April 27, 2026

ଉମରକୋଟ ର ପ୍ରିୟଙ୍କା, ବିଜୟ ଓ ସୁମିତ ଓ.ପି.ଏସ.ସି. ପରୀକ୍ଷାରେ ସଫଳତା…………

IMG-20241021-WA0023
Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ର ପ୍ରିୟଙ୍କା , ବିଜୟ ଓ ସୁମିତ ଓପିଏସସି

ପରୀକ୍ଷାରେ କୃତ କାର୍ଯ୍ୟ ହାସଲ କରିଛନ୍ତି। କଲ୍ୟାଣ ବିଭାଗର ଅବସରପ୍ରାପ୍ତ ସେବକ ତୁମ ନାଥ ନାୟକ ଓ ମାତା କଲ୍ୟାଣୀ ସାହୁ ଙ୍କ ଝିଅ ପ୍ରିୟଙ୍କା ନାୟକ ୫୪୨ ରେଙ୍କ ରେ ସଫଳତା ହାସଲ କରିଛନ୍ତି। ପ୍ରିୟଙ୍କା ଉମରକୋଟ ରେ ପ୍ରାଥମିକ ଶିକ୍ଷା ହାସଲ କରିବା ପରେ କଟକ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲରେ ଦଶମ ଓ ରେଭେନସା ରେ ଯୁକ୍ତ ୨ ପଡ଼ି ପଞ୍ଜାବ ର ଲଭିଲି ପ୍ରଫେଶନାଲ ବିଶ୍ବ ବିଦ୍ୟାଳୟ ରେ ବି ଟେକ ପାଠ ପଢି ଥିଲେ। ବର୍ତ୍ତମାନ ସେ ଚେନ୍ନାଇ ରେ ଆଇ ଓ ବି ବ୍ୟାଙ୍କ ରେ ବ୍ରାଞ୍ଚ ମ୍ୟାନେଜର ଭାବେ କାର୍ଯ୍ୟରତ ଥିଲେ। ସେ ପ୍ରଥମ ଥର ଚେଷ୍ଟା ରେ ହିଁ କୃତ କାର୍ଯ୍ୟ ହାସଲ କରିଛନ୍ତି। ସେହିପରି ଉମରକୋଟ ସହର ଗୁଲି ପାଟଣା ସାହି ର ଶିକ୍ଷକ ବିରଞ୍ଚି ନାରାୟଣ ମହାନ୍ତି ଓ ଲକ୍ଷ୍ମୀ ରାଣୀ ମହାନ୍ତି ଙ୍କ ପୁଅ ବିଜୟ ମହାନ୍ତି ମଧ୍ଯ ଓପିଏସସି ପରୀକ୍ଷା ରେ ସଫଳତା ହାସଲ କରିଛନ୍ତି। ବିଜୟ ଇଣ୍ଡିଆନ ନେଭି ର ଅବସରପ୍ରାପ୍ତ କର୍ମଚାରୀ ଅଟନ୍ତି। ଏକ୍ସ ଆର୍ମି କୋଟା ରେ ୩ ନମ୍ବର ଓ ଓରିଶା ରେ ୪୭୬ ରେଙ୍କ୍ ରେ ସଫଳତା ହାସଲ କରିଛନ୍ତି। ସେ ପ୍ରଥମ ଚେଷ୍ଟାରେ ଏହି ସଫଳତା ହାସଲ କରିଛନ୍ତି। ସେହିପରି ଉମରକୋଟ ବ୍ଲକ ଅନ୍ତର୍ଗତ ବଡ ଭରଣ୍ଡି ଗ୍ରାମ ପଞ୍ଚାୟତ ର ବଙ୍ଗୀୟ ଗ୍ରାମ ମହୁଲି ର ସୁମିତ କୁମାର ମଣ୍ଡଳ ମଧ୍ୟ ୪୭୩ ରେଙ୍କ ରେ ପ୍ରଥମ ଚେଷ୍ଟା ରେ ହିଁ ସଫଳତା ହାସଲ କରିଛନ୍ତି। ସୁମିତ ହେଉଛନ୍ତି ସଭେନ୍ କୁମାର ମଣ୍ଡଳ ଙ୍କ ପୁତ୍ର ଅଟନ୍ତି। ଯିଏ କି ଡାବୁଗାଁ ବ୍ଲକ ରେ ବ୍ଲକ ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟରତ। ଝରିଗାଁ ବିଧାୟକ ନରସିଂହ ଭତ୍ରା। ଓ ତାଙ୍କ ଧର୍ମ ପତ୍ନୀ ସୁମିତ ଙ୍କ ଘର କୁ ଯାଇ ଫୁଲ ତୋଡା ଦେଇ ଶୁଭେଚ୍ଛା ଜ୍ଞାପନ କରି ଥିଲେ। ସୁମିତ ବରିଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ କିରାଣୀ ଭାବେ କାର୍ଯ୍ୟରତ। ଏହି ୩ ଜଣ ଙ୍କ ସଫଳତା ଉମରକୋଟ ପାଇଁ ଗୌରବ ଆଣି ଥିବା ବେଳେ ବିଭିନ୍ନ ଆଡରୁ ଶୁଭେଚ୍ଛାର ସୁଅ ଛୁଟିବା ରେ ଲାଗିଛି।