April 25, 2026

ଶୈବପୀଠ ରେ ଅଧିଆ ପଡିଥିବା ବ୍ୟକ୍ତିଙ୍କ ଆତ୍ମହତ୍ୟା…

hand
Share

ଗଞ୍ଜାମ ବ୍ଲକ ରମ୍ଭା ଥାନା ଅନ୍ତର୍ଗତ ସାତୁଳି ଗ୍ରାମ ନିକଟସ୍ଥ ମକରେଶ୍ଵର ମନ୍ଦିର ରେ ଅଧିଆ ପଡିଥିବା ବ୍ୟକ୍ତି ଜଣଙ୍କ ବେକରେ ରଶି ଲଗାଈ ଆତ୍ମହତ୍ୟା କରିଥିବା ଲକ୍ଷ କରାଯାଇଛି l ଆଜି ବଢ଼ି ଭୋର ସମୟରେ ଶ୍ରଦ୍ଧାଳୁ ମାନେ ଠାକୁର ଦର୍ଶନ କରିବା ପାଇଁ ଶୈବପୀଠ ଅଭିମୁଖେ ଯାଉଥିବା ବେଳେ ଏକ ଗଛରେ ବେକରେ ରଶି ଲାଗି ଜଣେ ବ୍ୟକ୍ତିଙ୍କ ମୃତ ଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ l ଏନେଇ ରମ୍ଭା ଥାନଙ୍କୁ ଖବର ଦିଆଯାଇଥିଲା l ତଦନ୍ତ ପରେ ସେ ଗୋପାଳପୁର ଥାନା ଅନ୍ତର୍ଗତ ଖଜୁରିଆ ପଲ୍ଲୀ ଗ୍ରାମର ରାଜେନ୍ଦ୍ର ପ୍ରଧାନ ଙ୍କ ପୁଅ ଯୋଗେନ୍ଦ୍ର ପ୍ରଧାନ 55 ବୋଲି ଜଣା ପଡିଥିଲା l
ବ୍ୟକ୍ତି ଜଣଙ୍କ ପ୍ରାୟ 26 ଦିନ ହେଲା ଉକ୍ତ ଶୈବପୀଠ ରେ ଅଧିଆ ପଡିଥିବା ଅଞ୍ଚଳବାସୀ ପ୍ରକାଶ କରିଥିଲେ l ରମ୍ଭା ଥାନା ପକ୍ଷରୁ ତଦନ୍ତ କରାଯାଉଥିବା ବେଳେ ତାଙ୍କ ପରିବାର ବର୍ଗ ଙ୍କୁ ଖବର ଦିଆଯାଇଥିଲା l