ଗୌରବ ଆଣିଲେ ଏସ ଏସ ଡ଼ି ସ୍କୁଲ ଛାତ୍ରୀ ଶ୍ରୁତି ପଣ୍ଡା. କୋରାପୁଟ ଜ଼ିଲ୍ଲା କୋଟପାଡ଼ ଗାୟତ୍ରୀ କଲୋନୀ ରେ ରହୁଥିବା ଶ୍ରୁତି ପଣ୍ଡା
ଭିନ୍ନକ୍ଷମ ଝିଅ ହେଲେ ବି ପାଠ ରେ ପଢିନି ଡୋରି…ଭଗବାନ ଙ୍କ ଆଶୀର୍ବାଦ ଏବଂ ନିଜସ୍ୱ ଚେଷ୍ଟା ରେ ଘରେ ବସି ୟୁ ଟ୍ୟୁବ୍ ଦେଖି ନିଜସ୍ୱ ଶୈଳୀ ରେ ପାଠ ପଢ଼ି 70 ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି,ଜୀବନ ର ଜନ୍ମ ଠାରୁ ସେ ସିପି(ଭିନ୍ନକ୍ଷମ)ହୋଇ ବି ମନ କୁ ଦୃଢ଼ କରି ପ୍ରଥମ ଶ୍ରେଣୀ ରେ ପାସ କରିଛି କେବଳ ନିଜସ୍ୱ ପରିଶ୍ରମ ଆପଣ ମାନଙ୍କ ଭଲପାଇବା ଏବଂପିତା ଆଇନ ଜୀବି ତଥା ସମାଜସେବୀ ସଙ୍କର ପ୍ରସାଦ ପଣ୍ଡା. ମାତା ଶ୍ରୀମତୀ ସଂଘମିତ୍ରା ପଣ୍ଡା କୋଟପାଡ଼ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ ଓ ଶିକ୍ଷୟତ୍ରୀ ଶିକ୍ଷକ ମାନଙ୍କ ପ୍ରେରଣା ରେ ଆଜି ସେ ସଫଳ ହୋଇଥିବା ପରିବାର ପକ୍ଷରୁ ଗଣମାଧ୍ୟମ କୁ ସୂଚନା ପ୍ରଦାନ କରାଯାଇଛି.ପିତାମାତା ପ୍ରତିଦିନ ସ୍କୁଲ କୁ ନେବା ଆଣିବା ଦ୍ୱାରା ଶ୍ରୁତି ଆଜି ଏହି ଜାଗାରେ ପହଞ୍ଚି ପାରିଛି ବୋଲି ଶିକ୍ଷକ ଶିକ୍ଷୟତ୍ରୀ ମତ ପ୍ରକାଶ କରିଥିବାର ଜଣା ଯାଇଛି.ପ୍ରାରମ୍ଭ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଏକ ଘରୋଇ ଇଂଲିଶ ମିଡିୟମ ସ୍କୁଲ ରେ ଅଧ୍ୟୟନ କରୁଥିଲେ ଦଶମ ପାସ ପରେ କୋଟପାଡ଼ ଏସ ଏସ ଡ଼ି କଲେଜେ ରେ ଯୁକ୍ତ ଦୁଇ ପରୀକ୍ଷା ରେ ସତୁରି ପ୍ରତିଶତ ମାର୍କ ରଖି ଉତୀର୍ଣ୍ଣ ହୋଇଥିବାରୁ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ. ସାଂସଦ ପ୍ରତି ନିଧି ରାମେଶ୍ୱର ଜେନା. ଓକିଲ ସଙ୍ଘ ସଭାପତି ଶ୍ରୀ ମଣିପ୍ରସାଦ ପଟ୍ଟନାୟକ. ବଣିକ ସଙ୍ଘର ଉପ ସଭା ପତି ବି ସେଙ୍କୁ.ଟୁନା ସାହୁ.ରଞ୍ଜୁ ସାମଲ. ହେମନ୍ତ କୁମାର ଦଳେଇ କାଉନ ସିଲର ବିନୋଦ (ଟିକୁ )ବିଶୋଇ ଓଜେୟୁ ରାଜ୍ୟ ସମ୍ପାଦକ ଶ୍ରୀ ହରିଶ କୁମାର ପଟ୍ଟନାୟକ.ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ ଙ୍କ ସମେତ ବହୁ ମାଣ୍ୟ ଗଣ୍ୟ ବ୍ୟକ୍ତି ସୂବେଚ୍ଛା ଜଣେଇ ଥିବା ଜଣାଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି କୋଟପାଡ଼ ରୁ ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର ସମାଚାର.
