April 30, 2026

ଗଜପତି ଜିଲ୍ଲାରେ ଅଣୁ, କ୍ଷୁଦ୍ର ଏଵଂ ମଧ୍ୟମ ଉଦ୍ୟୋଗର ସହଜ ବ୍ୟବସାୟ ନିମନ୍ତେ ଦିନିକିଆ କର୍ମଶାଳା ଅନୁଷ୍ଠିତ..

IMG-20251122-WA0042
Share

ପାରଳାଖେମୁଣ୍ଡି,

 

ଆଜି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ

ଜିଲ୍ଲା ଶିଳ୍ପ କେନ୍ଦ୍ର ବିଭାଗ ତରଫରୁ ଆୟୋଜିତ ହୋଇଯାଇଅଛି । ଜିଲ୍ଲାର ଅଣୁ, କ୍ଷୁଦ୍ର ଏଵଂ ମଧ୍ୟମ ଉଦ୍ୟୋଗର ସହଜ ବ୍ୟବସାୟ ନିମନ୍ତେ ଦିନିକିଆ କର୍ମଶାଳା ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମୁନିନ୍ଦ୍ର ହନେନାଗାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ଅଣୁ,କ୍ଷୁଦ୍ର ଏଵଂ ମଧ୍ୟମ ଉଦ୍ୟୋଗର ବ୍ୟବସାୟ କ୍ଷେତ୍ରରେ ଜିଲ୍ଲାର ବିଭିନ୍ନ ଦ୍ରବ୍ଯ ଗୁଡିକୁ କିପରି ସହଜ ବ୍ୟବସାୟ ହୋଇପାରିବ ସେଥି ନିମନ୍ତେ (CAG) ଦଳର ପର୍ଯ୍ୟବେକ୍ଷ ଶ୍ରୀଯୁକ୍ତ ଅତୁଲ ପ୍ରକାଶ, ଆକାଉଣ୍ଟାଣ୍ଟ ଜେନେରାଲ,ଓଡ଼ିଶା,ଶ୍ରୀଯୁକ୍ତ ସଞ୍ଜୟ କୁମାର, ଡେପୁଟି ଆକାଉଣ୍ଟାଣ୍ଟ ଜେନେରାଲ,ଓଡ଼ିଶା ଯୋଗ ଦେଇଥିବା ବେଳେ ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା, ସହାୟକ ଜିଲ୍ଲା ଶିଳ୍ପ ଅଧିକାରୀ ଗଜପତି ଶ୍ରୀ ବିଭୁ ରଞ୍ଜନ ସ୍ୱାଇଁ ଓ ଶ୍ରୀ ଆକର୍ଷ ରଞ୍ଜନ ପ୍ରଧାନ ,ଜିଲ୍ଲା ନିବେଶ ପ୍ରୋତ୍ସାହନ ସଂସ୍ଥା ଗଜପତି ପ୍ରମୁଖ ଉପସ୍ଥିତ ଥିଲେ।

ଜିଲ୍ଲାରେ ଅଣୁ, କ୍ଷୁଦ୍ର ଏଵଂ ମଧ୍ୟମ ଉଦ୍ୟୋଗଙ୍କୁ (MSME) ସୁବିଧାଜନକ ପରିବେଶ ଦେବା, ନିବେଶ ପ୍ରକ୍ରିୟାକୁ ସରଳ କରିବା ଓ ବିଭିନ୍ନ ବିଭାଗର ତଥ୍ୟ ସଂଗ୍ରହ ବିଷୟରେ ବିସ୍ତୃତ ମତବିନିମୟ ହୋଇଥିଲା।

ଜିଲ୍ଲାର ସମସ୍ତ ତହସିଲଦାର ଉପସ୍ଥିତ ରହି ଅଣୁ,କ୍ଷୁଦ୍ର ଏଵଂ ମଧ୍ୟମ ଉଦ୍ୟୋଗର (MSME) କ୍ଷେତ୍ରର ସୁବିଧା, ଭୂମି ବ୍ୟବସ୍ଥାପନ, ଅନୁମତି ପ୍ରକ୍ରିୟା ଓ ସମନ୍ୱୟ ବିଷୟ ରେ ଦଳ ସ‌ହିତ ଆଲୋଚନା ହୋଇଥିଲା ।

ଉକ୍ତ କର୍ମଶାଳାରେ କାଜୁ ଶିଳ୍ପ, ଗ୍ରାନାଇଟ ଶିଳ୍ପ, ଧାନ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ସହିତ ଅନ୍ୟାନ୍ୟ ଛୋଟ ଉଦ୍ୟୋଗୀମାନେ ଉପସ୍ଥିତ ରହି ନିଜ ସମସ୍ୟା ପ୍ରସ୍ତାବ ଓ ଆବଶ୍ୟକତାଗୁଡ଼ିକ ଉପସ୍ଥାପନ କରିଥିଲେ।

ଗଜପତି ଜିଲ୍ଲାର ଅଣୁ,କ୍ଷୁଦ୍ର ଏଵଂ ମଧ୍ୟମ ଉଦ୍ୟୋଗ (MSME) କ୍ଷେତ୍ରକୁ ଅଧିକ ସୁବିଧା ଜନକ ଓ ଉଦ୍ୟମୀ ମିତ୍ର ହେବା ସହିତ ବାହାର ନିବେଶକଙ୍କୁ ଆକର୍ଷଣ କରି ଜିଲ୍ଲାର ବ୍ୟବସାୟକୁ ବ୍ୟାପକ ଭାବେ ବିକାଶ ହୋଇପାରିବ ବୋଲି ପର୍ଯ୍ୟବେକ୍ଷକମାନେ କହିଥିଲେ।