October 14, 2026
IMG-20230822-WA0033
Share

କେନାଲରେ ବୁଡ଼ି ଛାତ୍ର ମୃତ।

ହାଟଡିହି,୨୨/୮: ହାଟଡିହି ବ୍ଳକ ଜମ୍ଭୀରା ପଞ୍ଚାୟତ ସାନ ଆମ୍ବଗଡିଆ ଗ୍ରାମର ଜଣେ କଲେଜ ଛାତ୍ରଙ୍କ କେନାଲରେ ବୁଡି ମୃତ୍ୟୁ ହୋଇଛି। କେନାଲ ଲାଇନିଂରେ ଲାଗିଥିବା ଶିଉଳିରେ ଗୋଡ ଖସିଯିବାରୁ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
ସୋସୋ ଥାନା ଅଧୀନ ଜମ୍ଭୀରା ପଞ୍ଚାୟତ ସାନ ଆମ୍ବଗଡିଆ ଗ୍ରାମର ଭୁବନନାନନ୍ଦ ଜେନାଙ୍କ ସାନପୁଅ ଅନିଲ କୁମାର ଜେନା ହାଟଡିହି କଲେଜର ଯୁକ୍ତ ଦୁଇ ଛାତ୍ର । ପରୀକ୍ଷା ବନ୍ଦ ଥିବାରୁ ସେ ଘରେ ଥିଲେ। ମଧ୍ୟାହ୍ନରେ ଗାଧୋଇ ଖାଇ ଶୌଚ ହେବାକୁ ଆଉ ଜଣେ ସାଙ୍ଗ ସହ ସ୍କୁଲ ନିକଟରେ ଥ‌ିବା ବୈତରଣୀ କେନାଲକୁ ଯାଇଥିଲେ । କେନାଲରେ ଶୌଚ ହେଉଥିବାବେଳେ ଗୋଡ ଖସିଯିବାରୁ ଗଭୀର ପାଣିରେ ବୁଡି ଯାଇଥିଲେ। ସାଙ୍ଗରେ ଯାଇଥିବା ଯୁବକ ଜଣକ ପାଟିକରିବାରୁ ନିକଟରେ କାମ କରୁଥିବା ଦୁଇଜଣ ଯୁବକ କେନାଲକୁ ଡେଇଁପଡି ଅନିଲକୁ ଉଦ୍ଧାର କରିଥିଲେ। ତୁରନ୍ତ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଛାତ୍ର ଜଣକ ଜଣେ ମେଧାବୀ ଓ ଶାନ୍ତଶିଷ୍ଟ ଥିଲେ ବୋଲି ହାଟଡିହି କଲେଜର ଅଧ୍ୟକ୍ଷ ଚିତ୍ତରଞ୍ଜନ ପାତ୍ର କହିଛନ୍ତି। ସେ ନେଇ ଶୋକ ବ୍ୟକ୍ତ କରିବା ସହିତ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।
(ସୋମେଶ ପରିଡ଼ା ଙ୍କ ରିପୋର୍ଟ୍)

You may have missed