ଝଙ୍କଡ଼ ସାରଳା ଙ୍କ ଶାରଦୀୟ ପାର୍ବଣପୂଜା ଉପଲକ୍ଷେ ପ୍ରସ୍ତୁତି ବୈଠକ
ତିର୍ତ୍ତୋଲ ତା 18/9/2026 ଶାରଦୀୟ ପାର୍ବଣ ପୂଜା ଉପଲକ୍ଷେ ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ମନ୍ଦିରବେଢାରେ ଥିବା ସଭାଗୃହ ରେ ଜଗତସିଂହପୁର ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଙ୍କ ଅଧ୍ୟକ୍ଷତା ରେ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିନିମନ୍ତେ 17 ଲକ୍ଷ 52 ହଜାର 4 ଟଙ୍କା ବ୍ୟୟ ଅଟ୍ଟକଳ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିବାବେଳେ, ଏହି ସାର୍ବଜନୀନ ଶାରଦୀୟ ପାର୍ବଣପୂଜାରେ ସମସ୍ତ ନୀତିକାନ୍ତି ସୁଚାରୁରୂପେ କରିବାପାଇଁ ପ୍ରଶାସନ ଓ ସେବାୟତ ମାନଙ୍କ ମଧ୍ୟରେ ସହମତି ଓ ସମନ୍ୱୟ ରହିବା ଅତ୍ୟନ୍ତ ଜରୁରୀ ବୋଲି ଉପଜିଲ୍ଲାପାଳ ଗୁରୁତ୍ୱ ଆରୋପ କରିଥିଲେ l ଆସନ୍ତା ଅକ୍ଟୋବର 3 ତାରିଖ ମୂଳାଷ୍ଟମୀ ଠାରୁ 18 ତାରିଖ ରବିବାର ମହାଷ୍ଟମୀ ପର୍ଯ୍ୟନ୍ତ ଏହି ପୂଜାର ନୀତିନିର୍ଘଣ୍ଟ କରାଯାଇଥିଲାବେଳେ, ପ୍ରତିଦିନ ରାତ୍ର 9 ଟା ବେଳେ ସମ୍ପୂର୍ଣ୍ଣସୁନାବେଶ, ଓ 16/17/18 ଷଷ୍ଠୀ ସପ୍ତମୀ ଓ ମହାଷ୍ଟମୀ ସନ୍ଧ୍ୟାରେ ମହିଷାମର୍ଦ୍ଦିନୀ ବେଶ ଅନୁଷ୍ଠିତ ହେବବୋଲି ସ୍ଥିର କରାଗଲା l ଯାତ୍ରୀମାନଙ୍କ ଶୃଙ୍ଖଳିତ ଦର୍ଶନ, ଯାନବାହାନ ନିୟନ୍ତ୍ରଣ, ବ୍ୟାପକସ୍ଥାନ ରେ ସି ସି ଟିଭି ଲଗାଇ ସ୍ଥିତି ଅନୁଧ୍ୟାନ, ସ୍ୱାସ୍ଥ୍ୟସେବା, ପାନୀୟ ଜଳଯୋଗାଣ, ନିରନ୍ତର ବିଦ୍ୟୁତ ସେବା ପ୍ରଦାନ ଆଦି ବହୁଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଇଥିବା ବେଳେ, ସେବାୟତମାନଙ୍କ ତରଫରୁ ପ୍ରଦାନ କରାଯାଇଥିବା କେତେକ ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା l ତେବେ ଏହି ବୈଠକ ରେ ତିର୍ତ୍ତୋଲ ତହସିଲଦାର ମହେଶ୍ୱର ବେହେରା, ସାରଳାମନ୍ଦିର ପ୍ରଶାସନ ର କାର୍ଯ୍ୟନିର୍ବାହୀ ଅଧିକାରୀ ସୌର୍ଯ୍ୟ ରଞ୍ଜନ ପରିଜା, ତିର୍ତ୍ତୋଲଥାନା ଏସ ଡି ପି ଓ ଅଜୟ କୁମାର ଦାସ, ଆଇ ଆଇ ସି ବଂଶୀଧର ପ୍ରଧାନ, ଫାଣ୍ଡିଅଧିକାରୀ ବିଭୁତି କୁମାର ବିଶ୍ୱାଳ, ମନ୍ଦିର ପୋଲିସ ଫାଣ୍ଡି ଅଧିକାରୀ ସଞ୍ଜୟ ରାଉତ, ଆର ଡବ୍ଲୁ ଏସ ଏସ ର କନିଷ୍ଠଯନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଦାଶ, ଅଗ୍ନିଶମ, ସ୍ୱାସ୍ଥ୍ୟ ଓ ବିଦ୍ୟୁତ ବିଭାଗୀୟ ଅଧିକାରୀ ମାନେ ମଧ୍ୟ ବୈଠକରେ ଉପସ୍ଥିତ ରହି, ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ସେବାୟତମାନଙ୍କ ତରଫରୁ ପୁରୋହିତ ପଣ୍ଡିତ ପିତାମ୍ବର ଆଚାର୍ଯ୍ୟ, ମୁଖ୍ୟପୂଜକ ରଞ୍ଜନ କୁମାର ପଣ୍ଡା, ପୂର୍ବତନ ପରିଛା ରଘୁନାଥ ପଣ୍ଡା, ଲକ୍ଷ୍ମୀଧର ମହାପାତ୍ର, ବିଜୟ କୁମାର ରାଉଳ, ରମେଶଚନ୍ଦ୍ର ରାଉଳ, ହରେକୃଷ୍ଣ ନାୟକ, ନୃସିଂହ ଚରଣ ନାୟକ, ଜିତେନ୍ଦ୍ର ରାଉଳ, ବିଶ୍ୱରଞ୍ଜନ ରାଉଳ, ଅଜୟ କୁମାର ରାଉଳ, ସନ୍ଦୀପ ମଧୁସୂଦନ ପଣ୍ଡା, ତ୍ରିଲୋଚନ ରାଉଳ, ବସନ୍ତ କୁମାର ରାଉଳ, ରଜନୀକାନ୍ତ ରାଉଳ ଓ ରମାକାନ୍ତ ରାଉଳ ପ୍ରମୁଖ ଏଥିରେ ଅଂଶଗ୍ରହଣ କରି ପାର୍ବଣ ପୂଜା କୁ ସରସ ସୁନ୍ଦର ଓ ସଫଳ କରିବା ପାଇଁ ନିଜନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ, ସାରଳା ମନ୍ଦିରର ଅନ୍ୟତମ ପ୍ରଶାସନିକ ଅଧିକାରୀ ଚଳିତ ପାର୍ବଣ ପୂଜାର ବଜେଟ ଉପସ୍ଥାପନ କରିଥିବା ବେଳେ, କିରାଣୀ ଦୀପକ କୁମାର ପଣ୍ଡା ବିବରଣୀ ପାଠ କରିଥିଲେ l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
