April 27, 2026

ଗୁଣପୁର ବିବିଏନ ପୂଜା କମିଟି ଦ୍ବାରା ଆୟୋଜିତ ଅପେରା ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ପ୍ରସ୍ତୁତ ସତଠୁ ସପନ ଅନେକ ଦୁର ନାଟକ |

IMG-20241022-WA0036
Share

 

 

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ବାବୁଲି ନଗର,ବୃନ୍ଦାବତୀ ନଗର ପୂଜା କମିଟି ପକ୍ଷରୁ ସ୍ଥାନୀୟ କଳାକାରଙ୍କୁ ନେଇ ପ୍ରସ୍ତୁତ ହୋଇଥିଲା ନାଟକ। ସତ ଠୁ ସପନ ଅନେକ ଦୂର।ଏହି କାର୍ଯ୍ୟକ୍ରମକୁ ପୌର ଅଧ୍ୟକ୍ଷା ମମତା ଗୌଡ଼, ଉପାଧ୍ଯକ୍ଷ ଶିବ ପ୍ରସାଦ ଗୌଡ଼ ପ୍ରମୁଖ ଯାଇ ଉଦ୍‌ଘାଟନ କରିଥିଲେ। ଏ ଅବସରରେ ନାଟକ ନିର୍ଦ୍ଦେଶକ ଅବସରପ୍ରାପ୍ତ ଶିକ୍ଷକ ତଥା ପୂଜା କମିଟିର ବରିଷ୍ଠ ସଦସ୍ୟ ନୃସିଂହନାଥ ଶତପଥୀ, ପୂଜା କମିଟି ସଭାପତି ଜଗନ୍ନାଥ ପଟ୍ଟନାୟକ, ଦୀପୁ ପଟ୍ଟନାୟକ, ଦୁର୍ଗା ପାଣିଗ୍ରାହୀ, ଲକ୍ଷ୍ମୀ ମହାଙ୍କୁଡ଼, ବାବୁଲା ରଥ ପ୍ରମୁଖ ଉପସ୍ଥିତ ଥିଲେ। ଆପେରା ଚାଲୁଥିବା ସମୟରେ ଯେତେବେଳେ ଜାତୀୟ ସଂଗୀତ ଆରମ୍ଭ ହେଲା ଠିକ ସେତିକି ବେଳେ ଦର୍ଶକ ଚୌକି ରୁ ଉଠି ପଡ଼ିଥିଲେ। ଏହି ନାଟକ ଟି ସ୍ଥାନୀୟ କଳାକାର ନୃସିଂହ ଶତପଥି, ଦେବାଶିଷ ସାହୁ, ଦିଲୀପ କୁମାର ଚୌଧୁରୀ,ରାଜାବାକୁ ଶତପଥି, ପ୍ରଫୁଲ ଶତପଥି, ସୁଶାନ୍ତ ପ୍ରଧାନ , କୀର୍ତ୍ତି ପଣ୍ଡା, ରମାକାନ୍ତ ମହାପାତ୍ର, ପ୍ରମୋଦ ରଥ, ପ୍ରମୋଦକୁଣ୍ଡ , ଅଂଶୁମାନ ପଣ୍ଡା ଓ ଅତିଥି କଳାକାର ସୀତାରାମ ପାତ୍ର , ଆକ୍ଷରିକପରିଡ଼ା ଓ ଦୀପକ ପଣ୍ଡା ସହ ବାହାରୁ ଆସିଥିବା କଳାକାର ଙ୍କୁ ନେଇ ଏହି ନାଟକ ଟି ଅନୁଷ୍ଠିତ ହୋଇଥିଲା। ଏହି ନାଟକ ଟି ଏକ ସାମାଜିକ ପାରିବାରିକ ନାଟକ ହୋଇଥିଲା ଯାହା ଦର୍ଶକ ଙ୍କୁ ବେଶ ମନମୁଗ୍ଧ କର ରହିଥିଲା। ନାଟକ ଟି ରାତ୍ର 10 ସମୟରେ ଆରମ୍ଭ ହୋଇ ସକାଳ 6ଘଣ୍ଟା ସମୟରେ ଶେଷ ହଇଥିଲା। ନାଟକ ଟି ଯାହା ଦର୍ଶକ ମାନଙ୍କୁ ବାନ୍ଧି ରଖିଥିଲା। ନାଟକରେ କଳାକାର ମାନେ ଏହି ଭଳି ନାଟକ ଆଗାମୀ ଦିନରେ ଆହୁରି ମଞ୍ଚସ୍ଥ ହେବା ନେଇ ମତ ରଖିଥିଲା।