April 26, 2026

ସମ୍ବାଦପତ୍ର ଯୁବମୋର୍ଚ୍ଚା ର ଚତୁର୍ଥ ବାର୍ଷିକ ଓ ସମ୍ମାନ ପ୍ରଦାନ ସମାରୋହ ଅନୁଷ୍ଠିତ

IMG-20260322-WA0035
Share

 

ସୁସ୍ଥ ଗଣତନ୍ତ୍ର ଓ ଶୃଙ୍ଖଳିତ ସମାଜ ପାଇଁ ମିଡ଼ିଆ ଜଷ୍ଟିସ୍ ଶୁଭଙ୍କର ନୁହେଁ ବୋଲି କହିଛନ୍ତି ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାସ। ପୁରୀ ସଂସ୍କୃତି ଭବନ ଠାରେ ଦୈନିକ ସମ୍ବାଦପତ୍ର ଯୁବମୋର୍ଚ୍ଚା ର ଚତୁର୍ଥ ବାର୍ଷିକ ଉତ୍ସବ ତଥା ସମ୍ମାନ ପ୍ରଦାନ ସମାରୋହ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଷ୍ଟିସ ଦାସ କହିଥିଲେ ଯେ ଶ୍ରୀଜଗନ୍ନାଥ ମନ୍ଦିର ପରି ଆମ ଗଣତନ୍ତ୍ର ଜାତି- ଧର୍ମ ରୁ ଉର୍ଦ୍ଧ୍ବ ରେ ରହିଲେ ହିଁ ଏକ ସମୃଦ୍ଧ ଭାରତବର୍ଷ ଗଠନ ସମ୍ଭବ ହେବ। ସେ କହିଥିଲେ ଯେ ଜାତିକୁ ନେଇ ରାଜନୀତି ନହୋଇ ବରଂ ଭାରତୀୟତା ର ଗାରିମାକୁ ନେଇ ଗଣତନ୍ତ୍ର ସମୃଦ୍ଧ ହେଉ।ସମ୍ବାଦପତ୍ର ର ସଂପାଦକ ତଥା ଲକ୍ଷ୍ମୀଙ୍କ ସେବକ ଜଗନ୍ନାଥ ଖୁଣ୍ଟିଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ କୁ ଶ୍ରୀମନ୍ଦିର ର ବିଶିଷ୍ଟ ସେବାୟତ ନବକିଶୋର ପତି ମହାପାତ୍ର ଉଦଘାଟନ କରିଥିବା ବେଳେ,ମୁଖ୍ୟବକ୍ତା ଭାବେ ଯୋଗଦେଇ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ କହିଥିଲେ ଯେ ସାଂପ୍ରତିକ ପରିସ୍ଥିତିରେ ଗଣମାଧ୍ୟମମାନେ ଜନଗଣଙ୍କୁ ବିଭ୍ରାନ୍ତ ନକରି ସଠିକ୍, ନିରପେକ୍ଷ ଓ ସତ୍ୟ ସମ୍ବାଦ ପରିବେଷଣ କରି, ସମାଜ ରେ ସଂସ୍କାର ଆଣନ୍ତୁ। ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମାଜ ର ପ୍ରାକ୍ତନ ପ୍ରକାଶକ ଡଃ ପ୍ରଭାସ ଆଚାର୍ଯ୍ୟ କହିଥିଲେ ଯେ ଏବେ ଗୋଦି (କୋଳ) ମିଡ଼ିଆ ର ପ୍ରଭାବ ରେ ଜନଗଣଙ୍କ ପ୍ରକୃତ ସମସ୍ୟା ସରକାରଙ୍କ ପାଖରେ ପହଞ୍ଚିପାରୁନାହିଁ।ପ୍ରକାଶିକା ତିଳୋତ୍ତମା ନାୟକ ଓ ସଂଯୋଜକ ସତ୍ୟବାଦୀ ନାୟକଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି ସମାରୋହରେ ପ୍ରାକ୍ତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ବରିଷ୍ଠ ପଦାଧିକାରୀ ଆଜାଦ୍ ହିନ୍ଦ୍ ପାଣିଗ୍ରାହୀ, ଗାନ୍ଧୀବାଦୀ ଗୌରାଙ୍ଗ ଚରଣ ପରିଡ଼ା, ସମାଜସେବୀ ଡକ୍ଟର ବଦ୍ରି ମିଶ୍ର, ମାଆ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ……….ଙ୍କୁ(କିଛି ନାମ ଯୋଡ଼ାଯିବ) ସମ୍ମାନ ପ୍ରଦାନ କରିଥିଲେ।ଏହି ଅବସରରେ ପ୍ରାରମ୍ଭରେ ସଂଗୀତ ନିର୍ଦ୍ଦେଶକ କାର୍ତ୍ତିକ ସାହୁଙ୍କ ନିର୍ଦ୍ଦେଶନାରେ ଜଗନ୍ନାଥ ଭଜନ ଓ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ପରେପରେ ନୃତ୍ୟଗୁରୁ ନାରାୟଣ ପାଣ୍ଡେଙ୍କ ନିର୍ଦ୍ଦେଶନା ରେ ଓଡ଼ିଶୀ ନୃତ୍ୟ,ଭଦ୍ରକ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ମେଳ ନୃତ୍ୟ ଓ ….. ପକ୍ଷରୁ ଏକକ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ ହୋଇଥିଲା। କାର୍ଯ୍ୟକ୍ରମ କୁ ବିଶିଷ୍ଟ ଉଦଘୋଷକ ପ୍ରମୋଦ ପରିଡା ସଞ୍ଚାଳନ କରିଥିବା ବେଳେ, ପରିଚାଳନା ରେ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ସଂଗଠନ ପକ୍ଷରୁ ରାଜ୍ୟରେ ବିଭିନ୍ନ ସମାଜସେବୀ, ବରିଷ୍ଠ ବ୍ୟକ୍ତିତ୍ୱ ଏବଂ ଅନୁଷ୍ଠାନ ର ସାମ୍ବାଦିକ ଓ ବିଭିନ୍ନ ବର୍ଗର ବ୍ୟକ୍ତିତ୍ୱ ମାନଙ୍କୁ ସମ୍ମାନିତ କରାଯାଇଥିଲା l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ