ବିଧାୟକ ଙ୍କ କୁଶପୁତ୍ତଳିକା ଦାହ କଲା ତିର୍ତ୍ତୋଲ ବିଜେଡି

ତିର୍ତ୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।
ଗତ ରାଜ୍ୟସଭା ଭୋଟ ସମୟରେ କ୍ରସ ଭୋଟିଙ୍ଗ କରିଥିବା ଯୋଗୁଁ ବିଜେଡି ଦଳ ସୁପ୍ରିମୋ ଦଳର ଛଅ ଜଣ ବିଧାୟକ ଙ୍କୁ ନିଲମ୍ବନ କରିଛନ୍ତି | ସୁପ୍ରିମୋ ଙ୍କ ନିଷ୍ପତ୍ତି କୁ ସମ୍ମତି ଜଣାଇ ତିର୍ତ୍ତୋଲ ବିଜେଡି ପକ୍ଷରୁ ବିଧାୟକ ପ୍ରଫେସର ରମାକାନ୍ତ ଭୋଇଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି | ଶତାଧିକ ବିଜେଡି କର୍ମୀ ରଥିପୁର ନିକଟରୁ ଏକ ପଟୁଆର ରେ ବାହାରି ଶାରଳା ରୋଡ଼ ନିକଟ ଆଦିକବି ଶାରଳା ଦାସ ଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ବିଧାୟକ ଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ | ଏହି କୁଶ ପୁତ୍ତଳିକା ରେ ବ୍ଲକ ଅଧକ୍ଷ ମନୋଜ ବେହେରା, ଅଶ୍ୱିନୀ ଦାସ, ରାଜ୍ୟ ମହିଳା ସଭାନେତ୍ରୀ ଲୋରା ମହାପାତ୍ର, ଜିଲ୍ଲା ପରିଷଦ ସଦସ୍ୟା/ସଦସ୍ୟ ରଞ୍ଜିତା ସିଂ, ଗଙ୍ଗାଧର ବିଶ୍ୱାଳ,ସୁନୀଲ ବେହେରା, ସୁବର୍ଣ୍ଣ ପଣ୍ଡା,ଉମେଶ ବାରିକ, ସୁଧାଂଶୁ ଶେଖର ପୃଷ୍ଟି, ଅମର ଜ୍ୟୋତି ସାହୁ, ଦେବୀ ପ୍ରସାଦ ମହାପାତ୍ର, ସୁବ୍ରତ ଦାଶ, ବିନୟ ମହାପାତ୍ର, ଅରୁଣ ମହାପାତ୍ର, ଦେବବ୍ରତ ବାରିକ, ଅୟସକାନ୍ତ ମହାପାତ୍ର, ଶ୍ରୀନିବାସ ଦାଶ, ସୁଶୀଲ ଦାଶ, ଅକ୍ଷୟ ମହାନ୍ତି, ବିରଞ୍ଚି ନାରାୟଣ ମଲ୍ଲିକ, ବୁଦ୍ଧିଆ ବିଶ୍ୱାଳ, ରୋଜାଲିନ ଜେନା ଙ୍କ ସମେତ ଶତାଧିକ କର୍ମୀ ସାମିଲ ହୋଇ ବିଧାୟକ ଙ୍କ ବିରୋଧରେ ସ୍ଲୋଗାନ ଦେବା ସହିତ ଆଗାମୀ ଦିନରେ ବିଧାୟକ ଙ୍କୁ ତିର୍ତ୍ତୋଲ ମାଟିରେ ପାଦ ପକେଇ ନଦେବାକୁ ଦାବୀ ରଖିଥିଲେ |
