May 23, 2026
ajiro khabar
Share

 

 

 

 

୧-ଜଳୁଛି ପଶ୍ଚିମ, ସନ୍ତୁଳି ହେଉଛି ଉପକୂଳ , ଦିନ ସାଢ଼େ ୧୧ଟା ସୁଦ୍ଧା ୪୧ ଡିଗ୍ରୀ ଟପିଲା ଝାରସୁଗୁଡ଼ା ଓ ସମ୍ବଲପୁର।୪୨ ଡିଗ୍ରୀ ସହ ରାଜଧାନୀରେ ଏବର୍ଷର ରେକର୍ଡ ତାତି।

 

୨-ପିସି ଖାଇ ପୂରା ସିଷ୍ଟମକୁ ଖୋଳ କରିଦେଲେଣି ଦୁର୍ନୀତିଖୋର ଅଧିକାରୀ। ଦିନ୍ ଚଢ଼ାଉ ହେଉଛି, ଆଉ ଧରା ପଡୁଛନ୍ତି ଗଣ୍ଡା ଗଣ୍ଡା ଅଫିସର୍। ଦେଢବର୍ଷ ମଧ୍ୟରେ କେବଳ ୪୮ ଜଣ ଯନ୍ତ୍ରୀ ପଡ଼ିଲେଣି ଭିଜିଲାନ୍ସ ଜାଲରେ।

 

୩-କଟକ, ନୂଆ ଗାଁ:ପେଶାରେ ରାଜମିସ୍ତ୍ରୀ ଥିବା ବାପା, ଝିଅର ସଫଳତା ଦେଖି ଭାବୁକ ହୋଇ କାନ୍ଦି ପକାଇଲେ।ସନ୍ତୋଷୀ ପ୍ରଧାନ ପ୍ଲସ୍ ଟୁ ସାଇନ୍ସରେ ୫୯୨ ମାର୍କ ରଖି ୯୮ ପ୍ରତିଶତ ସଫଳତା ହାସଲ କରିଛନ୍ତି।

 

୪-ଗଜପତି,ବେତାରସିଂ ଗାଁ:ପରିବା ବିକାଳିଙ୍କ ଝିଅ ଜିଲ୍ଲା ଟପ୍ପର୍; ଯୁକ୍ତ ୨ ବିଜ୍ଞାନରେ ୯୩% ନମ୍ବର ରଖି ନୈଷ୍ମିତା ସାହୁ ଗଢ଼ିଲେ ସଫଳତାର ନୂଆ କାହାଣୀ।

 

୫-କେନ୍ଦୁଝର,ନରଣପୁର:କାଳବୈଶାଖୀର କରାଳ ରୂପ; ଝଡ଼ରୁ ବଞ୍ଚିବାକୁ ନେଇଥିଲେ ଆଶ୍ରୟ, ଟେଣ୍ଟ ଭୁଶୁଡ଼ି ପଡ଼ିବାରୁ ଚାଲିଗଲା ୩ ଜୀବନ।

 

୬-ଭୁବନେଶ୍ୱର:ଯୁକ୍ତ ୨ରେ କିସ୍‍ ଛାତ୍ରଛାତ୍ରୀଙ୍କ ବାଜିମାତ୍‍, ଅଭିନନ୍ଦନ ଜଣାଇଲେ କିଟ୍ ଓ କିସ ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତ।

 

୭-ରଥଯାତ୍ରା ପାଇଁ ପୋଲିସ ବିଭାଗର ପ୍ରସ୍ତୁତି: ଶୃଙ୍ଖଳିତ, ସୁରକ୍ଷିତ ଏବଂ ସୁବ୍ୟବସ୍ଥିତ ରଥଯାତ୍ରା ଉପରେ ଗୁରୁତ୍ୱ।

 

୮-ଭୁବନେଶ୍ୱର:ଚାପରେ ମୋହନଙ୍କ ମନ୍ତ୍ରୀ : ଖୁବ୍‌ଶୀଘ୍ର ହୋଇପାରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ।

 

୯-ଭୁବନେଶ୍ୱର:ପେଟ୍ରୋଲ ଓ ଡିଜେଲ ଖର୍ଚ୍ଚକାଟ ପାଇଁ ପଦକ୍ଷେପ, ପ୍ରଶାସନକୁ ୮-ସୂତ୍ରୀ ନିର୍ଦ୍ଦେଶାବଳୀ ଦେଲେ ମୁଖ୍ୟମନ୍ତ୍ରୀ।

 

୧୦-ଶିମିଳିପାଳରେ ପୁଣି ସକ୍ରିୟ ବାଘ ଶିକାରୀ; ଡିଲ୍ ବେଳେ ଏନଫୋର୍ସମେଣ୍ଟ ଟିମ୍‌ର ଚଢ଼ାଉରେ ୩ ମାଫିଆ ଗିରଫ।

 

୧୧-ପୁଣି ଥରେ ଇସ୍କନର ମନମାନି, ଆମେରିକା ପରେ ମାଲେସିଆରେ କରିବ ରଥଯାତ୍ରା !

 

୧୨-ସୂର୍ଯ୍ୟଙ୍କ ରୋହିଣୀ ନକ୍ଷତ୍ର ଗୋଚର, ମେଷ ,ବୃଷ ଓ ଧନୁ ରାଶିର ଲୋକଙ୍କ ବଦଳିଯିବ ଭାଗ୍ୟ।

 

୧୩-କଞ୍ଚାମାଲ ଅଭାବ ଯୋଗୁଁ ପାରାଦୀପ ଇଫକୋରେ ସାର ଉତ୍ପାଦନ ବନ୍ଦ, ଚିନ୍ତାରେ ଚାଷୀ।

 

୧୪-କଟକ:୨୫ରୁ ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ, ଜୁନ୍ ୨୨ରେ ଖୋଲିବ।

 

୧୫-IPLରେ ଗୁଜୁରାଟର ଐତିହାସିକ ବିଜୟ, ପ୍ଲେ ଅଫରୁ ବିଦା ହେଲା CSK।

 

୧୬-ସିଏସକେ ପ୍ରଶଂସକଙ୍କୁ ନିରାଶ କଲେ ଧୋନି, ପୁଣି ଆସନ୍ତା ବର୍ଷକୁ ଅପେକ୍ଷା !

 

୧୭-ନୂଆ ଦିଲ୍ଲୀ:ମୋଦୀ ଡାକିଲେ ଜରୁରୀ ବୈଠକ ; ପେଟ୍ରୋଲ, ଗ୍ୟାସକୁ ନେଇ ହୋଇପାରେ ବଡ ନିଷ୍ପତ୍ତି।

 

୧୮-କୋଲକାତା:ଆରଜି କର ଦୁଷ୍କର୍ମ-ହତ୍ୟା ମାମଲା, ସାନି ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ଗଠନ ହେଲା ଏସଆଇଟି।

 

୧୯-ସୋସିଆଲ୍ ମିଡିଆରେ ‘କକରୋଚ’ ନିଆଁ। ଚାହୁଁ ଚାହୁଁ ମିଲିୟନ୍ ମିଲିୟନ୍ ଫଲୋଅର୍ସ। ଦେଶର ସବୁ ରାଜନୈତିକ ଦଳର ଫଲୋଅର୍ସଙ୍କୁ ପଛରେ ପକାଇଛି କକରୋଚ ଜନତା ପାର୍ଟି, ତା ପୁଣି ମାତ୍ର ୫ ଦିନରେ।

 

୨୦-Ebolaକୁ ନେଇ ଭାରତ ସତର୍କ, ଆଫ୍ରିକୀୟ ଦେଶରୁ ଆସୁଥିବା ଯାତ୍ରୀଙ୍କ ଲାଗି ଜାରି ହେଲା ସ୍ୱାସ୍ଥ୍ୟ ଆଡଭାଇଜରୀ ।

 

 

 

🙏 *ସୁପ୍ରଭାତ* 🙏