April 30, 2026

ରାଷ୍ଟ୍ର ନିର୍ମାଣ ରେ ଯୁବପ୍ରସ୍ତୁତି ପ୍ରଶିକ୍ଷଣ

IMG-20240922-WA0025
Share

 

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ):ଆଜି ପୂର୍ବାହ୍ନ ରେ ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ତରଫରୁ ପିଲାଙ୍କ ପାଇଁ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ର ଦ୍ବାବିଂଶତମ ସପ୍ତାହ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଲାଇବ୍ରେରି ର ନିଜସ୍ୱ ପ୍ରେକ୍ଷାଳୟରେ ସମାପିତ ହୋଇଯାଇଛି।ପ୍ରଥମ ଅଧିବେଶନ ପୂଜାର୍ଚ୍ଚନା ଓ ପ୍ରାର୍ଥନା ପରେ ଯୋଗଗୁରୁ ଡାକ୍ତର ଜୟଦେବ ମେହେର ଙ୍କ ଯୋଗଶିକ୍ଷା ଅବସରପ୍ରାପ୍ତ ଶିକ୍ଷା ମଣ୍ଡଳାଧିଶ ଅବ୍ରହାନ ଲିଙ୍କନ ଙ୍କ ଜୀବନୀ ଉପରେ ଆଲୋଚନା କରି ତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବାକୁ ପିଲାଙ୍କୁ ପରାମର୍ଶ ଦେଇଥିଲେ। ପ୍ରଶିକ୍ଷଣ ର ଦ୍ଵିତୀୟ ପର୍ଯ୍ୟାୟ କୁ ଆରମ୍ଭକରି ଭିମସାର ବୁର୍ଲା ର ବିଶିଷ୍ଟ ଭେଷଜ ପ୍ରଫେସର ଡାକ୍ତର ଅତନୁ ଠାକୁର,ନିରୋଗ ଜୀବନ ଯାପନ ର ବିଭିନ୍ନ ଦିଗ ଉପରେ ଆଲୋଚନା କରି ଏକାଗ୍ରତା ହିଁ ଧ୍ୟାନ ଓ ଶୃଙ୍ଖଳିତ ଜୀବନ ଯାପନ ମଣିଷ କୁ ରୋଗ ଠାରୁ ଦୂରେଇ ରଖେ ବୋଲି ମନ୍ତବ୍ୟ ଦେଇ ବିଭିନ୍ନ ଖାଦ୍ୟ ଓ ତାର ସେବନ ଉପରେ ବିସ୍ତୃତ ଅଲୋଚନନାକରିଥିଲେ।କାର୍ଯ୍ୟକ୍ରମ ର ସଂଚାଳକ ରାଜେନ୍ଦ୍ର ପଣ୍ଡା ପ୍ରାରମ୍ଭ ରେ ମୌଳିକ ଇଂରାଜୀ ଶିକ୍ଷା ପ୍ରଦାନ ସହ ସମଗ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।ଶ୍ରୀ ବିଜୟ କୁମାର ସାହୁ ବୈଷୟିକ ସାହଯ୍ୟ ପ୍ରଦାନକରିଥିଲେ। ପ୍ରଶିକ୍ଷଣ ଶିବିର ରେ ପ୍ରୋଫାସର ଅଦିତ୍ୟ ପ୍ରସାଦ ପାଢ଼ୀ,ଡ. ଗିରିଧାରୀ ହୋତା ସାମ୍ବାଦିକ ଅର୍ଜୁନ ରଞ୍ଜନ ପଣ୍ଡା,ରଘୁନାଥ ମିଶ୍ର,ପୃଥୀରାଜ ମିଶ୍ର,ଗୋଳକ ବିହାରୀ ମିଶ୍ର ମୁରଲୀଧରମନାଥ ନାୟକ ସମେତ ଅନେକ ବୁଦ୍ଧିଜୀବୀ ଓ ଅବିଭାବକ ଉପସ୍ଥିତ ଥିଲେ।ଜାତୀୟ ସଙ୍ଗୀତ ପରେ କାର୍ଯ୍ୟକ୍ରମ ର ସମାପ୍ତି ଘଟିଥିଲା।ଆଜିର ଶିବିରରେ ୧୪ ଟି ହାଇସ୍କୁଲ ରୁ ମୋଟ ୪୭ଜଣ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ।

You may have missed