ଶ୍ରୀନଗର ଏବେ ଶ୍ରୀହୀନ ନଗର
ଶ୍ରୀନଗର ଏବେ ଶ୍ରୀହୀନ ନଗର
୬ ବର୍ଷ ପରେ ବି ପୌର ପରିଷଦ ର ଅନୁମୋଦନ ହୋଇନାହଁ
ମୌଳିକ ସମସ୍ୟାରେ ବାସିନ୍ଦା |
ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ଶ୍ରୀନଗର ଏବେ ଶ୍ରୀ ହରାଇ ଶ୍ରୀହୀନ ନଗର ହେବାକୁ ଯାଉଛି । ଫଳରେ ନାନା ପ୍ରକାର ମୌଳିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏଠାକାର ବାସିନ୍ଦା । ସୂଚନା ଅନୁଯାୟୀ ରାୟଗଡା ଜିଲ୍ଲା ଗୁଣୁପୁର ପୌର ପରିଷଦ ଅଧୀନରେ ରହିଛି ଶ୍ରୀନଗର ବା ଆମରୁ ନଗର । ଦୀର୍ଘ ୬ ବର୍ଷ ତଳେ ଜମି ମାଲିକଙ୍କ ଠାରୁ ଏଠାକାର ବାସିନ୍ଦା ମାନେ ଜମି କିଣି ପକ୍କା ଘର କରି ରହି ଆସୁଛନ୍ତି । ସେତେବେଳେ ଜମି ମାଲିକ ମାନେ ଏହି ଜାଗା ଜିଲ୍ଲା ଯୋଜନା ଓ ପୌର ପରିଷଦ ର ଅନୁମୋଦନ ହୋଇ ସାରିଥିବା କହି ବିକ୍ରୟ କରିଥିବା କ୍ରେତା ମାନେ ଅଭିଯୋଗ କରିଛନ୍ତି । ପରବର୍ତ୍ତୀ ସମୟରେ ଏସବୁ କିଛି ହୋଇ ନ ଥିବା ଜାଣିବାକୁ ପାଇଥିଲେ । ଯେହେତୁ ଏହି ଅଞ୍ଚଳ ପୌର ପରିଷଦ ର ଅନୁମୋଦନ ଲାଭ କରିନାହିଁ ତେଣୁ ରାସ୍ତାଘାଟ, ଆଲୁଅ, ପାନୀୟ ଜଳ ଯୋଗାଣ, ଡ୍ରେନେଜ ଓ ପରିମଳ ବ୍ୟବସ୍ଥା କିଛି ବି କାର୍ଯ୍ୟ ହେଉନାହିଁ । ବର୍ତ୍ତମାନ ବର୍ଷାଋତୁ ଯୋଗୁଁ ଅକଥନୀୟ ଦୁର୍ଦ୍ଦଶା ର ସମ୍ମୁଖୀନ ହେଉଛନ୍ତି ଏଠାକାର ବାସିନ୍ଦା । ଏନେଇ ଅଞ୍ଚଳବାସୀ ଉକ୍ତ ଜମି ମାଲିକଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ । ଓଲଟି ଜମି ମାଲିକ ମାନେ ନାଲି ଆଖି ଦେଖେଇବା ସହ ଧମକଚମକ ଦେଉଥିବା ଅଭିଯୋଗ ହୋଇଛି । ଏନେଇ ଆଜି ଅଞ୍ଚଳବାସୀ ପୌର ପରିଷଦ କାର୍ଯ୍ୟାଳୟକୁ ଯାଇ ଅଭିଯୋଗ କରିଛନ୍ତି । ତୁରନ୍ତ ଏ ସମସ୍ୟାର ସମାଧାନ କରିବାକୁ ଦାବୀ ହେଉଛି ।