April 30, 2026

ଉମରକୋଟ ଗୁରୁକ୍ରୁପା ପବ୍ଲିକ ସ୍କୁଲରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ…..

IMG-20260430-WA0012
Share

 

 

ଉମରକୋଟ :- (ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଗୁରୁକୃପା ପବ୍ଲିକ ସ୍କୁଲ ପରିସରରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ପାଞ୍ଚ ଦିନିକିଆ ଅଭିଭାବକ ସଭା ସଫଳତା ର ସହ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ମୋନାଲିସା ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ବହୁ ସଂଖ୍ୟାରେ ଅଭିଭାବକ ଓ ଅଭିଭାବିକା ଯୋଗ ଦେଇଥିଲେ। ଉଲ୍ଲେଖ ଥାଉ ଯେ ଏଠାରେ ପ୍ରତି ନିମ୍ନ ମାନଦଣ୍ଡ ରୁ ଉଚ୍ଚ ମାନଦଣ୍ଡ ପର୍ଯ୍ୟନ୍ତ ଛାତ୍ର/ଛାତ୍ରୀ ମାନଙ୍କୁ ପାଠ ପଢ଼ିବାର ସୁଯୋଗ ଦିଆଯାଏ।ମୂଳ ଉଦ୍ଦେଶ୍ୟ ନବରଙ୍ଗପୁର ଭଳି ଉପାନ୍ତ ଅଞ୍ଚଳରେ ପ୍ରତି ବର୍ଗର ଛାତ୍ର/ଛାତ୍ରୀ ମାନଙ୍କୁ ସର୍ବାଦୌ ଶିକ୍ଷାଦାନର ପ୍ରଗତି ମୁଖ୍ୟ ଆଲୋଚନା ଗୁଡିକ ମଧ୍ୟରେ ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷାଗତ ଉନ୍ନତି ଏବଂ ସେମାନଙ୍କର ପରୀକ୍ଷା ଫଳ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବ।ସହ ପିଲା ମାନଙ୍କର ନିୟମିତ ଉପସ୍ଥାନ ଏବଂ ବିଦ୍ୟାଳୟର ଶୃଙ୍ଖଳା ରକ୍ଷା କରିବା ଦିଗରେ ଅଭିଭାବକମାନଙ୍କ ସହଯୋଗ କାମନା କରାଯାଇଥିଲା। ପାଠପଢ଼ା ସହିତ ପିଲାମାନଙ୍କର ଖେଳକୁଦ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଅଭିଭାବକମାନେ ନିଜ ନିଜ ପିଲାମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ଶିକ୍ଷକମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ ଏବଂ ଶିକ୍ଷକମାନେ ତାହାର ସମାଧାନ ପାଇଁ ପରାମର୍ଶ ଦେଇ ଥିଲେ। ପାଞ୍ଚଦିନ ଧରି ଚାଲି ଥିବା ଏହି ସଭାରେ ଅଂଶ ଗ୍ରହଣ ପୂର୍ବକ ସମସ୍ତ ଅଭିଭାବକଙ୍କୁ ସେମାନଙ୍କର ମୂଲ୍ୟବାନ ସମୟ ଓ ସହଯୋଗ ପାଇଁ ପ୍ରାଥମିକ ବିଭାଗର ଦ୍ଵାୟିତ୍ୱ ବହନ କରୁଥିବା ବରିଷ୍ଠ ଶିକ୍ଷୟତ୍ରୀ ହମିଦା ବାନୁ ଏବଂ ଉଚ୍ଚ ପ୍ରାଥମିକ ବିଭାଗର ଦ୍ଵାୟିତ୍ୱ ବହନ କରୁଥିବା ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତୀ ରଶ୍ମିତା ସାମଲ ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଚିନ ଦାସ ଏହି ସଭା ଦ୍ୱାରା ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ହେବା ସହ ପିଲା ଙ୍କ ଭବିଷ୍ୟତ ଗଠନରେ ଏହା ସହାୟକ ହେବ ବୋଲି ମତ ପ୍ରକାଶ କରିଥିଲେ ତଥା ଜନ ସମ୍ପର୍କ ଅଧିକାରୀ ଇଂ.ଚନ୍ଦନା ମଲ୍ଲିକ, ପିଲାମାନଙ୍କର ସର୍ବାଙ୍ଗୀନ ବିକାଶ ନିମିତ୍ତ କେବଳ ପରୀକ୍ଷାରେ ଭଲ ନମ୍ବର ରଖିବା ଯଥେଷ୍ଟ ନୁହଁ ଜ୍ଞାନ ଅର୍ଜନରେ ମୂଳତଃ ଦୃଢ଼ହବା ବିଧେୟ ଏବଂ ଏଥି ସକାଶେ ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରହିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ।

You may have missed