April 27, 2026

ଡ୍ରେସ ଦୋକାନ ରେ ଭୟଙ୍କର ଅଗ୍ନିକାଣ୍ଡ ବିଳମ୍ବିତ ରାତିରେ ଜଳିଗଲା ଲକ୍ଷାଧିକ ଟଙ୍କାର ପୋଷାକ

IMG-20251022-WA0037
Share

 

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ । ସମସ୍ତେ ଶୋଇ ପଡିଥିବା ବେଳେ ହୁତୁହୁତୁ ହୋଇ ଜଳି ଯାଉଥିଲା ଦୋକାନ ଘର । କେହି କିଛି ବୁଝିବା ଆଗରୁ ସବୁ ପୋଡ଼ି ପାଉଁଶ ହୋଇଗଲା । ରାୟଗଡା ଜିଲ୍ଲା ଗୁଣୁପୁର ପୁରୁଣା ବସଷ୍ଟାଣ୍ଡ ଅଞ୍ଚଳରେ ଥିବା ଆୟପା ଡ୍ରେସ ଦୋକାନ ରେ ଗତକାଲି ବିଳମ୍ବିତ ରାତିରେ ଅର୍ଥାତ ରାତି ଗୋଟାଏ ରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ପୋଷାକ ପତ୍ର ପୋଡି ଯାଇଛି । ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଖବର ପାଇ ଗୁଣୁପୁର ଓ ଗୁମୁଡ଼ା ଅଗ୍ନିଶମ ବିଭାଗ ପକ୍ଷରୁ ଦମକଳ ଯୋଗେ ଏଭି ଭୟଙ୍କର ଅଗ୍ନିକାଣ୍ଡ କୁ ଆୟତ୍ତ କରାଯାଇଥିଲା ।