April 26, 2026

ବିଶ୍ୱ ଡାଉନ ସିଣ୍ଡ୍ରୋମ ଦିବସ ପାଳିତ

IMG-20260322-WA0038
Share

ବାଲେଶ୍ଵର( ଦେବାଶିଷ ଦାଶ )

ବସ୍ତା ବ୍ଳକ ଅନ୍ତର୍ଗତ ଦରଡା ସ୍ଥିତ ଆଖଣ୍ଡଳମଣି ଯୁବ ସେବା ସଂସଦ କାର୍ଯ୍ଯାଳୟରେ ଦିନ ୧୦ ଘଟିକା ସମୟରେ ଏକ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ପାଳିତ ହୋଇଯାଇଛି। ଡାଉନ ସିଣ୍ଡ୍ରୋମ ଥିବା କୋମଳ ମତି ପୁଅ ଝିଅ ଓ ବ୍ୟକ୍ତିମାନଙ୍କ ପ୍ରତି ସମାଜରେ ସଚେତନତା ବୃଦ୍ଧି କରିବା ଓ ସେମାନଙ୍କ ଅଧିକାରକୁ ସୁନିଶ୍ଚିତ କରିବା ଉଦ୍ଧେଶ୍ୟରେ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇ ଅଛି।କାର୍ଯ୍ୟକ୍ରମରେ ଅନୁଷ୍ଠାନର ଶ୍ରୀଯୁକ୍ତ ଅରୁଣ କୁମାର ଦାସ ସଭାପତିତ୍ବ କରିଥିଲେ। ସମ୍ମାନୀତ ଅତିଥି ଭାବେ ସମ୍ପାଦକ ଗଜେନ୍ଦ୍ର ନାଥ ପ୍ରଧାନ, ନୀଳାମ୍ବର ଭକ୍ତା, ରତନି ବିନ୍ଧାଣି,କାର୍ତ୍ତିକ ଚନ୍ଦ୍ର ଜେନା,ନବୀନ ହାଁସଦା,ସରସ୍ୱତୀ ସାହୁ,ଦର୍ଶନ ବେହେରା ସମେତ ସଂସଦର ସମସ୍ତ ମେମ୍ବର ମାନେ ଉପସ୍ଥିତ ରହି ଡାଉନ ସିଣ୍ଡ୍ରୋମ ମାଧ୍ଯମରେ ସଚେତନତା ବାର୍ତ୍ତା ମାଧ୍ୟମରେ କହିଥିଲେ ଏହା କୌଣସି ରୋଗ ନୁହେଁ,ବରଂ ଜନ୍ମଜାତ ଜିନ ରୂପାନ୍ତରଣ ଯାହା ଶିଶୁମାନଙ୍କ ଶାରୀରିକ ଓ ମାନସିକ ବିକାଶକୁ ପ୍ରଭାବିତ କରେ। ସମାଜର ସମସ୍ତଙ୍କୁ ଏହି ବିଷୟରେ ସମ୍ବେଦନଶୀଳ ହେବାକୁ ଓ ସେମାନଙ୍କୁ ସମାନ ଅଧିକାର ଓ ସୁଯୋଗ ଦେବାକୁ ଆହ୍ୱାନ କରାଯାଇଥିଲା। ସର୍ବ ଶେଷରେ ବାବା ଆଖଣ୍ଡଳମଣୀ ଯୁବ ସେବା ସଂସଦର ସମ୍ପାଦକ ଗଜେନ୍ଦ୍ର ନାଥ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଦେଇ କିର୍ଯ୍ଯକ୍ରମ ଶେଷ କରିଥିଲେ।