June 22, 2026
ajiro khabar
Share

 

 

୧-୧୨ତମ ଅନ୍ତର୍ଜାତୀୟ ଯୋଗ ଦିବସରେ ଭାରତ ସମେତ ସାରା ବିଶ୍ୱରେ ଉତ୍ସାହର ସହ ଯୋଗାଭ୍ୟାସ,କୋଲକାତାରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ହଜାର ହଜାର ଲୋକ ଯୋଗ କରି ସୁସ୍ଥ ଜୀବନ ଓ ସମନ୍ୱୟର ବାର୍ତ୍ତା ଦେଲେ।

 

୨-୫୪୦୦ ସେଣ୍ଟରରେ ନିଟ୍ ପରୀକ୍ଷା ଦେଲେ ୨୨ଲକ୍ଷ ପିଲା, ଫିଜିକ୍ସ ପ୍ରଶ୍ନ ଲମ୍ବା,ବାୟୋଲୋଜି ଥିଲା ସହଜ।

 

୩-ଭୁବନେଶ୍ୱର:ବହି ସଂଶୋଧନ କରିବାକୁ ନାହାଁନ୍ତି ଶିକ୍ଷକ,୧୦୮୯ ସ୍କୁଲରେ ଜଣେ ଶିକ୍ଷକ,୫୦ ହଜାର ଶିକ୍ଷକ ପଦ ଖାଲି।

 

୪-ଯୋଗ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଗଜପତି, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ ଖୋଲିବ ନୂଆ ଆୟୁର୍ବେଦିକ ମେଡ଼ିକାଲ କଲେଜ।

 

୫-ଭୁବନେଶ୍ୱର :ଆସନ୍ତା ୩ ଦିନ ଯାଏ ସାରା ରାଜ୍ୟକୁ ଝଡ଼ବର୍ଷା ଆଲର୍ଟ। ୨୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା।

 

୬-ପାଠ୍ୟ ପୁସ୍ତକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କୁ ଘେରିଲା ବିଜେଡି: ଓଡ଼ିଶା ଆଜି ଜାତୀୟ ସ୍ତରରେ ଅପମାନିତ।

 

୭-ନିୟମ କଡ଼ାକଡ଼ି କଲା ରେଳ ମନ୍ତ୍ରଣାଳୟ:ଟ୍ରେନରେ ବିକ୍ରି, ଭିକ୍ଷା ବୃତ୍ତି ଓ ଗାଳି ଗୁଲଜ କରିବା ମନା।

 

୮-ମଞ୍ଚେଷ୍ଟର, ମହିଳା ବିଶ୍ଵ କପ୍:କ୍ଯାପ୍ ଙ୍କ ଅପରାଜିତ ଅର୍ଦ୍ଧ ଶତକ, ଦକ୍ଷିଣ ଆଫ୍ରିକା ଠାରୁ ହାରିଲା ଭାରତ।

 

୯-FIH ମହିଳା ନେସନ୍ସ କପ୍:ଭାରତ ଦ୍ବିତୀୟ ଥର ଚାମ୍ପିଅନ, ନ୍ୟୁଜଲାଣ୍ଡକୁ ୨-୦ରେ ହରାଇଲା।

 

୧୦-ଆମେରିକାରେ ପୁଣି ଅଦିନରେ ରଥଟଣା, ଲୁହା ରଥରେ ମହାପ୍ରଭୁଙ୍କୁ ବସାଇଲା ଇସ୍କନ।

 

୧୧-ବ୍ରହ୍ମପୁର:ଘରୋଇ ଇଞ୍ଜନିୟରିଂ କଲେଜ ହଷ୍ଟେଲ ରେ ଛାତ୍ରୀ ଝୁଲନ୍ତା ଶବ ଉଦ୍ଧାର।ଛାତ୍ରୀ ଜଣଙ୍କ ବି ସି ଏ ଶେଷ ବର୍ଷର ଛାତ୍ରୀ ସ୍ମୃତି ଭୋଳ।

 

୧୨-ପୁରୀ:ଶ୍ରୀମନ୍ଦିରରେ ଫେକ୍ ଆର୍ମି ଅଫିସର; ଏନଫୋର୍ସମେଣ୍ଟ ସ୍କ୍ୱାଡ୍‌ର ଚତୁରତାରେ ଧରାପଡ଼ିଲେ ଯୁବକ।

 

୧୩-ବାଲେଶ୍ଵର:ନଡ଼ିଆ ଗଛ ପାଇଁ ରକ୍ତାକ୍ତ କାଣ୍ଡ; ସାନ ଭାଇଙ୍କ ଆକ୍ରମଣରେ ବଡ଼ ଭାଇଙ୍କ ମୃତ୍ୟୁ, ଭାଉଜ ଗୁରୁତର।

 

୧୪-ଗଞ୍ଜାମ,ବଡପୁଟି ଗାଁ:ସିନେମା ଷ୍ଟାଇଲରେ ଠକେଇ, କୋଲ୍ଡ ଡ୍ରିଙ୍କସ୍‌ରେ ନିଶାଦେଇ ନେଇଗଲେ ୨ କୋଟିର ଅତର।

 

୧୫-ରାୟଗଡ଼ା ଭିଡ଼ ହିଂସା ଘଟଣା: ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନରେ ଏପର୍ଯ୍ୟନ୍ତ ୨୩ ଜଣ ଗିରଫ, ଇନ୍ତାଲିଗୁଡ଼ା ଗାଁ ପ୍ରାୟ ପୁରୁଷଶୂନ୍ୟ।

 

୧୬-ତୁଷାର ମେହେଟ୍ଟାଙ୍କୁ ପୁଣି ମିଳିଲା ସଫଳତାର ପୁରସ୍କାର! ୩ ବର୍ଷ ପାଇଁ ବଢ଼ିଲା ସଲିସିଟର ଜେନେରାଲଙ୍କ କାର୍ଯ୍ୟକାଳ।

 

୧୭-ଆୟରଲାଣ୍ଡ ଟି-୨୦ ସିରିଜରୁ ବାଦ୍ ପଡ଼ିଲେ ସ୍ପିନର ବରୁଣ ଚକ୍ରବର୍ତ୍ତୀ।ଅଧିନାୟକ ଭାବେ ଶ୍ରେୟସ ଆୟରଙ୍କ ଏହା ପ୍ରଥମ ଗସ୍ତ।

 

୧୮-ଇଂଲଣ୍ଡ -ଭାରତ ଦିନିକିଆ ସିରିଜ୍:ଫେରିଲେ କୋହଲି,ବୁମରା ଓ ଅକ୍ଷର,ଜୈସ୍ବାଲ ଓ ସିରାଜ ବାଦ୍ ପଡିଲେ।

 

୧୯-ଦିଲ୍ଲୀ ବିମାନବନ୍ଦର:ନିଟ୍ ପିଲାଙ୍କ ଲାଗି ୪୫ ମିନିଟ୍ ଅପେକ୍ଷା କଲେ ମୋଦି, ପରୀକ୍ଷା ଆରମ୍ଭ ହେବା ପରେ ବାହାରିଲା କାରକେଡ୍।

 

୨୦-ବକ୍ସ ଅଫିସ୍‌ରେ ଧମାଲ କରିବେ KGF ଷ୍ଟାର୍ ୟଶ୍, ଅଗଷ୍ଟରେ ରିଲିଜ୍ ହେବ ‘ଟକ୍ସିକ’।

 

୨୧-ସୁନା ଦରକୁ ନେଇ ଆସିଲା ବଡ ଖବର; ବର୍ଷ ଶେଷ ସୁଦ୍ଧା ୪୦ ପ୍ରତିଶତ ବଢ଼ିପାରେ ସୁନା ଦର,ଚିନ୍ତାରେ ଗ୍ରାହକ।

 

୨୨-ଭାରତକୁ ପାକିସ୍ତାନର ଯୁଦ୍ଧ ଧମକ, ଖ୍ୱାଜା ଆସିଫ କହିଲେ, ପାଣି ନ ଛାଡ଼ିଲେ ଆଟାକ କରିବୁ।