April 24, 2026

ଉମରକୋଟ ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ……….

IMG-20250621-WA0086
Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ୨୧/୦୬/୨୫ ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌର ପରିଷଦ ଓ ପଞ୍ଚାୟତ ସମିତି କାର୍ଯ୍ୟାଳୟ, ଉମରକୋଟ ପକ୍ଷରୁ ବିଜୁପଟନାୟକ ଇନଡୋର ଷ୍ଟାଡିୟମ ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଯୋଗ ଦିବସ ରେ ପୌର ପରିଷଦର ଅଧକ୍ଷା ରାଧା ଭତ୍ରା, ମନ୍ତ୍ରୀ ଙ୍କ ପ୍ରତିନିଧି ଅଶୋକ କୁମାର ପାଢ଼ୀ, ସାଂସଦ ପ୍ରତିନିଧି ରାମ ନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ମେହେର, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଆଲୋକ କୁମାର ଅନୁଗୁଳିଆ ,ତହସିଲଦାର ମେଗବାନ ବାଗ, ଗୁରୁ କୃପା କଲେଜର ଛାତ୍ରୀଛାତ୍ର, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ରୀଛାତ୍ର,ବିଜୁପଟ୍ଟନାୟକ ଷ୍ଟାଡିୟମ ର ଛାତ୍ରୀଛାତ୍ର, ଉମରକୋଟ ର ସଚେତନ ନାଗରିକ ଓ ପୈରପରିଷ ର କର୍ମଚାରୀ ବିଭିନ୍ନ ବିଦ୍ୟାଳୟର ଶିକ୍ଷୟତ୍ରୀ ଶିକ୍ଷକ ମାନେ ଅଂଶ ଗ୍ରହଣ କରିଥିଲେ। ନିଜ ଶରୀରକୁ ସୁସ୍ଥ ତଥା ମନକୁ ସ୍ଥିର ରଖିବା ନିମନ୍ତେ ଯୋଗ ଏକ ରାମବାଣ ପ୍ରକ୍ରିୟା ଅଟେ। ବ୍ୟସ୍ତ ବହୁଳ ଜୀବନରେ ଅହିତକର ପରିବେଶ, ପ୍ରଦୂଷଣ ତଥା ବିଗିଡି ଯାଇଥିବା ଦିନଚର୍ଯ୍ୟା ଯୋଗୁଁ ନାନାଦି ସମସ୍ୟାର ସାମ୍ନା କରିବାକୁ ପଡୁଛି । ଯାହା ଦ୍ୱାରା କମ୍ ବୟସରୁ ଚିନ୍ତା, ଅବସାଦ ଓ ଉଦାସୀନତା ନିତି ଦିନିଆ କଥା ହୋଇ ଗଲାଣି ବୋଲି ବକ୍ତା ମାନେ ମତ ବ୍ୟକ୍ତ କରିଥଲେ ପ୍ରଦୀପ ଆର୍ୟା ଯୋଗ ଶିକ୍ଷା ପ୍ରଦାନ କରିଥିଲେ।