April 26, 2026

ଗଜପତି ସାଗର ପୁନରୁଦ୍ଧାର କରିବା ପାଇଁ ଅନୁଧ୍ୟାନ କଲେ ବିଧାୟକ

IMG-20260322-WA0029
Share

 ଗଜପତି – ଆଜି ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ରେ ଥିବା ଗଜପତି ସାଗର ର ପୁନରୁଦ୍ଧାର କାର୍ଯ୍ୟ କରିବା ପୂର୍ବ ରୁ ବିଧାୟକ ରୁପେସ ପାଣିଗ୍ରାହୀ ଅନୁଧ୍ୟାନ କରିଛନ୍ତି, ଗଜପତି ସାଗର କୁ କେନ୍ଦୁଗୁଡ଼ା। ଡେମ ଭଳି ନିର୍ମାଣ କରିବା ପାଇଁ ଚେଷ୍ଟା କରିବେ ବଲି ବିଧାୟକ କହିଛନ୍ତି, ଗଜପତି ସାଗର ପୁନରୁଦ୍ଧାର ହେଲେ ସାରା ଗଜପତି ଜିଲ୍ଲା ରେ ପିଇବା ପାଣି ଠାରୁ ଆରମ୍ଭ କରି ଜଳ ସେଚନ ରେ ବି ଅସୁବିଧା ହେବ ନାହିଁ, ଯେହେତୁ ଗଜପତି ଜିଲ୍ଲା ଲୋକେ ମୁଖ୍ୟତଃ ଚାଷ ଉପରେ ନିର୍ଭର କରନ୍ତି, ଏଠି ଜିଲ୍ଲା ରେ ଖଣି ନୁହେଁ କି କାରଖାନା ନାହିଁ ଏଠି ସମ୍ପୂର୍ଣ ଚାଷ ଉପରେ ନିର୍ଭର କରି ଅନେକ ପରିବାର ଚଳନ୍ତି, ଆଜି ବିଧାୟକ ଗଜପତି ସାଗର ଅନୁଧ୍ୟାନ କରିବା ସଙ୍ଗେ ସଙ୍ଗେ, ରାଜ୍ୟ ଜଳ ସେଚନ ବିଭାଗ ର ମୁଖ୍ୟ ଯନ୍ତ୍ରୀ ସାଗର ମହାନ୍ତି ଙ୍କୁ ଫୋନ୍ ମାଧ୍ୟମ ରେ ଜଣାଇବା ସହ ତୁରନ୍ତ ଗଜପତି ଜିଲ୍ଲା ଗ୍ରସ୍ତ କରି ଗଜପତି ସାଗର ଅନୁଧ୍ୟାନ କରିବା ପାଇଁ ଅନୁରୋଧ କରିଥିଲେ ବିଧାୟକ, ଏହି ବିଷୟ ରେ ବିଧାୟକ ସରକାର ଙ୍କୁ ଅବଗତ କରିବା ସହ ବିଧାନସଭା ରେ ଉପସ୍ଥାପନା କୋରିବେବଲି ଗଣମାଧ୍ୟମ ପ୍ରତିନିଧି ଙ୍କୁ କହିଥିଲେ , ଏହି ଗ୍ରସ୍ତ ସମୟରେ ବିଧାୟକ ସମେତ ସ୍ଥାନୀୟ ସରପଞ୍ଚ ସମିତି , ଜିଲ୍ଲା ପରିଷଦ ଓ ଶତାଧିକ ଅଞ୍ଚଳ ବାସି ଉପସ୍ଥିତ ଥିଲେ