ଜାତୀୟ ସ୍ତରୀୟ ବ୍ୟାଡମିଣ୍ଟନ ରେ ଓଏଭି ଶିଆଳିଆ ଖୋର୍ଦ୍ଧାରୁ ସୋୟମ୍ ପ୍ରକାଶ ସାହୁ..
ଖୋର୍ଦ୍ଧା- ପ୍ରିୟଙ୍କା ମହାପାତ୍ର) ମଧ୍ୟପ୍ରଦେଶର ଡିସେମ୍ବର ଦ୍ବିତୀୟ ସପ୍ତାହରେ ବ୍ୟାଡମିଣ୍ଟନ ଖେଳ ହେବାକୁ ଥିବା ଜାତୀୟ ସ୍ତରୀୟ ୧୪ ବର୍ଷରୁ କମ୍ ବିଭାଗ ପ୍ରତିଯୋଗିତା ରେ ଭାଗନେବାକୁ ଖୋର୍ଦ୍ଧା ଶିଆଳିଆ ପାଟଣାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ର ଛାତ୍ର ସୋୟମ୍ ପ୍ରକାଶ ସାହୁ ମନୋନୀତ ହୋଇଛନ୍ତି। ସେ ନବରଙ୍ଗପୁର ର ଉମରକୋଟ ଠାର ହେଇଯାଇଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଉନ୍ନତ ପ୍ରଦର୍ଶନ କରି ଜାତୀୟ ସ୍ତରରେ ବିବେଚିତ ହୋଇଛନ୍ତି। ଏହି ଖୁସି ଖବର ଜାଣିଲାପରେ ବିଦ୍ୟାଳୟ ର ଅଧ୍ୟକ୍ଷା ସୁଜାତା ଚକ୍ର, ଶାରୀରିକ ଶିକ୍ଷା ଶିକ୍ଷକ ରଞ୍ଜନ କୁମାର ପାତ୍ର, ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସମେତ ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଦିଲୀପ ମୁଦୀ , ଖୋର୍ଦ୍ଧା ବ୍ଳକ କ୍ରୀଡ଼ା ସଂପାଦକ କାଳୀ ଚରଣ ମୁଖୀ ଏବଂ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଶାରୀରିକ ଶିକ୍ଷା ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସୋୟମକୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।
