April 27, 2026

ଓଡ଼ିଶା ପ୍ରଶାସନିକ ସେବାରେ ବରପାଲି ବ୍ଲକରୁ ସାହିଲ ପାଇଲେ ସଫଳତା 

IMG-20241021-WA0028
Share

 

 

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ):ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ବରପାଲି ବ୍ଲକ ର ସାହିଲ୍ ସାହୁ କୃତିତ୍ୱ ସହ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ବରପାଲି ବ୍ଲକ ପାଟକୁଲୁଣ୍ଡା ଗ୍ରାମ ପଞ୍ଚାୟତ ବୁରୋମୁଣ୍ଡା ଗ୍ରାମର ବୁଦ୍ଧଦେବ ସାହୁଙ୍କ ପୁତ୍ର ସାହିଲ ସାହୁ ଓଡ଼ିଶା ରେ ୭୮ ତମ ରେଙ୍କ ରଖି ଓଡ଼ିଶା ପ୍ରଶାସନିକ ସେବାରେ ସଫଳତା ହାସଲ କରିଛନ୍ତି। ସାହିଲ ବରପାଲି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରୁ ୧୯୧୩ ରେ ଦଶମ ପାସ ପରେ ଯୁକ୍ତ ଦୁଇ ବରଗଡ଼ ବିକାଶ ଜୁନିୟର କଲେଜ ଓ ସ୍ନାତକ ଶିକ୍ଷା ଲରମ୍ଭା ମହାବିଦ୍ୟାଳୟ ରୁ କୃତିତ୍ୱ ର ସହ ଉତ୍ତୀର୍ଣ୍ଣ ହେବା ପରେ ଓଡ଼ିଶା ସିଭିଲ ସର୍ଭିସ ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ। ଚଳିତ ବର୍ଷ ସେ ସାରା ଓଡ଼ିଶା ରେ ୭୮ ନମ୍ବର ସ୍ଥାନ ରେ ରହିଛନ୍ତି । ଭବିଷ୍ୟତ ରେ ସେ ମୁଖ୍ୟତଃ ଗରୀବ ମାନଙ୍କ ହିତ ପାଇଁ କାର୍ଯ୍ୟ କରିବା ସହ ଜଣେ ସଚ୍ଚୋଟ ବ୍ୟକ୍ତି ଭାବରେ ପରିଚୟ ସୃଷ୍ଟି ପାଇଁ ତାଙ୍କ ଲକ୍ଷ ଅଛି ବୋଲି ପ୍ରକାଶ କରିଛନ୍ତି । ଏହି କୃତିତ୍ୱ ର ଶ୍ରେୟ ସେ ତାଙ୍କ ବାପା ପରିବାର ବର୍ଗ ତଥା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଦେଇଛନ୍ତି