April 29, 2026

ଜିଲ୍ଲା ସମାଜ ସେବୀ ସଂଘ,ବରଗଡ ପକ୍ଷରୁ ଅତାବିରା ସରକାରୀ ଡାକ୍ଚରଖାନାରେ ମାଗଣା ରନ୍ଧା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ

IMG-20250922-WA0117
Share

 

ବରଗଡ,ସୁରେନ୍ଦ୍ର କଠାର

 

ଜିଲା ସମାଜ ସେବୀ ସଂଘ ତରଫରୁ ଅତାବିରା ସରକାରୀ ଡାକ୍ତରଖାନାରେ ମାଗଣାରେ ରନ୍ଦା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରା ଯାଇଛି |ଏହି ଶୁଭ କାର୍ଯ୍ୟ ଅବସରରେ ବୃକ୍ଷ ରୋପଣ କରି ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଅଧିକାରୀ ଡାଃ ରବିନାରାୟଣ ମିଶ୍ର ଶୁଭାରମ୍ଭ କରିଥିଲେ l ଏହି ମାଗଣା ରନ୍ଧା ଖାଦ୍ୟ ବଣ୍ଟନ ବ୍ୟବସ୍ଥା ପ୍ରତି ସୋମବାର ଦିନ ସକାଳ ୧୧.୩୦ ରେ ହେବ lଏହି କାର୍ଯ୍ୟକ୍ରମ ଜ଼ିଲ୍ଲା ସମାଜ ସେବୀ ସଂଘ ର ସଭାପତି ବଳିଷ୍ଠ ଦୁର୍ଗା ଙ୍କ ନେତୃତ୍ୱ ରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ଏହି ସଭାରେ ମୁଖ୍ୟ ଅତିଥି ଭାବେ ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡାଃ ରବିନାରାୟଣ ମିଶ୍ର, ସମ୍ମାନିତ ଡାଃ ପ୍ରମୋଦ କୁମାର ମିଶ୍ର (ଅବସର ପ୍ରାପ୍ତ ଅଧ୍ୟକ୍ଷ ), ବୀରେନ୍ଦ୍ର କର (ଚାଷୀ ନେତା),ଭବାନୀ ଶଙ୍କର ପାଢ଼ୀ (ଅମୃତ କୁଟୁମ୍ବ, ଭେଡେନ ), ପରମେଶ୍ୱର ପଟେଲ (ବଜରଙ୍ଗ ଦଳ ), ଅଶ୍ବିନୀ ମେହେର (ବିଶ୍ୱ ହିନ୍ଦୁ ପରିଷଦ ), ଜୟ କୃଷ୍ଣ ଛୁରିଆ, (ସଚେତନ ନାଗରିକ ), ବବଲୁ ଭେଷରl(ଭୀମ ଆର୍ମି ), ରାମଚଣ୍ଡୀ ମନ୍ଦିର କମିଟି, ଦୁର୍ଗା ମନ୍ଦିର କମିଟି,ମନୋଜ ଶର୍ମା (ଲlୟନ୍ସ କ୍ଲବ ଗୋଡଭଗା ), ମାରୱାଡି ୟୁଵା ମଞ୍ଚ ତଥା ଅତାବିରା ର ଗଣ୍ୟମାନ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ lଜ଼ିଲ୍ଲା ସମାଜସେବୀ ସଂଘ ର ସକ୍ରିୟ ସଦସ୍ୟ,ମିଠାରାମ ସାହୁ, ରମାକାନ୍ତ ସାହୁ , ରାଜେଶ ଶର୍ମା,କୀର୍ତ୍ତ ମହାନନ୍ଦ,ମନୋଜ ବାଗ ଓ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ରେ ଏହି କାର୍ଯ୍ୟକ୍ରମ ହୋଇ ଥିଲା l ଏହି କାର୍ଯ୍ୟକ୍ରମ ରେ ସମସ୍ତେ ଆସି ଯୋଗଦାନ କରି ସାଫଲ୍ୟ ମଣ୍ଡିତ କରିଥିବାରୁ ଜ଼ିଲ୍ଲା ସମାଜ ସଂଘ, ବରଗଡ ତରଫରୁ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ l