September 18, 2026

ଯୁବ ଡାକ୍ତର ରଂଜନ ମହାନନ୍ଦକଂ ପରଲୋକ

IMG-20260918-WA0066
Share

 

ବରଗଡ,ତା ୧୮/୯

ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ତଥା ଆଖପାଖ ଅଞ୍ଚଳରେ ପରିଚିତ ଛୁରିଆପାଲି ହ୍ୟାଣ୍ଡଲୁମ୍‌ର ସେକ୍ରେଟାରୀ ଶ୍ରୀଯୁକ୍ତ ବେଣୁମହାନନ୍ଦଙ୍କ ସୁପୁତ୍ର ଡ. ରଞ୍ଜନ ମହାନନ୍ଦ (୩୨) ଙ୍କର କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଅକାଳ ବିୟୋଗ ଘଟିଛି।

ସେ ବର୍ତ୍ତମାନ ବିଜେପୁର CSCରେ କାର୍ଯ୍ୟରତ ଥିଲେ। ଦୀର୍ଘଦିନ ଧରି କିଡ୍‌ନି ରୋଗରେ ପୀଡ଼ିତ ହୋଇ ସେ ଚିକିତ୍ସାଧୀନ ଥିଲେ। ମାତ୍ର ୩୨ ବର୍ଷ ବୟସରେ ତାଙ୍କର ଅକାଳ ବିୟୋଗ ପରିବାର, ବନ୍ଧୁବର୍ଗ ଓ ସମଗ୍ର ଅଞ୍ଚଳବାସୀଙ୍କ ପାଇଁ ଏକ ଅପୂରଣୀୟ କ୍ଷତି।

ଡ. ରଞ୍ଜନ ମହାନନ୍ଦ ଜଣେ ମାନବ ଦରଦୀ, ସମାଜସଚେତନ ଓ ଆମ୍ବେଦକରବାଦୀ ଯୁବକ ଭାବେ ସମସ୍ତଙ୍କ ହୃଦୟରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ଗଢ଼ିଥିଲେ। ତାଙ୍କର ହସମୁଖ ଚେହେରା, ସରଳ ବ୍ୟବହାର, ମାନବିକତା ଓ ଅନ୍ୟମାନଙ୍କ ପ୍ରତି ଥିବା ସ୍ନେହ-ଶ୍ରଦ୍ଧାକୁ ଅଞ୍ଚଳବାସୀ ଚିରଦିନ ମନେ ରଖିବେ।

ତାଙ୍କର ଅକାଳ ପ୍ରୟାଣରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଜଣେ ଯୁବ, ସମ୍ଭାବନାମୟ ଓ ମାନବିକ ମଣିଷଙ୍କୁ ହରାଇବାର ଦୁଃଖ ଶବ୍ଦରେ ପ୍ରକାଶ କରିବା ଅସମ୍ଭବ।

ଏହି ଅସହ୍ୟ ଦୁଃଖ ଓ ଅପୂରଣୀୟ କ୍ଷତିର ଘଡ଼ିରେ ପ୍ରକୃତି ତାଙ୍କ ମାତା, ପିତା, ପରିବାରବର୍ଗ, ଆତ୍ମୀୟସ୍ୱଜନ ଓ ସମସ୍ତ ଶୋକସନ୍ତପ୍ତ ପରିଜନଙ୍କୁ ଏହି ଅସୀମ ବେଦନା ସହିବା ପାଇଁ ଅଦମ୍ୟ ସାହସ ଓ ଧୈର୍ଯ୍ୟ ପ୍ରଦାନ କରନ୍ତୁ।

You may have missed