ଆଜିର ଖବର..
୧-ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ କଠୋର ହେଲେ ମୁଖ୍ୟମନ୍ତ୍ରୀ; ୭ ଦିନରେ ରିପୋର୍ଟ ଦେବ ଉଚ୍ଚସ୍ତରୀୟ କମିଟି।
୨-ରାଜ୍ୟର ୯ଟି ଜିଲ୍ଲାରେ ୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ।ଏହାଦ୍ବାରା ରାଜ୍ୟରେ ୫୦ ହଜାର ୫୧୭ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
୩-ସ୍କୁଲ ଖୋଲିବା ନେଇ ଅଜବ ନିୟମ,ଆଉ ୨୦ ଜିଲ୍ଲାରେ କଣ ବରଫ ପଡୁଛି ? ଖୋର୍ଦ୍ଧା ,କଟକ ଜିଲ୍ଲାରେ ୪୫ ଡିଗ୍ରୀ ଭଳି ତାତି,୩୪ ଡିଗ୍ରୀ ତାତିରେ ଛୁଟି ,୩୮ ଡିଗ୍ରୀ ତାତିରେ ସ୍କୁଲ ଖୋଲା !
୪-ଔଷଧକୁ ନେଇ ସରକାରଙ୍କ କଡ଼ା ଆଭିମୁଖ୍ୟ : ବିନା ପ୍ରେସ୍କ୍ରିପ୍ସନ୍ରେ କିଣିପାରିବେନି କଫ୍ ସିରପ୍ , ଜାରି ହେଲା ନୋଟିଫିକେସନ୍।
୫-ଉପବାଚସ୍ପତିଙ୍କ ଜାଲ ଦସ୍ତଖତ କରିବା ମାମଲା, ସହକାରୀଯନ୍ତ୍ରୀ ଲକ୍ଷ୍ମଣ ହେମ୍ବ୍ରମଙ୍କୁ ବାନ୍ଧିଲା ପୋଲିସ।
୬-ମୌସୁମୀ ସଙ୍କଟ ଘନୀଭୂତ, ଅଧାରେ ଅଟକିଲା ଦକ୍ଷିଣ-ପଶ୍ଚିମ ମୌସୁମୀ।ଦେଶରେ ବଢୁଛି ବର୍ଷାର ସାଂଘାତିକ ଅଭାବ।
୭-ମୋବାଇଲ ଫେରସ୍ତ ପାଇଁ ୫୦ ହଜାର ଲାଞ୍ଚ, ମଞ୍ଚେଶ୍ୱର ଥାନା ASI ଓ ହୋମ୍ ଗାର୍ଡ ଗିରଫ।
୮-ଅନୁଗୋଳ, ଜରପୋଡ଼ା:ଅଟୋକୁ ଧକ୍କା ଦେଲା କାର ୩ ଗୁରୁତର ୬ ଆହତ।ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି ଆହତମାନେ।
୯-ଆଜି ଶ୍ରୀଲିଙ୍ଗରାଜଙ୍କ ଓ ମାତା ପାର୍ବତୀଙ୍କର ଶୁଭ ପରିଣୟ।ବର ଓ କନ୍ୟା ଘରେ ଜମିବ ଭୋଜି।
୧୦-ଚାମେଲି ମାମଲା ପାଇଁ ହାଇକୋର୍ଟରେ PIL, ନ୍ୟାୟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାମେଲି।
୧୧-ସୁବର୍ଣ୍ଣପୁରରେ ୨୦ ତାରିଖ ଯାଏ ସ୍କୁଲ ଛୁଟି, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ଛୁଟି ରଖି ନିଷ୍ପତ୍ତି ନିଆଯାଇଛି।
୧୨-ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି,
୨୨ ଯାଏଁ ବରଗଡରେ ସ୍କୁଲ ଛୁଟି।
୧୩-ଭୁବନେଶ୍ୱର:ରେଲଓ୍ବେ ଚାକିରି କରାଇ ଦେବା ନାଁରେ ୨୦ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ବାପ ଝିଅ ଗିରଫ।
୧୪-ନୁଆ ଦିଲ୍ଲୀ:ଦିନକରେ ହ୍ୟାଟ୍ରିକ ବିଜୟ, ପୁରୁଷ ଓ ମହିଳା କ୍ରିକେଟ ଦଳ ହ୍ୟାଟ୍ରିକ ବିଜୟ କଲେ ।
୧୫-ପ୍ରଥମ ଚାକିରିଆଙ୍କୁ ମୋଦୀ ସରକାରଙ୍କ ଉପହାର, PM-VBRY ଅଧୀନରେ ଆକାଉଣ୍ଟକୁ ଆସିବ ୧୫୦୦୦।
୧୬-ଫ୍ରାନ୍ସ,ଏଭିୟାନ:G-୭ ସମ୍ମୀଳନୀରେ ମୋଦିଙ୍କ ଆହ୍ବାନ,ଯୁଦ୍ଧର ବୋଝ ନ ସହନ୍ତୁ ପଛୁଆ ଦେଶ।
୧୭-ବାୟୁସେନାରେ ସାମିଲ ହେଲା ‘ଅଗ୍ନିବେଗ’ କାମିକାଜେ ଡ୍ରୋନ୍, ଶତ୍ରୁ ଘରେ ପଶି କରିବ ଆକ୍ରମଣ।
୧୮-ସେୟାର ବଜାର ରଚିଲା ଇତିହାସ, ୫ ଟ୍ରିଲିୟନ ଡଲାର ପାର କଲା ମାର୍କେଟ୍ କ୍ୟାପ୍।
୧୯-ପୁଣି ଭାଙ୍ଗିଲା ଶିବସେନା; ୬ ବିଦ୍ରୋହୀ ସାଂସଦ ସିନ୍ଦେଙ୍କୁ ନେତା ମାନି ଲୋକସଭା ବାଚସ୍ପତିଙ୍କୁ ଦେଲେ ଚିଠି।
୨୦-ଇରାନ ସହ ଲଢି ବରବାଦ ହୋଇଗଲା ଆମେରିକା : ମିଳିଲାନି କିଛି, ପାଣିରେ ପଡିଲା ୧୦ ଲକ୍ଷ କୋଟି।
୨୧.ଚାଲିଛି ସମ୍ବଲପୁର ରେ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା।ସାରା ସହର ଚଳଚଞ୍ଚଳ। ଦେବ ଭୂମିରେ ପରିଣତ ହୋଇଛି ସମ୍ବଲପୁର।
