April 24, 2026

ଉମରକୋଟ ବ୍ଳକ ଅନ୍ତର୍ଗତ ସିଲ।ଟି ଗ୍ରାମ ରେ ଟଂକା ଚୋରି କରିବା ବେଳେ ନିସ୍ତୁକ ମାଡ଼ ଖାଇଲେ ବିହାରର ଯୁବକ…….

IMG-20251122-WA0038
Share

 

ଉମରକୋଟ -(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକ ଅନ୍ତର୍ଗତ ସିଲ।ଟି ଗ୍ରାମ ପଞ୍ଚାୟତ ର ଶଙ୍କରଡ। ଗ୍ରାମ ଠାରେ ଥିବା ଦୀପ।ଙ୍କର ସରଦ।ରଙ୍କ କୀଟ ନାଶକ ଔଷଧ ଦୋକାନରେ ଥିବା ଡ୍ର ରୁ ଟଙ୍କା ଚୋରି କରୁଥିବା ଜଣେ ଅଜଣା ବିହାରୀ ଯୁବକ ଧରା ପଡ଼ି ଗ୍ରାମବାସୀଙ୍କ ଦ୍ଵାରା ନିସ୍ତୁକ ମାଡ ଖାଇଥିବା ଜଣ।ପଡ଼ିଛି। ୨୦ତାରିଖ ଦିନ ସକାଳ ପ୍ରାୟ ୧୦ଟା ସମୟ ରେ ୩ଜଣ ବିହାରୀ ଯୁବକ ଏକ ବାଇକରେ ଆସି ଦୀପ।ଙ୍କର ଦୋକାନ ସମ୍ମୁଖରେ ଆସି ପହଁଚିଲେ। ତେବେ ୨ ଜଣ ବିହାରୀ ଯୁବକ ବାଇକ ଧରି ବାହାରେ ଠିଆ ହେଇଥିବା ବେଳେ ଜିତେନ୍ଦ୍ର ସ।ହା ଯାହାଙ୍କ ଘର ଠିକଣା ହେଲା ବିହାରର ମୋତିହ।ରି ଜିଲ୍ଲାର ଗ୍ରାମ ରାସ ମଣ୍ଡଳ, ଥାନା ପିର୍ପ।ର। ଆସି ୧୦୦ ଟଙ୍କା ଦେଇ କିଛି କୀଟ ନାଶକ ଔଷଧ କିଣିବ ବ।ହ।ନ।ରେ ଆସିଥିଲେ। ତେବେ ଦୀପ।ଙ୍କର ଟଙ୍କାକୁ ଡ୍ର ରେ ରଖୁଥିବା ବେଳେ ବିହାରୀ ଯୁବକ ଜଣଙ୍କ ଡ୍ରରେ ହାତ ପୁରାଇ ଏକ ଟଙ୍କା ବିଡା ଯେଉଁ ଥିରେ କି ପ୍ରାୟ ୧୨ ହଜାର ଟଙ୍କା ଥିଲା ନେଇକି ପଳାଇଯିବା ସମୟରେ ଦୀପ।ଙ୍କର ପାଟି କରିବା ସମୟରେ ଆଖପାଖ ଅଂଚଳ ରେ ଥିବା ଦୋକାନୀ ଓ ଗ୍ରାହକ ମାନେ ଆସି ଜିତେନ୍ଦ୍ରକୁ କାବୁ କରିବା ସମୟରେ ବାଇକ୍ ଧରି ଥିବା ୨ଜଣ ଯୁବକ ଫେରାର ହେଇ ଯାଇଥିଲେ। ତେବେ ଗ୍ରାମବାସୀ ଜିତେନ୍ଦ୍ରକୁ ଉତ୍ତମ ମଧ୍ୟମ କରି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ବିହାରୀ ଯୁବକ କୁ ଉମରକୋଟ ଥାନା କୁ ଆଣିଥିଲା। ଆଜି ଦୀପ।ଙ୍କର ଉମରକୋଟ ଥାନାରେ ନିଜ ଘଟଣାକୁ ଲିଖିତ ଅଭିଯୋଗ କରିବା ସହ ଏତଲାରେ ଏହି ୩ ଯୁବକ ୧୮ତାରିଖ ଦିନ ଅପରାହ୍ନ ୩ ଟ। ସମୟ ରେ ଉମରକୋଟ ବ୍ଲକ ଅନ୍ତର୍ଗତ ନେଉର। ଗ୍ରାମ ପଞ୍ଚାୟତର ବଡ଼ଗାଁ ଠାରେ ଥିବା ସିଏସସି କେନ୍ଦ୍ରରେ କାର୍ଯ୍ୟ କରୁଥିବା ବିଷ୍ଣୁ ଭତ୍ର। ଙ୍କୁ ଡରାଇ ୫୦ହଜାର ଟଙ୍କା ଓ ମୋବାଇଲ ନେଇ ଫେରାର ହେଇ ଯାଇ ଥିବା ଏତଲାରେ ଦର୍ଶାଇଛନ୍ତି। ବର୍ତ୍ତମାନ ଉମରକୋଟ ପୋଲିସ ଉକ୍ତ ବିହାରୀ ଯୁବକ କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ତେବେ ଘଟଣାକୁ ସେହି ଅଂଚଳ ରେ କୋକୁଆ ଭୟ ଦେଖାଯାଇଛି। କାହିଁକି ଏହି ଅଜଣା ବିହାରୀ ଯୁବକ ମାନେ ଏହି ଅଞ୍ଚଳକୁ ଆସି ଡକାୟତ କରିବା ପାଇଁ ଆସିଛନ୍ତି ପୁଲିସ ଉପଯୁକ୍ତ ତଦନ୍ତ କରିବା ପାଇଁ ସ୍ଥାନୀୟ ଲୋକମାନେ ଦାବି କରୁଛନ୍ତି