ଉମରକୋଟ ଠାରେ ଲୋଡ଼ିଂ ଓ ଅନ ଲୋଡିଂ ପାଉଣା ବୃଦ୍ଧି ଦାବିରେ ୪ ଦିନ ହେଲାଣି ଖଲାସୀ ସଙ୍ଗର କାର୍ଯ୍ୟ ବନ୍ଦ ଆନ୍ଦୋଳନ……….

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଉମରକୋଟରେ ମାଲ ପରିବହନ ଠପ୍
ଚୁକ୍ତି ମୁତାବକ ବର୍ତ୍ତମାନ ବୃଦ୍ଧି କରିବା ଅସମ୍ଭବ – ବଣିକ ସଂଘ
ଉମରକୋଟ – ନବରଙ୍ଗପୁର ଜିଲ୍ଲାର ଦ୍ୱିତୀୟ ମୁଖ୍ୟ ବାଣିଜ୍ୟିକ କେନ୍ଦ୍ର ଉମରକୋଟ ଠାରେ ଖଲାସୀ ସଙ୍ଗ ପକ୍ଷରୁ ଗତ ୪ ଦିନ ହେଲାଣି ଲୋଡିଂ ଓ ଅନ ଲୋଡିଂ ପାଉଣା ବୃଦ୍ଧି ଦାବିରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରୁଥିବାରୁ ଉମରକୋଟ ସହରରେ ମାଲ ପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଠପ୍ ହେଇ ପଡିଛି। ଫଳରେ ବର୍ତ୍ତମାନ ସହରରେ ଅତ୍ୟାବଶ୍ୟକ ଦ୍ରବ୍ୟର
ଷ୍ଟକ୍ କମିବାର ଲାଗିଛି। ମିଳିଥିବା ସୂଚନାନୁଯାୟୀ ମେ ୧୪ ତାରିଖ ଦିନ ଉମରକୋଟ ଖଲାସୀ ସଙ୍ଗ ପକ୍ଷରୁ ବଣିକ ସଂଘକୁ ଏକ ପତ୍ର ଲେଖି ୬୪ ଟି ଦ୍ରବ୍ୟର ଲୋଡିଁ ଓ ଅନ ଲଡିଂ ପାଉଣା ବୃଦ୍ଧି ପାଇଁ ଦାବି କରିବା ସହ ୧୬ ତାରିଖ ପର୍ଯ୍ୟନ୍ତ ପୁରୁଣା ପାଉଣା ରେ କାର୍ଯ୍ୟ କରିବୁ ଆଉ ୧୭ ତାରିଖ ଠାରୁ ନୂଆ ଦର୍ ରେ କାର୍ଯ୍ୟ କରିବୁ ବୋଲି ଲିଖିତ ଭାବେ ଜଣାଇ ଦେଇଥିଲେ। ଏହି ପତ୍ର ପାଇବା ସଙ୍ଗେ ସଙ୍ଗେ ବଣିକ ସଂଘ ସଭାପତି ଦ୍ୱାରିକାନାଥ ପାଣିଗ୍ରାହୀ ଓ ବଣିକ ସଂଘର ଅନ୍ୟ ସଦସ୍ୟ ମାନେ ୧୫ ତାରିଖ ଦିନ ଉମରକୋଟ ଆଇଆଇସି ଙ୍କୁ ଜଣାଇ ଦେଇଥିଲେ। ତେବେ ନୂତନ ଲୋଡ଼ିଂ ଓ
ଅନ ଲୋଡ଼ିଂ ପାଉଣା ଦେବା ପାଇଁ ଆଜି ବଣିକ ସଂଘ ମନା କରିଦେଇଛି। ବଣିକ ସଂଘର କହିବା ହେଲା ଲୋଡ଼ିଂ ଓ ଅନ ଲୋଡ଼ିଂପାଉଣା କୁ ନେଇ ୨୦୨୨ ମସିହାରେ ବଣିକ ସଂଘ ଓ ଖଲାସୀ ସଙ୍ଗର ପ୍ରଶାସନର ଅଧିକାରୀ ମାନଙ୍କ ଉପସ୍ଥିତିରେ ଏକ ଚୁକ୍ତିନାମା ୫ ବର୍ଷ ପାଇଁ ହେଇଥିଲା। ଯାହାର ଅବଧି ପୂରଣ ୨୦୨୭ ମସିହାରେ ଓ ଏହି ଚୁକ୍ତି ମୁତାବକ ସମଗ୍ର ଅବିଭକ୍ତ କୋରାପୁଟ ଜିଲ୍ଲାରେ ଉମରକୋଟ ଖଲାସୀ ଖଲାସୀ ମାନଙ୍କ ପାଉଣା ଉମରକୋଟ ଠାରେ ଅଧିକ ରହିଛି ଓ ବର୍ତ୍ତମାନ ଡିଜେଲ ମିଳୁ ନ ଥିବାରୁ ଟ୍ରକ୍ ମାଲିକ ମାନେ ଭଡ଼ା ବୃଦ୍ଧି କରି ଦେଇ ଥିବା ବେଳେ ବର୍ତ୍ତମାନ ଲଡିଂ ଓ ଅନ ଲୋଡ଼ିଂ ପାଉଣା ବୃଦ୍ଧି କଲେ ସମସ୍ତ ଦ୍ରବ୍ୟ ର ଦାମ୍ ବଢିଯିବ ଓ ଏହା ପ୍ରଭାବ ଖାଉଟି ମାନଙ୍କ ଉପରେ ପଡ଼ିବ ବୋଲି ସଭାପତି ଦ୍ୱାରିକା ନାଥ ପାଣିଗ୍ରାହୀ କହିଛନ୍ତି। ଆଜି ଉମରକୋଟ ସହରର ସମସ୍ତ ଦୋକାନ ବଜାର ବନ୍ଦ କରି ସହର ର ପ୍ରାୟ ୨୫୦ ରୁ ଉର୍ଦ୍ଧ୍ବ ବ୍ୟବସାୟୀ ମାନେ ଧର୍ମସାଳା ଗୃହ ଠାରେ ଏକ ବୈଠକ କରି ଆଲୋଚନା କରିଥିଲେ। ବୈଠକରେ ବଣିକ ସଂଘର ସଭାପତି ଦ୍ବାରିକାନାଥ ପାଣିଗ୍ରାହୀ,ସମ୍ପାଦକ ଲଛମନ ଅଗ୍ରୱାଲ,ଆଇନ ଉପଦେଷ୍ଟା ପ୍ରଶାନ୍ତ କୁମାର ସାହୁ , ଉପଦେଷ୍ଟ। ସଚିଦ ଦାସ ଓ ସୁରେଶ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ବ୍ୟବସାୟୀ ପାରିଶ୍ରମିକ ବୃଦ୍ଧି ନେଇ ମତ।ମତ ସଂଗ୍ରହ କରିଥିଲେ। ତେବେ ସମସ୍ତ ବ୍ୟବସାୟୀ ମାନେ ପୁରୁଣା ପାଉଣା
ବର୍ତ୍ତମାନ ଦେବା ଦେବା ସପକ୍ଷରେ ମତ ଦେଇଥିଲେ। ଫଳରେ ଆଜିର ବୈଠକରେ କୌଣସି ସମାଧାନର ସୂତ୍ର ବାହାରି ପାରିଲା ନାହିଁ। ଆଜିର ବଣିକ ସଂଘର ବୈଠକ ପରେ ଖଲାସୀ ସଙ୍ଗର ଆଭିମୁଖ୍ୟ କଣ ରହିବ ତାହା ସ୍ପଷ୍ଟ ହେଇ ପାରୁନାହିଁ। ତେବେ ୨୦୦୦ ମସିହାରେ ଉମରକୋଟ ଠାରେ
ଲୋଡ଼ିଂ ଓ ଅନ ଲୋଡ଼ିଂ ପାଉଣା କୁ ନେଇ ବିରାଟ ସମସ୍ୟା ସୃଷ୍ଟି ହେଇ ଥିଲା ଓ ୭ ଦିନ ବଜାର ବନ୍ଦ ହେଇ ଯାଇଥିଲା। ଏପରି ଘଟଣାର ପୁନରାବୃତ୍ତି ନ ହେଉ ସେଥି ପାଇଁ ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରିବା ପାଇଁ ସାଧାରଣରେ ଦାବି ହେବ। ସହ ବଣିକ ସଂଘ ଓ ଖଲାସୀ ସଙ୍ଗର କର୍ମକର୍ତ୍ତା ମାନେ ମିଶି ଏକ ସମାଧାନର ବାଟ ଖୋଜିବା ପାଇଁ ମଧ୍ୟ ଦାବି ହେଉଛି।
