April 26, 2026

ଆଜି(ଶନିବାର)ଠାରୁ ଲାଞ୍ଜିଗଡ଼ ର ଅଧୂଷ୍ଠାତ୍ରୀ ଦେବୀ ମା, ଠାକୁରାଣୀ ଙ୍କ ଚୈତ୍ରଯାତ୍ରା ଆରମ୍ଭ ହୋଇ ଯାଇଛି

IMG-20260322-WA0024
Share

ଲାଞ୍ଜିଗଡ଼,:ଆଜି(ଶନିବାର)ଠାରୁ ଲାଞ୍ଜିଗଡ଼ ର ଅଧୂଷ୍ଠାତ୍ରୀ ଦେବୀ ମା, ଠାକୁରାଣୀ ଙ୍କ ଚୈତ୍ରଯାତ୍ରା ଆରମ୍ଭ ହୋଇ ଯାଇଛି |୨୧ ତାରିଖ ରୁ ଆରମ୍ଭ ହୋଇ ୯ ଦିନ ପର୍ଯ୍ୟନ୍ତ ଏହି ଯାତ୍ରା ପାଳିତ ହେବ। ଏଥିପାଇ ସମଗ୍ର ଲାଞ୍ଜିଗଡ଼ ଚଳଚଞ୍ଚଳ ହୋଇଉଠିଛି । ଶୁକ୍ରବାର ସକାଳୁ ସ୍ଥାନୀୟ ରାଜା ଙ୍କ ଘରୁ ପୂଜାର୍ଚ୍ଚନା ପରେ ମାଆ ଙ୍କ ଘଟକୁ ମନ୍ଦିର କୁ ନେଇଁ ସେଠାରେ ପୂଜର୍ଚ୍ଚନା ପରେ ବହୁ ଆଡ଼ମ୍ବରରେ ମାଆଙ୍କ ଘଟନଗର ପରିକ୍ରମାରେ ବାହାରିଥାଏ। ଲାଞ୍ଜିଗଡ଼ ସହର ସାହି ପଡିଶା ର ମହିଳା ମାନେ ନିଜ ନିଜର ଦାଣ୍ଡ ଦୁଆର କୁ ଲିପା ପୋଛା କରିବା, ଝୋଟି ଦେଇ ମାଆ ଙ୍କ ସଦୃଶ୍ୟ କଳସ(ଘଟ)କୁ ବନ୍ଦାପନା କରି ସ୍ବାଗତ କରିଥାନ୍ତି। ନଅ ଦିନ ଧରି ସହର ର ସବୁ ସାହି ପରିକ୍ରମା ପରେ ମାଆଁ ଙ୍କ ଏହି ଘଟ ଯାତ୍ରା ଶେଷ ହେବ। ଲାଞ୍ଜିଗଡ଼ ର ଅଧୀଷ୍ଠାତ୍ରୀ ଦେବୀ ହେଉଛନ୍ତି ମା ଠାକୁରାଣୀ ।

 

ମା ଠାକୁରାଣୀ ଙ୍କ ଉପରେ ଅଂଚଳ ବାସୀଙ୍କ ରହିଛି ଆସ୍ଥା ଓ ବିଶ୍ବାସ ।

 

ବର୍ଷ ତମାମ ଭକ୍ତ ମାନଙ୍କୁ ମା ନିଜ ମନ୍ଦିର ‌ରେ ଦର୍ଶନ ଦେଉଥ‌ିବା ବେଳେ ମା ଙ୍କ ଚୈତ୍ର ପର୍ବ ସମୟରେ ମା ଙ୍କ ପ୍ରତିମା ସ୍ବରୂପ ଘଟ (କଳସୀ)ମନ୍ଦିର ରୁ ବାହାରି ନଗର ପରିକ୍ରମା ପୂର୍ବକ ଭକ୍ତିଙ୍କ ଦୁଆର ମୂହଁରେ ଦର୍ଶନ ଦେଇଥାନ୍ତି ମା, ଠାକୁରାଣୀ ।ଏହି ଚୈତ୍ର ପର୍ବ ସମୟରେ ଦୁଇ ଜଣ ସେବକ ମା ମା ଠାକୁରାଣୀ ଙ୍କ ଘଟ ମୁଣ୍ଡରେ ଧାରଣ କରିଥାନ୍ତି।

 

ଏହା ସହରର ସମସ୍ତ ଘରକୁ ଘର ପରିକ୍ରମା କରିଥାଏ । । ମା ଙ୍କ ଘଟ ସହର ପରିକ୍ରମା ବେଳେ ମା’ଙ୍କ ମନ୍ଦିରରେ ସ୍ଥାନୀୟ କିଛି ମହିଳା ଏବଂ ପୁରୁଷଙ୍କ ଦେହରେ କାଳିଶି ରୂପରେ ମା’ଙ୍କ ଆବିର୍ଭାବ ହୋଇଥାଏ।ଏହି ସମୟରେ ମା’ଙ୍କୁ ଦର୍ଶନ କଲେ ସମସ୍ତ ମନସ୍କାମନା ପୁର୍ଣ୍ଣ ହୁଏ ବୋଲି ଅତୁଟ ବିଶ୍ବାସ ରହିଛି।। ମା’ ଙ୍କ ଏହି ଚୈତ୍ର ଘଟ ଯାତ୍ରା ଦେଖିବା ପାଇଁ ପ୍ରବଳ ଜନ ସମାଗମ ହେଉଥିବାରୁ ଆୟୋଜକ କମିଟି ପକ୍ଷରୁ ରାତ୍ରିରେ ଘୁମୁରା, ନାଟକ ଆଦି ସାଂସ୍କୃତିକି କାର୍ଯ୍ୟକ୍ରମମାନ ରଖା ଯାଇଛି । ବହୁ ସଂଖ୍ୟାରେ ମାନସିକ ଧାରୀ ମାନେ ଏଠାକୁ ଆସି ପଷୁ ଓ ପକ୍ଷୀ ବଳିଦେବାର ପରମ୍ପରା ରହି ଆସିଛି । ଯେକୌଣସି ଶୁଭକାମ ଆରମ୍ଭ କରିବା ପୁର୍ବରୁ ପ୍ରଥମେ ମା’ଙ୍କ ମନ୍ଦିର କୁ ଦର୍ଶନ କରି ମା:ଙ୍କ ଆର୍ଶିବାଦ ଗ୍ରହଣ କରିଥାନ୍ତି ଅଂଚଳବାସୀ । ଯାହା ଫଳରେ କି ସମସ୍ତ କାମରେ ସୁଖ, ସମୃଦ୍ଧି ଓ ସଫଳତା ମିଳିଥାଏ ବୋଲି ବିଶ୍ବାସ ରହିଛି ।

 

ଲାଞ୍ଜିଗଡ଼ ରୁ ପୁରନ୍ଦର ଦଣ୍ଡସେନା ଙ୍କ ରିପୋର୍ଟ ନିଉଜ ଉପାନ୍ତ ଖବର