June 2, 2024

ଝିଞ୍ଜିରିବାଡି ପ୍ରାଥମିକ ସେବାଶ୍ରମ ବାର୍ଷିକ ଉତ୍ସବ ଅନୁଷ୍ଠିତ…

Share

ରାମନାଗୁଡା, ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଝିଞ୍ଜିରିବାଡି ପ୍ରାଥମିକ ସେବାଶ୍ରମ ଠାରେ ୨ୟ ବାର୍ଷିକ ଉତ୍ସବ ସକ୍ଷମ ୨୦୨୩-୨୪ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ବାସୁଦେବ ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବାବେଳେ ମୁଖ୍ୟ ବକ୍ତା ଭାବେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୂଜନ ମଲ୍ଲିକ, ସମ୍ମାନିତ ଅତିଥି ଭାବେ ସରପଞ୍ଚ ସୂର୍ଯ୍ୟରାଓ କୁମ୍ଭିରିକା, ଅବସରପ୍ରାପ୍ତ ଶିକ୍ଷକ ଭୀମ ନିମାଲା, ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପ୍ରାଣୀଗ୍ରାହୀ,ସିଆର ସିସି ଗଦାଧର ତ୍ରିପାଠୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗଙ୍ଗାଧର ମାଣ୍ଡାଙ୍ଗି ସମ୍ମାନିତ ଅତିଥି ଭାବେଯୋଗଦେଇଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ଫଟୋଚିତ୍ର ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ବିଦ୍ୟାଳୟର ପ୍ରଧାନ ସେବିକା ଗାୟତ୍ରୀ କୁମାରୀ ମିଶ୍ର ମଞ୍ଚ ପରିଚାଳନା କରିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ। ବିଦ୍ୟାଳୟର ଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ସହ ନୃତ୍ୟ ମାଧ୍ୟମରେ ଅତିଥି ମାନଙ୍କୁ ସ୍ଵାଗତ ଜଣାଇବା ସହ ଅତିଥି ମାନଙ୍କ ଦ୍ବାରା ବାର୍ଷିକ କ୍ରୀଡାର କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦୁଗୁଡା ଆଶ୍ରମ ବିଦ୍ୟାଳୟ ପ୍ରଧାନଶିକ୍ଷକ ଦିଲ୍ଲୀପ ଚୌଧୁରୀ,ସିଆରସିସି ଅଶ୍ବିନୀ ତ୍ରିପାଠୀ, ବିଦ୍ୟାଳୟ ପୂର୍ବତନ ପ୍ରଧାନ ଶିକ୍ଷକ ବିମଳ ରାଧିକା,ନାଗା ବାବୁ,ଶରତ ନେମାଲପୁରୀ, ଶିକ୍ଷାଧିକାରୀ କାର୍ଯ୍ୟାଳୟର କର୍ମଚାରୀମାନଙ୍କ ସହ ପରିଚାଳନା କମିଟି ସଦସ୍ୟ,ସହ ଅଭିଭାବକ ସହ ଗ୍ରାମବାସୀ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମରେ ଯୋଗୀ ମୁଟ୍ଟିକା,ରଘୁ ନିଶିକା ଓ ନୃତ୍ୟଗୁରୁ ମୁନା ଭାଇଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ଶିକ୍ଷକ ମାଧବ ମୁଟ୍ଟିକା,ନାଇଡୁ ତିରୁମାଲା ପ୍ରତାପ ଚନ୍ଦ୍ର କାଡ୍ରାକା, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିବା ବେଳେ ଗଙ୍ଗାଧର ମାଣ୍ଡାଙ୍ଗି ଧନ୍ୟବାଦ ଅର୍ପଣ କରିଥିଲେ।
ରାମନାଗୁଡା(ସଞ୍ଜିବ କୁମାର ଦାଶ ଙ୍କ ରିପୋର୍ଟ)