May 18, 2024

ଆନନ୍ଦପୁରରେ ଅଭିମନ୍ୟୁଙ୍କ ପ୍ରାର୍ଥିତ୍ବକୁ ବିରୋଧ

Share

 

 

ଆନନ୍ଦପୁର,୨୨/୪: ଆନନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ହାଟଡିହି ବ୍ଲକ୍ ଅଧ୍ୟକ୍ଷାଙ୍କ ସ୍ଵାମୀ ଅଭିମନ୍ୟୁ ସେଠୀଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଏହାକୁ ବିଜେଡିର ଅନ୍ୟତମ ଟିକେଟ ଆଶାୟୀ ବିଶ୍ଵନାଥ ପ୍ରତାପ ଜେନାଙ୍କ ସମର୍ଥକମାନେ ତୀବ୍ର ବିରୋଧ କରିଛନ୍ତି। ଆଜି ସନ୍ଧ୍ୟାରେ ଆନନ୍ଦପୁର ପୌରାଞ୍ଚଳ ୧୩ ନମ୍ବର ୱାର୍ଡ ଜଅଁରା ପଡ଼ିଆରେ ବିଶ୍ଵନାଥଙ୍କ ସମର୍ଥକମାନେ ଏକାଠି ହୋଇଥିଲେ। ଏହି ନିଷ୍ପତ୍ତ ସମ୍ପୂର୍ଣ୍ଣଭାବେ ଏକତରଫା ବୋଲି ଅଭିଯୋଗ କରିଥିଲେ। ଅଭିମନ୍ୟୁଙ୍କ ପତ୍ନୀ ହାଟଡିହି ବ୍ଲକ୍‌ର ଅଧ୍ୟକ୍ଷା ଅଛନ୍ତି । ତାଙ୍କ ପରିବାରକୁ କିଭଳି ଦୁଇଟି ପଦବି ପ୍ରଦାନ କରାଯିବ ବୋଲି ସମର୍ଥକମାନେ ପ୍ରଶ୍ନ ଉଠାଇଛନ୍ତି। ସେହିପରି ଅଭିମନ୍ୟୁଙ୍କୁ ଆନନ୍ଦପୁର ନିର୍ବାଚନମଣ୍ଡଳୀରେ କେହି ଜାଣିନଥିବା ସେମାନେ ଅଭିଯୋଗ କରିଛନ୍ତି । ଏହି ନିଷ୍ପତ୍ତ ଦଳ ପାଇଁ କ୍ଷତିକାରକ ହେବ ବୋଲି ବିଶ୍ବନାଥଙ୍କ ସମର୍ଥକମାନେ ଯୁକ୍ତି ବାଢ଼ିଛନ୍ତି। ମୁଖ୍ୟମନ୍ତ୍ରୀ ନିଷ୍ପତ୍ତାର ପୁନର୍ବିଚାର କରି ବିଶ୍ଵନାଥଙ୍କୁ ପ୍ରାର୍ଥୀ କରିବାକୁ ସେମାନେ ଦାବି କରିଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଯଦି ନିଷ୍ପତ୍ତାର ପୁନର୍ବିଚାର ନ କରନ୍ତି, ସେ ନିଜ ସମର୍ଥକଙ୍କ ପରାମର୍ଶ ଅନୁସାରେ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ବୋଲି ବିଶ୍ଵନାଥ ପ୍ରତାପ ଜେନା ପ୍ରକାଶ କରିଛନ୍ତି। ଏହି ବୈଠକରେ ବରିଷ୍ଠ ନେତା ସତ୍ୟାନନ୍ଦ ମିଶ୍ର, ଯୁବନେତା ଦେବରଂଜନ ସାହୁ, ରାଜାପ୍ରଭୁ ଦାସ, ଅକ୍ଷୟ କୁମାର ସାମଲ, ସାଜନ ଜେନା, ପ୍ରମୋଦ କୁମାର ବାରିକ, ରଥ ଜେନା, ନିରଞ୍ଜନ ଜେନା, ଫୁକୁଲ ଦାସ, ରଞ୍ଜନ କୁମାର ଘଡ଼େଇ, ରବୀନ୍ଦ୍ର ବାରିକ, ରାଜୁ ଜେନା ଉପସ୍ଥିତ ଥିଲେ ।
(ଆନନ୍ଦପୁର ରୁ ସୋମେଶ ପରିଡ଼ା ଙ୍କ ରିପୋର୍ଟ)