April 25, 2026

ବୁଗୁଡ଼ା ଅଞ୍ଚଳରେ ଗଡିଲା ୨ଟି ଲକ୍ଷ୍ମୀ ବସ୍…

laxmi
Share


ବୁଗୁଡ଼ା :  ପ୍ରତି ପଞ୍ଚାୟତରୁ ନିଜ ନିଜ ବ୍ଲକ ସଦର ମହକୁମାକୁ ଆସିବାକୁ ଗ୍ରାମାଞ୍ଚଳର ଲୋକମାନଙ୍କୁ ଉତ୍ତମ ପରିବହନ ସେବା ଯୋଗାଇ ଦେବା ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲା ପାଇଁ ଗତକାଲି ବୁଧବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଆଭାସୀ ମାଧ୍ୟମରେ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ ହେଇଥିଲା ବେଳେ ଆଜି ଗୁରୁବାର ଦିନ ସକାଳୁ ବୁଗୁଡ଼ା ଅଞ୍ଚଳରେ ୨ଟି ଲକ୍ଷ୍ମୀ ବସ୍ ଗଡିଥିବା ଦେଖିବାକୁ ମିଳିଛି । ସେଥିରୁ ଗୋଟିଏ ମାଣିତରା ଓ ଗୋଳାବନ୍ଧ ପଞ୍ଚାୟତର ଏବଂ ଅନ୍ୟଟି ଅନ୍ତରପଡା , କଳମ୍ବ, ପୋଚାଲୁଣ୍ଡି , ପାଙ୍ଗିଡି ଓ ବାଲିପଦର ପଞ୍ଚାୟତର କେତେକ ଗ୍ରାମ ଦେଇ ଚଳାଚଳ ହୋଇଥିଲା । ଛାତ୍ରଛାତ୍ରୀ ଏବଂ ମହିଳାମାନେ ମାତ୍ର ୫ ଟଙ୍କାରେ ଏହି ବସରେ ଯାତାୟତ କରିପାରିବାର ସୁବିଧା ରହିଥିଲେ ହେଁ ବୁଗୁଡ଼ା ଅଞ୍ଚଳରେ ଏହି ବସ୍ ସେବାର ଶୁଭାରମ୍ଭ ସମ୍ପର୍କରେ ଲୋକେ ଜାଣିନଥିବାରୁ ଆଜି ପ୍ରଥମ ଦିନରେ ବସ ଦୁଇଟି ଫାଙ୍କାରେ ଚଳାଚଳ କରିଥିଲା ବେଳେ ହାତ ଗଣତି ଯାତ୍ରୀ ଏହାର ସୁଯୋଗ ନେଇଥିଲେ । ଆଗାମୀ ଦିନରେ ଏପରି ଆଉ ୩ଟି ଲକ୍ଷ୍ମୀ ବସ୍ ଚଳାଚଳ ହେବାକୁ ଯାଉଥିବା ବେଳେ ବିଭିନ୍ନ ପଞ୍ଚାୟତରେ ଏବେ ଲକ୍ଷ୍ମୀ ବସ ରହଣି ସ୍ଥଳ କରାଯାଇଛି ଏବଂ ଆଉ କେତେକ ସ୍ଥାନରେ ଏହାର ନିର୍ମାଣ କାର୍ଯ୍ୟ ଜାରି ରହିଥିବା ଜଣାଯାଇଛି ।

You may have missed