ନବରଙ୍ଗପୁର ଜିଲ୍ଲା ବାର୍ଷିକ ଆଦିବାସୀ ସଂସ୍କୃତି ମଣ୍ଡେଇ ମହୋତ୍ସବ ପ୍ରସ୍ତୁତି ବ୍ୟଠୋକ ଅନୁଷ୍ଠିତ………
ନବରଙ୍ଗପୁର:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହେଇଥିବା ବେଳେ ଏହି ଜିଲ୍ଲାର ସମସ୍ତ ଅଞ୍ଚଳର ଆଦିବାସୀ ପରମ୍ପରା ଓ ସଂସ୍କୃତି କୁ ରାଜ୍ୟ ସ୍ତରରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଏ ସକାଶେ ଜିଲ୍ଲା ରେ ମଣ୍ଡେଇ ମହୋତ୍ସବ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ପଞ୍ଚାୟତ ସମିତି, ଉମରକୋଟର ସମ୍ମିଳନୀ କକ୍ଷରେ ମଣ୍ଡେଇ ର ପ୍ରସ୍ତୁତି ବ୍ୟଠୋକ ଅନୁଷ୍ଠିତ ହୋଇଯାଇଛି। ଏହି ବ୍ୟଠୋକ ସ୍ଥାନୀୟ ବ୍ଲକ ଉନ୍ନୟନ ଅଧିକାରୀ ମୋନାଜ କୁମାର ମେହେର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। ଏହି ବ୍ୟଠୋକ ରେ ସୁଶିଳା ମାଝୀ, ଉମରକୋଟ ବ୍ଲକ ଅଧକ୍ଷା , ମୁନା ତ୍ରିପାଠୀ, ମଣ୍ଡେଇ ସ୍ମରଣୀକା ସମିତି କମିଟିର ଅଧ୍ୟକ୍ଷ , ଅଶୋକ କୁମାର ପାଢୀ, ବିଧାୟକ ପ୍ରତିନିଧି ଉମରକୋଟ, ସୋନା ମାଝୀ, ବିଧାୟକ ପ୍ରତିନିଧି ତଥା ପରମ୍ଭିକ ମଣ୍ଡେଇ ସଦସ୍ୟ, ବାସନ୍ତୀ ମାଝୀ, ସାଂସଦ ପ୍ରତିନିଧି, ବିକ୍ରମ ସିଙ୍ଗ, ସମିତି ସଭ୍ୟ କରାଗାଁ ପଞ୍ଚାୟତ, ଆଲୋକ କୁମାର ଅନୁଗୁଳିଆ, ମୁନିସିପାଳିଟି କାର୍ଯ୍ୟ ନିର୍ବାହି ଅଧିକାରୀ, ଉମରକୋଟ, ବିଭୁତି ଭୂଷଣ ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ, ଘସିଆ ହରିଜନ, ଜିଲ୍ଲା ସଂସୃତିକ ଅଧିକାରୀ, ମଣ୍ଡେଇ ମହୋତ୍ସବ ର ଅନ୍ୟ ସଭ୍ୟ ଓ ସଭ୍ୟା ବୃନ୍ଦ ସହ ସମସ୍ତ ସରକାରୀ କର୍ମଚାରୀ ଗଣ ଉପସ୍ଥିତ ଥିଲେ। ଏହି ବ୍ୟଠୋକ ରେ ଜିଲ୍ଲା ର ସମସ୍ତ ଆଦିବାସୀ କଳା ପରମ୍ପରା ଓ ଏହି ଜିଲ୍ଲା ର ସମସ୍ତ ପ୍ରତିଭା ମାନ କଳାକାରଙ୍କୁ ସୁଯୋଗ ଦେବା ପାଇଁ ପଦକ୍ଷେପ ନେବା ପାଇଁ ଆଲୋଚନା କରାଗଲା। ଉକ୍ତ କାର୍ଯ୍ୟ କର୍ମର୍ରେ ଯୁବ କଳାକାର ଅଭିଷେକ ବେହେରା ବିଗତ ଦିନରେ ହୋଇଥିବା ଭୁଲ ତୃଟି ପାଇଁ ସ୍ୱର ଉତ୍ତୋଳନ କରିଥିବା ବେଳେ ବ୍ଲକ ଉନ୍ନୟନ ଅଧିକାରୀ ଏହି ତ୍ରୁଟି କୁ ସୁଧାରିବା ପାଇଁ ଆଶ୍ୱାସନା ଦେଇ ଥିଲେ। ପରିଶେଷରେ ସମସ୍ତ ଆଲୋଚନା କୁ ଜିଲ୍ଲା ମଣ୍ଡେଇ ମହୋତ୍ସବର ପରିଚାଳନା କମିଟି ଅଧ୍ୟକ୍ଷ ଗଭୀରତା ର ସହ ନେଇ ଅଗାମୀ ଦିନରେ ହେବାକୁ ଥିବା ମଣ୍ଡେଇ କାର୍ଯ୍ୟକ୍ରମ କିପରି ସୁଚାରୁ ରୁପେ ପରିଚାଳନା ହେବ ସେ ଉପରେ ଗୁରୁତ୍ୱ ଦିଆ ଯିବ ବୋଲି କହିଛନ୍ତି।
