୨୭ରେ ପଞ୍ଚମୁଖି ହନୁମାନ ମନ୍ଦିରର ରତ୍ନମୁଦ ମହୋତ୍ସବ 

IMG-20260223-WA0003
Share

 

 

ସମ୍ବଲପୁର, ୨୨. ୦୨(ରାଜାରାମ ଷଡ଼ଙ୍ଗୀ ):ପ୍ରଭୁ ହନୁମାନଙ୍କ ଅସୀମ କୃପାରେ ଏବଂ ଭକ୍ତଜନଙ୍କ ଆଶୀର୍ବାଦରୁ ଆମ ପଡିଆବାହାଲ ବଜାରପ୍ରାଙ୍ଗଣ ଠାରେ ନବନିର୍ମିତ ପଞ୍ଚମୁଖୀ ହନୁମାନ ମନ୍ଦିରର ପବିତ୍ର ରତ୍ନମୁଦ ମହୋତ୍ସବ ଆସନ୍ତା ୨୭ ତାରିଖ ଶୁକ୍ରବାର ଦିନ ଅନୁଷ୍ଠିତ ହେବା

 

ଏହି ଏହି ପବିତ୍ର ଅବସରକୁ ଅଧିକ ଶୁଭମୟ କରିଵା ପାଇଁ ବହୁ ଗୁଣୀ ଜ୍ଞାନୀ, ରାଜନେତା ଓ ଭକ୍ତଜନଙ୍କୁ ନିମନ୍ତ୍ରଣ କରାଯାଇଛି।ଏହି ଦିନ ସକାଳ ୯ଟା ଗତେ କଳସଯାତ୍ରା ଓ ୧୦ଟାରେ ଶ୍ରୀଶ୍ରୀଗଣେଶ ପୂଜା ଅନୁଷ୍ଠିତ ହୋଇ

ଦିବା ଘ:୧.୧୫ ରୁ ଘ:୨.୫୦ ମଧ୍ୟ ରତ୍ନମୁଦ ପୂର୍ଣ୍ଣ କରାଯିବା କାର୍ଯ୍ୟକ୍ରମ ସହିତ ଉପସ୍ଥିତ ସମସ୍ତେ ଭକ୍ତଜଣଙ୍କ ପାଇଁ ପ୍ରସାଦସେବନ ବ୍ୟବସ୍ତା କରାଯାଇଛି। ଏହି ମହୋତ୍ସବରେ ସମସ୍ତ ଭକ୍ତଜନ ଯୋଗଦେବାକୁ ପଡିଆବାହାଲ ଆଞ୍ଚଳିକ ପଞ୍ଚମୁଖୀ ହନୁମାନ ମନ୍ଦିର କମିଟି ପକ୍ଷରୁ ଅନୁରୋଧ କରାଯାଇଛି।