; କନ୍ଧମାଳ କରଡ଼ା ଜଙ୍ଗଲରେ ମାଓବାଦୀ-ପୋଲିସ ମୁହାଁମୁହିଁ, ଏନକାଉଣ୍ଟରରେ ୩ ମାଓବାଦୀ ନିପାତ।

 

୯-ଭୁବନେଶ୍ୱର:ହୋଇପାରିଲାନି ପ୍ରଭୁ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା, ଅଧାରୁ ଅଟକିଲା ନୀତିକାନ୍ତି।

 

୧୦-ଭୁବନେଶ୍ୱର:IRS ଅଫିସରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ, ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି କମିଶନରେଟ୍ ପୋଲିସ।

 

୧୧-୧୨ ଘଣ୍ଟା ପରେ ଖୋଲିଲା ଶୈଳବାଳା ମହିଳା ମହାବିଦ୍ୟାଳୟର ମୁଖ୍ୟ ଫାଟକ, ଧାରଣାରୁ ହଟିଲେ ଛାତ୍ରୀ।

 

୧୨-ରାଜକନିକା ନାବାଳିକା ଗଣଦୁଷ୍କର୍ମ ଘଟଣା, ସାରା ରାଜ୍ୟରେ ୨୪ ତାରିଖରେ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେଡି।

 

୧୩-ସୂବର୍ଣ୍ଣପୁର:ବାହାଘର ପରେ ବନ୍ଧୁକ ଦେଖାଇ ଅଧା ରାସ୍ତାରୁ ନେଇଗଲା ପ୍ରେମିକ,ଖାଲି ହାତରେ ଫେରିଲା ବର।

 

୧୪-ପାରାଦୀପ ପରିବା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୫୦ରୁ ଉର୍ଦ୍ଧ୍ବ ଦୋକାନ ଘର।

 

୧୫-ଛତ୍ରପୁର : ସାଇବର ଅପରାଧି ଉପରେ ଲଗାମ,ଗୋଟିଏ ଦିନରେ ୮୬ ବେନାମୀ ବ୍ୟାଙ୍କ ଆକାଉଣ୍ଟ ଚିହ୍ନଟ, ୬ ଗିରଫ।

 

୧୬-ଓଡ଼ିଶାର ଯୁବ ଚାଷୀ ହିରୋଦ ପଟେଲଙ୍କୁ ମୋଦିଙ୍କ ପ୍ରଶଂସା। ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ହିରୋଦଙ୍କ ଚାଷ ଶୈଳୀକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି।

 

୧୭-କଟକ:OCAର ନିର୍ବାଚନ ଡିସେମ୍ବରକୁ ଘୁଞ୍ଚିଲା। ସମସ୍ତ ଅଭିଯୋଗ ଅମୂଳକ: ସଞ୍ଜୟ

 

୧୮-ଅହମଦାବାଦ:ସୁପର -୮ରେ ଭାରତକୁ ସହଜରେ ହରାଇଲା ଦକ୍ଷିଣ ଆଫ୍ରିକା।

 

୧୯-ବ୍ୟାଙ୍କକ୍-ମହିଳା ଏସିଆ କପ୍:ଟାଇଟଲ୍ ବଜାୟ ରଖିଲା ଭାରତ -ଏ।

 

୨୦-ନମୋ ଭାରତ ଓ ମିରଟ ମେଟ୍ରୋର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ।

 

୨୧-ନୂଆଦିଲ୍ଲୀ:ଏନସିପି ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ଶରଦ ପାଓ୍ବାରଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା ପାଇଁ ପୁଣେର ଏକ ଘରୋଇ ହସ୍ପିଟାଲରେ ହେଲେ ଭର୍ତ୍ତି ।

 

🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏