May 18, 2024

ଛତ୍ରପୁରରେ ବିଜୁ ଜନତା ଦଳର ବିଶାଳ ଯୁବ ଛାତ୍ର ସମାବେଶ, ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରି ଇତିହାସ ରଚିବାକୁ ଭୃଗୁଙ୍କ ଆହ୍ୱାନ

Share


ଛତ୍ରପୁର ୨୧/୦୪ ;ଛତ୍ରପୁର ପୌରପରିଷଦ ଅନ୍ତର୍ଗତ କୃଷକ ବଜାର ନିକଟରେ ବିଜୁ ଜନତା ଦଳର ବିଶାଳ ଯୁବ ଛାତ୍ର ସମାବେଶ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଏବଂ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସି ପାତ୍ର ଯୋଗ ଦେଇ ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରି ବିଶ୍ୱ ରେକର୍ଡ ହାସଲ କରିବା ଏବଂ ଓଡିଶାର ବିକାଶକୁ ଶୀର୍ଷରେ ପହଂଚାଇବା ସକାଶେ ଡବଲ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ । ଏହା ସହିତ ବିରୋଧି ଦଳକୁ କଡା ସମାଲୋଚନା କରିଥିଲେ । ଯେଉଁ ମାନେଜୟ ଶ୍ରୀ ରାମ କହି ଗୋ ଚାଲାଣର ନେତୃତ୍ୱ ନେଉଛନ୍ତି, ଏବଂ ବନ୍ଦେ ମାତରମ କହି ଠିକାଦାର ମାନଙ୍କ ଠାରୁ ଟଙ୍କା ଲୁଟୁଛନ୍ତି ସେମାନଙ୍କୁ ଆଗାମୀ ନିର୍ବାଚନରେ କଡା ଜବାବ ଦେବା ପାଇଁ ଯୁବ ଛାତ୍ର ବିଜୁ ପ୍ରେମୀମାନଙ୍କୁ ସେ ଆହ୍ୱାନ ଦେବା ସହିତ ଗଞ୍ଜାମରେ ଗୁଣ୍ଡାରାଜ ଦାଦାଗିରି ଚଳିବ ନାହିଁ, ଯେଉଁ ମାନେ ସୋସିଆଲ ମିଡିଆରେ ବାହାଷ୍ପଟ ମାରୁଛନ୍ତି ସେମାନଙ୍କୁ ଭୋଟର ଉଚିତ୍ ଜବାବ ଦେବେ, ଯାହାର ଲେଖା ଛିଡିବା କଥା ତାହାର ଲେଖା ଛିଡି ଯାଇଛି । ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ବହୁ ବିକାଶ ହେବା ସହିତ ଗଞ୍ଜାମ ଜିଲ୍ଲାର ବିକାଶର ଶିର୍ଷ ବହୁ ସ୍ଥାନରେ ପହଂଚିଛି । ଆଗାମୀ ଦିନରେ ନୂଆ ଓଡିଶା ଓ ବିକଶିତ ଓଡିଶା ହେବାକୁ ଯାଉଛି, ଏହାର ନେତୃତ୍ୱ ନେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ଥାନୀୟ ଅଂଚଳରେ ରୋଜଗାରକ୍ଷମ କରିବା ନିମନ୍ତେ ଭାରତ ବର୍ଷର ସବୁଠାରୁ ଶ୍ରେଷ୍ଠ ବନ୍ଦର ହେବାକୁ ଯାଉଛି ଗୋପାଳପୁର ବାଣିଜ୍ୟିକ ବନ୍ଦର । ଏଣୁ ଛତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ପୁଣି ଥରେ ବିଧାୟକଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଓଡିଶା ବିଧାନ ସଭାକୁ ପଠାଇବା ସହିତ ଏବଂ ଓଡିଶାର ଦାବି ଗୁଡିକ ଲୋକସଭା ରେ ଉପସ୍ଥାପନା କରିବା ନିମନ୍ତେ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀଙ୍କୁ ବିପୁଳପରିମାଣରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ସାଂସଦପ୍ରାର୍ଥୀ ଶ୍ରୀ ବକ୍ସି ପାତ୍ର ନିବେଦନ କରିଥିଲେ । ସେହିପରି ଛତ୍ରପୁର ବିଧାୟକ ତଥା ଛତ୍ରପୁର ବିଧାନସଭା ପ୍ରାର୍ଥୀ ସୁବାସ ଚନ୍ଦ୍ର ବେହେରା ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିକାଶ ଧାରାକୁ ବଜାୟ ରଖିବାକୁ ହେଲେ ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବା ସହିତ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରି ଇତିହାସ ସୃଷ୍ଟିକରିବା ପାଇଁ ନିବେଦନ କରିଥିଲେ । ହଜାର ହଜାର ଯୁବ ଛାତ୍ର ଓ ବିଜୁ ପ୍ରେମୀ ମାନେ ଏଥିରେ ସାମିଲ ହୋଇ ଜୟ ଜଗନ୍ନାଥ ନାରା ରେ ସ୍ୱାଗତ କରିବା ସହିତ ବିଜେଡି ଜିନ୍ଦାବାଦ ଓ ନବୀନ ପଟ୍ଟନାୟକ ଜିନ୍ଦାବାଦ ସ୍ଲୋଗାନ ରେ ସାରା ସଭାସ୍ଥଳପ୍ରକମ୍ପତିତ ହୋଇଥିବା ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ପର୍ଯ୍ୟବେକ୍ଷକ ନାରାୟଣ ପ୍ରସାଦ ଜେନା, ଯୁବ ବିଜେଡି ଗଞ୍ଜାମ ଜିଲ୍ଲା ସଭାପତି ଭବାନୀକାନ୍ତ ସାହୁ, ଛତ୍ରପୁର ପୌର ପରିଷଦ ଉପାଧ୍ୟକ୍ଷ ଜି.ପାପା ରାଓ, ଗଞ୍ଜାମ ଏନଏସି ଉପାଧ୍ୟକ୍ଷ ସୁରେନ୍ଦ୍ର କୁମାର ବାରିକି, ଯୂବ ନେତା ଜ୍ୟୋତି ରଞ୍ଜନ ସାହୁ, ଶ୍ରମିକ ନେତା ଏସ୍‌. ଚକ୍ରପାଣି ରେଡ୍ଡୀ ଓ ଶଙ୍କର ପ୍ରସାଦଦାସ, ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବ ବିଜେଡି ସଭାପତି ସନମୁଖ ପଟ୍ଟନାୟକ, ଯୁବ ବିଜେଡି ଗଞ୍ଜାମ ଜିଲ୍ଲାସାଧାରଣ ସମ୍ପାଦକ ବିମଳ କୁମାର ପଣ୍ଡା, ବ୍ଲକ ଯୁବ ବିଜେଡି ସଭାପତି କାଳିଆ ନାହାକ, ଉପ ସଭାପତି କାହ୍ନୁ ଚରଣ ବେହେରା, ବିଭୂତି ଭୂଷଣ ସ୍ୱାଇଁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଏସ୍‌. କିଶୋର ରେଡ୍ଡୀ, ଜିଲ୍ଲା ପରିଷଦ ସଭ୍ୟ ଏମ୍‌. ଧନଞ୍ଜୟ ରେଡ୍ଡୀ, ଛତ୍ରପୁର ଯୁବ ସଭାପତି ଟି. ଚନ୍ଦ୍ର ଶେଖର ରାଓ, ଗଞ୍ଜାମ ଯୁବ ସଭାପତି ସୁଧିର କୁମାର ପାଢୀ, ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠାପ୍ରଧାନ, ଉପାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ବେହେରା, ବିଜୁ ଛାତ୍ର ଜନତା ଦଳର ଜିଲ୍ଲାଉପ ସଭାପତି ଲିଙ୍ଗରାଜ ମହାପାତ୍ର, କେ.ନାଗେଶ୍ୱର ରାଓ, ରାଜେଶ ମହାରଣା, ଅକ୍ଷୟ ସ୍ୱାଇଁ, ଶ୍ରୀକାନ୍ତ, ଶମ୍ଭୁନାଥ ସ୍ୱାଇଁଙ୍କ ସମେତ ବହୁ ଯୁବ ଛାତ୍ର ଓ ଛାମୁଆ ନେତା ମାନେ ଯୋଗ ଦେଇ ନିଜ ନିଜ ଅଭିଭାଷଣରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ଶାନ୍ତି ଓ ବିକାଶର ନିର୍ବାଚନ ମଣ୍ଡଳୀ, ଛତ୍ରପୁର ବିଧାୟକ ଗତ ୫ ବର୍ଷ ଧରି ଛତ୍ରପୁର ନିର୍ବାଚନ ମଣ୍ଡଳୀର ବହୁ ବିକାଶ କରିବା ହିତ ଶାନ୍ତି ବଜାୟ ରଖିବା ନିମନ୍ତେ କାର୍ଯ୍ୟ କରୁଛନ୍ତି । ଏଣୁ, ସମସ୍ତେ ଏକତ୍ରିତ ହୋଇ ସୈନିକ ଭାବେ ସଂକଳ୍ପ ନେଇ ଆଗାମୀ ଦିନରେ ମିଥ୍ୟା ଅପପ୍ରଚାର କରୁଥିବା ବିରୋଧି ଦଳକୁ କଡା ଜବାବ ଦେବା ସହିତ ବିଜୁ ଜନତା ଦଳର ଲୋକସଭା ଓ ବିଧାନ ସଭା ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ବିଜୟୀ କରିବା ପାଇଁ ଆଗେଇ ଆସିବା ପାଇଁ ପ୍ରେରଣା ଦେଇଥିଲେ । ଛତ୍ରପୁର ନିର୍ବାଚନ ମଣ୍ଡଳୀର ହଜାର ହଜାର ଯୁବ ଛାତ୍ର ବିଜୁ ପ୍ରେମୀ ମାନେ ଏହି କାର୍ଯ୍ୟକ୍ରମରେସାମିଲ ହୋଇଥିଲେ । ଶେଷରେ ଛତ୍ରପୁର ନଗର ବିଜେଡି ସଭାପତି ବି. ରାଜୁବାବୁ ଧନ୍ୟବାଦ ଅର୍ପଣ କରିଥିଲେ ।(ଅରୁଣ କୁମାର ପଣ୍ଡା )