ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ବାଲିଆପାଳ ଠାରେ ଚାଲିଥିବା ଶିଳ୍ପ ଉଦ୍ୟୋଗୀ ତାଲିମ ଶିବିର ୨୦୨୬ ଉଦଯାପିତ
ବାଲେଶ୍ୱର ( ଦେବାଶିଷ ଦାଶ )
ବାଲେଶ୍ଵର ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ବାଲିଆପାଳ ବିଶ୍ୱାସ ସ୍ବେଚ୍ଛାସେବୀ ଅନୁଷ୍ଠାନ ତାଲିମ କେନ୍ଦ୍ର ପରିସରରେ ଚାଲିଥିବା ୧୨ଦିନିଆ ଶିଳ୍ପ ଉଦ୍ୟୋଗୀ ତାଲିମ ଶିବିର ୨୦୨୬ ପୂର୍ବାହ୍ନ ୧୧ ଘଟିକା ସମୟରେ ଉଦଯାପିତ ହୋଇଯାଇଛି। ବାଲିଆପାଳ ବ୍ଲକ ଅତିରିକ୍ତ ଶିଳ୍ପ ଅଧିକାରୀ ଅମ୍ଭୁଜ କୁମାର ମହାନ୍ତଙ୍କ ପରିଚାଳନାରେ ଅନୁଷ୍ଠିତ ତାଲିମ ଶିବିରରେ ବାଲେଶ୍ଵର ଜିଲ୍ଲା ଶିଳ୍ପ କେନ୍ଦ୍ର ଜିଏମ ସୂର୍ଯ୍ୟ କାନ୍ତ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ତାଲିମ ନେଇଥିବା ଯୁବକ ଯୁବତୀମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ।ଜିଏମ ଶ୍ରୀ ବେହେରା ନିଜ ବକ୍ତବ୍ୟରେ କହିଥିଲେ ଯେ ଯେଉଁମାନେ ୧୨ଦିନ ଧରି ତାଲିମ ଗ୍ରହଣ କଲେ ଆଗାମୀ ଦିନରେ ସେମାନେ ସମସ୍ତେ ନିଜେ ଜଣେ ଜଣେ ଶିଳ୍ପଦ୍ୟୋଗୀ ଭାବରେ ସମାଜରେ ଠିଆ ହୋଇ ନିଜେ ଆତ୍ମ ନିର୍ଭରଶୀଳ ହେବା ସହିତ କିଛି ଯୁବତୀ ଯୁବକଙ୍କୁ ରୋଜଗାରର ପନ୍ଥା ଯୋଗାଇ ପାରିଲେ ସରକାରଙ୍କ ଏହି ଯୋଜନା ସଫଳ ହେବ।ଏବଂ ବେକାରୀ ଦୂରୀକରଣ ନିମନ୍ତେ ସାହାଯ୍ୟ ହେବେ।
ଏହି କାର୍ଯ୍ୟକ୍ରମରେ ବିଶ୍ୱାସ ସ୍ବେଚ୍ଛାସେବୀ ଅନୁଷ୍ଠାନର ସମ୍ପାଦକ ସମାଜସେବୀ ଅଜୟ କୁମାର ସାହୁ ଯୋଗଦେଇ ସରକାରଙ୍କ ଏମଏସଏମ ଇ ଯୋଜନାରେ ନିଜକୁ ବେକାର ବୋଲି ଭାବୁଥିବା ଯୁବତୀ ଯୁବକ ମାନେ ଲାଭ ଉଠାଇବା ପାଇଁ ବିଭିନ୍ନ ପ୍ରକାର ଯୋଜନାରେ ପ୍ରକଳ୍ପ କରି ବ୍ୟାଙ୍କ ମାନଙ୍କରୁ ଋଣ ନେଇ ଆତ୍ମ ନିର୍ଭର ଶୀଳ ହେବା ପାଇଁ ଆହ୍ୱାନ ଦେଇଥିଲେ। ବାଲିଆପାଳ ବ୍ଲକ ଓ ଏଲ ଏମର ବିପିଏମ ଉତ୍ତମ କୁମାର ସାହୁ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଏହି ଅବସରରେ ବକ୍ତବ୍ୟ ପ୍ରଦାନ କରିଥିଲେ। ତାଲିମ ଶିବିରରେ ୧୨ ଦିନରେ ବିଭିନ୍ନ ଦିବସରେ ଯୁବତୀ ଯୁବକ ମାନେ କିପରି ଜଣେ ସଫଳ ଶିଳ୍ପଦ୍ୟୋଗୀ ହୋଇପାରିବେ ସେ ବିଷୟରେ ବିଭିନ୍ନ ପ୍ରକାରର ଟ୍ରେନର ମାନେ ତାଲିମ ପ୍ରଦାନ କରିଥିଲେ।ଏହି ଶିବିରରେ ବାଲିଆପାଳ, ବସ୍ତା, ଜଳେଶ୍ବର ଓ ଭୋଗରାଇ ବ୍ଲକରୁ ୩୦ ଜଣ ଯୁବକ ଯୁବତୀ ଏହି ତାଲିମ ଶିବିରରେ ଭାଗ ନେଇଥିଲେ।
