ଗୋପବଂଧୁ ଉଚ୍ଚ ବିଦ୍ୟାଳୟରେ ଯୋଗ ଦିବସ ପାଳିତ

ବେଗୁନିଆ, ତା 21/06:ଗୋପବଂଧୁ ଉଚ୍ଚ ବିଦ୍ୟାଳୟ, ବେଗୁନିଆ ଆନୁକୂଲ୍ୟରେ ଏକାଦଶ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ହୋଇଯାଇଛି । ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁଙ୍କ ପୌରୋହିତ୍ୟ ଏବଂ କ୍ରୀଡା ଶିକ୍ଷକ ପ୍ରଭାତ କୁମାର ନିଶଙ୍କଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ
ଯୋଗଗୁରୁ କେଶବ ନାୟକ
ଯୋଗଦେଇଥିଲେ ।ପ୍ରଧାନ ଶିକ୍ଷକ ଶ୍ରୀ ସ୍ୱାଇଁ ଯୋଗର ସଂଜ୍ଞା, ପ୍ରକାରଭେଦ ଏବଂ ଯୋଗାସନର ସମୟ, ପରିବେଶ ଓ ଉପାଦେୟତା
ସମ୍ପର୍କରେ ବିଷଦ ଭାବେ ଆଲୋଚନା କରିଥିଲେ । ତାପରେ ଯୋଗାଗୁରୁ ଶ୍ରୀ ନାୟକ ବିଭିନ୍ନ ପ୍ରାଣାୟମ, ଆସନ ଓ ମୁଦ୍ରା ଉପରେ
ନିଖୁଣ ଭାବେ ଶିକ୍ଷାଦାନ କରିବା ସହ ସେଗୁଡିକର ଉପକାରିତା ଅବଗତ କରିଥିଲେ ।ଯୋଗଶ୍ରେଣୀ
ପୂର୍ବରୁ ଏନସିସି ଶିକ୍ଷକ ସୂର୍ଯ୍ୟକାନ୍ତ
ମହାପାତ୍ରଙ୍କ ଦ୍ୱାରା ଯୋଗ ସଚେତନତା ରାଲିର ଆୟୋଜନ କରାଯାଇଥିଲା। ଯୋଗ ଶ୍ରେଣୀରେ ଶିକ୍ଷୟିତ୍ରୀ ସ୍ମୃତିସ୍ମିତା ବେହେରା, ସୁରଜିତା ଦଳେଇ, ରିସ୍ମାରଶ୍ମି ପାଇକରାୟ, ସୁନିତା ପୃଷ୍ଟି, ମୋହିନୀକାନ୍ତି ଦାସ, ଲଷ୍ମୀପ୍ରିୟା ତ୍ରିପାଠୀ, ଶିକ୍ଷକ ଅଜିତ କୁମାର ପୁରୀ, ଶ୍ରୀକାନ୍ତ ପଣ୍ଡା, ବିଦ୍ୟାଳୟ ପରିଚାଳନା ପରିଷଦ ଓ ପଞ୍ଚସଖା
ଶିକ୍ଷାସେତୁ ସଂଗଠନର ସାତ ଜଣ ସଭ୍ୟ ସଭ୍ୟା ଯୋଗ ଦେଇଥିଲେ । ବିଦ୍ୟାର୍ଥୀ ଏବଂ ଏନସିସି କ୍ୟାଡେଟମାନଙ୍କ ମଧ୍ୟରେ ଯୋଗାସନ ଉପରେ ଅନୁଷ୍ଠିତ ପ୍ରତିଯୋଗିତାରେ ସସ୍ମିତା ସାହୁ, ଆଶା ମୁର୍ମୁ ଏବଂ ଶୁଭଲକ୍ଷ୍ମୀ ସାହୁ
ବିଚାରକ ରୂପେ କୃତୀ ପ୍ରତିଯୋଗୀ
ଚୟନ କରିଥିଲେ ।ଛାତ୍ରୀ ସୁସ୍ମିତା ପାଲଟାସିଂହ, ଛାତ୍ର ଅଭିମନ୍ୟୁ କର
ଓ ଏନସିସି କ୍ୟାଡେଟ ବିଶ୍ୱଜିତ ପାତ୍ର ପ୍ରଥମ ସ୍ଥାନ ଦଖଲ କରି ପ୍ରମାଣ ପତ୍ର ଓ ପୁରସ୍କାର ପ୍ରାପ୍ତ ହୋଇଥିଲେ ।ଉକ୍ତ କାର୍ଯ୍ୟକ୍ରମରେ
ବିଶ୍ବରଞ୍ଜନ ପରିଡ଼ା, ବିରଞ୍ଚି ନାରାୟଣ ସାହୁ ଓ ସୁରଥ ନାୟକ ସହଯୋଗ କରିଥିଲେ । ପରିଶେଷରେ ଶିକ୍ଷକ ସୌମ୍ୟରଂଜନ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ରିପୋର୍ଟର ମାନସ ରଞ୍ଜନ କର
