September 18, 2026

ପଦ୍ମପୁର ଅଞ୍ଚଳ_ମହାବିଦ୍ୟାଳୟର ଛାତ୍ରୀ ନିକିତା ସାହୁଙ୍କୁ ଆନ୍ତର୍ଜାତୀୟ ‘ଗ୍ଲୋବାଲ ପାଥ୍‌ଫାଇଣ୍ଡର୍ସ ଆୱାର୍ଡ’

IMG-20260918-WA0067
Share

 

 

ବରଗଡ,ତା ୧୮/୯

 

ପଦ୍ମପୁର: ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟର ଛାତ୍ରୀ ନିକିତା ସାହୁ ଗ୍ଲୋବାଲ ଫାଇନାନ୍ସ ଆଣ୍ଡ ଟେକ୍ନୋଲୋଜି ନେଟୱାର୍କ ପକ୍ଷରୁ ପ୍ରଦତ୍ତ ପ୍ରତିଷ୍ଠିତ ‘ଗ୍ଲୋବାଲ ପାଥ୍‌ଫାଇଣ୍ଡର୍ସ ଆୱାର୍ଡ’ ଲାଭ କରିଛନ୍ତି। ସାର୍ଟିଫିକେଟ୍ ଇନ୍ ଫିନ୍‌ଟେକ୍ ଆଣ୍ଡ ଇନ୍‌ସୁରଟେକ୍ କାର୍ଯ୍ୟକ୍ରମର କୋହୋର୍ଟ-୨ରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଭାବେ ନିକିତା ମନୋନୀତ ହୋଇଛନ୍ତି।

ଏହି ସଫଳତା ପାଇଁ ତାଙ୍କୁ ସିଙ୍ଗାପୁର ଫିନ୍‌ଟେକ୍ ଫେଷ୍ଟିଭାଲ୍ ୨୦୨୬ରେ ଯୋଗଦେବା ପାଇଁ ସମ୍ପୂର୍ଣ୍ଣ ପ୍ରାୟୋଜିତ ଯାତ୍ରାର ସୁଯୋଗ ମିଳିଛି।

ନିକିତାଙ୍କ ଏହି ସଫଳତାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଦିଗମ୍ବର ଚାନ୍ଦ, ନୋଡାଲ ଅଫିସର ଡ. ତୁଷାରକାନ୍ତ ସାହୁ, ରବୀନ୍ଦ୍ର କୁମାର ନାଏକଙ୍କ ସମେତ ସମସ୍ତ ଅଧ୍ୟାପକ-ଅଧ୍ୟାପିକା ଅଭିନନ୍ଦନ ଜଣାଇଛନ୍ତି। ନିକିତାଙ୍କ ଏହି ଉପଲବ୍ଧି ଅଞ୍ଚଳର ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାଦାୟକ ହେବ ବୋଲି ମତ ପ୍ରକାଶ ପାଇଛି।

You may have missed