ବ୍ରହ୍ମଗିରି ରେ ଚାଞ୍ଚଲ୍ୟ, ମୁଖ୍ୟ ରାଜରାସ୍ତାରେ ନିଜର ଘରକଲେ ସରକାରୀ କର୍ମଚାରୀ
ଆଜ୍ଞା ମୁଁ କହିବାକୁ ଚାହୁଁଛି ପୁରୀ ସାତପଡ଼ା ମୁଖ୍ୟ ରାଜପଥ କେଉଟୁକୁଦି ଛକ ନିକଟରେ ରାଜରାସ୍ତା ର ପାର୍ଶ୍ୱରେ ଜଣେ ସରକାରୀ ଶିକ୍ଷକ ଜୋର ଜବରଦସ୍ତ ବାଲି ଗୋଡି ଗଦେଇ ଘର ତିଆରି କରୁଛି l କିନ୍ତୁ ଆଶ୍ଚର୍ଯ୍ୟ ର ବିଷୟ ସ୍ଥାନୀୟ ବାସିନ୍ଦା ତା ବିରୋଧରେ ଗଣମାଧ୍ୟମ କୁ କିଛିବି କହିବାକୁ ମନା କରିଥିବା ବେଳେ ସ୍ଥାନୀୟ ଆରଆଇ, ତହସିଲଦାର ଏବଂ ଫାଣ୍ଡିଅଧିକାରୀଙ୍କ ପାଖରେ କୌଣସି ସୁରାକ ନଥିବାର ଗଣମାଧ୍ୟମ କୁ ସୂଚନା ଦେବା ସହିତ କୌଣସି ପ୍ରତିଉତ୍ତର ଦେବାକୁ ମନକରିଦେଇଛନ୍ତି l ବର୍ତମାନ କେଉଟୁକୁଦି ଗ୍ରାମରେ ଚାପା ଉତ୍ତେଜନା ସୃଷ୍ଟି ହେବାର ଦେଖିବାକୁ ମିଳିଛି l ଏଥିପ୍ରତି ପ୍ରଶାସନ ଦୃଷ୍ଟି ନଦେଲେ ଆଗକୁ ଏକ ବିରାଟ ଆନ୍ଦୋଳନ ଦେଖିବାକୁ ମିଳିବ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
