April 24, 2026

ବୁଗୁଡ଼ାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

IMG-20250621-WA0087
Share

ବୁଗୁଡ଼ା : ତା ୨୧/୦୬/୨୪ : ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟର ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ପିପୁଲ୍ସ କଲେଜରେ ଅଧ୍ଯକ୍ଷ ପୁରୁଷୋତ୍ତମ ମିଶ୍ରଙ୍କ ପୌରୋହିତ୍ଯରେ ଆୟୋଜିତ ଯୋଗ ଦିବସ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତହସିଲଦାର ତାପସ କୁମାର ରାଉତ, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଅଧ୍ଯକ୍ଷ ହରିକୃଷ୍ଣ ନାୟକ ଓ ଅଧ୍ୟାପକ ସୁଶାନ୍ତ କୁମାର ସାହୁ ଯୋଗଦେଇ ଯୋଗର ଉପଯୋଗିତା ସମ୍ପର୍କରେ ଆଲୋକପାତ କରିଥିଲେ। ଏ ଅବସରରେ ବୁଗୁଡା ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ଵାରା ଯୋଗାସନ କରାଯାଇ ଏଥିରେ ଶ୍ରେଷ୍ଠତ୍ବ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କ୍ରୀଡା ଶିକ୍ଷକ କ୍ରିଷ୍ଣା ରାଓ ପାତ୍ର ଓ ଶ୍ରୀନିବାସ ଦୋରା ପରିଚାଳନା କରିଥିଲେ ।

ଅନ୍ୟପକ୍ଷରେ ବୁଗୁଡା ପଞ୍ଚାୟତ ସମିତି ଓ ଏନ୍ଏସି ପ୍ରଶାସନ ପକ୍ଷରୁ ଭାରପ୍ରାପ୍ତ ବିଡିଓ ଧର୍ମରାଜ ପରିଡା ଓ କାର୍ଯ୍ଯନିର୍ବାହୀ ଅଧିକାରୀ ବିଭୁତି ଭୂଷଣ ବେହେରାଙ୍କ ତତ୍ତ୍ବାବଧାନରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ପରିସରରେ ପାଳିତ ଏକାଦଶତମ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସାମୁହିକ ଯୋଗାଭ୍ଯାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ସେହିପରି ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ବିରଞ୍ଚି ନାରାୟଣ ପବ୍ଲିକ୍ ସ୍କୁଲ ପିପୁଲ୍ସ ହାଇସ୍କୁଲ, ସର୍ଦ୍ଦାର ଅନ୍ତର୍ଯ୍ୟାମୀ ବିଦ୍ଯାପୀଠ, ପିପୁଲ୍ସ ହାଇସ୍କୁଲ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ଯୋଗାସନ ପ୍ରଦର୍ଶିତ ହୋଇଥିଲା ।