April 26, 2026

ବୁଗୁଡ଼ାରେ ବଜରଙ୍ଗ ଦଳ ଓ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ବାଇକ୍ ଶୋଭାଯାତ୍ରା 

IMG-20260322-WA0044
Share

 

ବୁଗୁଡା : ତା ୨୨/୦୩/୨୬ : ପ୍ରଭୁ ଶ୍ରୀରାମ ଜନ୍ମ ଉତ୍ସବ ଅବସରରେ ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ବୁଗୁଡାରେ ଏକ ବାଇକ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରା ସ୍ଥାନୀୟ ଷୋଳମଇଲି ହନୁମାନ ମନ୍ଦିରଠାରୁ ବାହାରି ମାଳିଝୋଳା ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ବିଶ୍ବ ହିନ୍ଦୁ ପରିଷଦର ପୂର୍ବପ୍ରାନ୍ତ ସହସମ୍ପାଦକ ଡ.ଅରୁଣ କୁମାର ପାଢ଼ୀ ଓ ସଂଗଠନ ମନ୍ତ୍ରୀ ଶରତ ଚନ୍ଦ୍ର ପ୍ରଧାନ, ବଜରଙ୍ଗ ଦଳର ପୂର୍ବପ୍ରାନ୍ତ ନମସ୍ତେ ସହସଂଯୋଜକ ରାଜୀବ ନେତ୍ର ଖାଡ଼ଙ୍ଗା ଓ ବରିଷ୍ଠ କର୍ମକର୍ତ୍ତା ସତ୍ଯାନନ୍ଦ ଗିରି, ବରିଷ୍ଠ ସ୍ବଂୟ ସେବକ ଗୋପାଳ ଚନ୍ଦ୍ର ନାୟକ, ବଜରଙ୍ଗ ଦଳ ଘୁମୁସର ଜିଲ୍ଲା ସଂଯୋଜକ ଚନ୍ଦନ କୁମାର ସ୍ବାଇଁ, କର୍ମକର୍ତ୍ତା ଧୀରଜ କୁମାର ମହାରଣା, ଗୁଲସନ କୁମାର ସାହୁ, ସରୋଜ ସାହୁ, ସଂଗ୍ରାମ ଦାଶଙ୍କ ସମେତ ଶହ ଶହ କାର୍ଯ୍ୟକର୍ତ୍ତା ଅଂଶ ଗ୍ରହଣ କରିଥିଲେ। ଏହି ଶୋଭାଯାତ୍ରା ମାଳିଝୋଳା ମନ୍ଦିରରେ ପହଞ୍ଚିବା ପରେ ସେଠାରେ ଏକ ବୈଠକ ଅନୁଷ୍ଠିତ ହୋଇ ବଜରଙ୍ଗ ଦଳ ଏବଂ ବିଶ୍ବ ହିନ୍ଦୁ ପରିଷଦର ସାଂଗଠନିକ ସୁଦୃଢତା ସମ୍ପର୍କରେ ଆଲୋଚନା କରାଯାଇଥିଲା।