April 30, 2026

ଗଜପତି ଜିଲ୍ଲା ଅନ୍ତର୍ଗତ ଏକ ମାତ୍ର ବିଜ୍ଞାପିତ ଅଞ୍ଚଳ ପରିଷଦ କାଶୀନଗର ଠାରେ ଥିବା ଡାକ ଘର (ପୋଷ୍ଟ ଅଫିସ ) ଯେଉଁ ଠାରେ ଆଧାର ସେବା କେନ୍ଦ୍ର ସେବା ପ୍ରଦାନ କରିବା

IMG-20240922-WA0023
Share

କାଶୀନଗର, ଗଜପତି ଜିଲ୍ଲା ଅନ୍ତର୍ଗତ ଏକ ମାତ୍ର ବିଜ୍ଞାପିତ ଅଞ୍ଚଳ ପରିଷଦ କାଶୀନଗର ଠାରେ ଥିବା ଡାକ ଘର (ପୋଷ୍ଟ ଅଫିସ ) ଯେଉଁ ଠାରେ ଆଧାର ସେବା କେନ୍ଦ୍ର ସେବା ପ୍ରଦାନ କରିବା କଥା. କିନ୍ତୁ ପରିତାପର ବିଷୟ ଏହି ଯେ କାଶୀନଗର ଡାକଘରେ ଆଧାର ସେବା ବହୁତ ଦିନ ହେଲା ବନ୍ଦ ହୋଇ ପଡିରହିଛି ଯାହା ଦ୍ୱାରା ବହୁ ଗ୍ରାହକ କାର୍ଯ୍ୟାଳୟ ନିକଟକୁ ଆସି ନିରାଶ ହୋଇ ଫେରୁ ଥିବା ଆମ ଦୃଷ୍ଟିକୁ ଆସିଛି .ରାଜ୍ୟ ସରକାର ଙ୍କ ସୁଭଦ୍ରା ଯୋଜନା ପାଇଁ ଆଧାର ସଠିକ ଥିବା ଆବଶ୍ୟକ ରହିଥିବାରୁ ଏହି ଡାକ ଘରେ ଆଧାର ସେବା ଦେବା ନିତାନ୍ତ ଜରୁରୀ. ପୋଷ୍ଟ ଅଫିସ ନିକଟରେ ଯଦି ଆଧାର ସଂଶୋଧନ କିମ୍ବା ଅପ ଟୁ ଡେଟ କରିବ ତେବେ ମାତ୍ର ପଚାଶ ଟଙ୍କା ରେ କରିହେବ କିନ୍ତୁ ବାହାର ସେବା କେନ୍ଦ୍ର ବହୁତ ଟଙ୍କା ନେଉଥିବା ନଜର କୁ ଆସିଛି. ଆମ ପ୍ରତନିଧି ପୋଷ୍ଟ ଅଫିସ ର ପୋଷ୍ଟ ମାଷ୍ଟର ସାଇ କ୍ରିଷ୍ଣାଙ୍କୁ ବୁଝିବାରୁ ଆଧାର ସଂଲଗ୍ନ କାର୍ଯ୍ୟ ବହୁତ ଦିନ ହେଲା ବନ୍ଦ ରହିବା ହେତୁ ଲୋକ ଆଧାର ସଂଶୋଧନ କାମ ପାଇଁ ଆସି ଫେରି ଯାଉଛନ୍ତି. କାଶୀନଗର ପୋଷ୍ଟ ମାଷ୍ଟର ସାଇ କ୍ରିଷ୍ଣା ନିଜେ ବହୁବାର ଜିଲ୍ଲାର ବିଭାଗୀୟ ଅଧିକାରୀଙ୍କୁ ମୈଲ ଜରିଆରେ ଜଣେଇଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆ ଯାଇ ନ ଥିବା ପ୍ରକାଶ କରି ଥିଲେ. କାଶୀନଗର ଅଞ୍ଚଳ ବାସୀ ଯଥା ଶୀଘ୍ର ଆଧାର ସଂଶୋଧନ ଓ ଅନ୍ୟାନ କାମ ସବୁ ଡାକ କାର୍ଯ୍ୟାଳୟରେ ତୁରନ୍ତ ସେବା ପ୍ରଦାନ କରିବା ପାଇଁ ଦାବୀ ଜଣେଇଛନ୍ତି.

You may have missed